
କାନପୁର – ମହାମାରୀ କରୋନା ସଂକ୍ରମଣ ସମୟରେ ଲକ୍ ଡାଉନ୍ରେ ଅନେକ ଲୋକଙ୍କ ରୋଜଗାର ଚାଲିଯାଇଛି । ବେରୋଜଗାର ହୋଇ ଲୋକେ ଡିପ୍ରେସନରେ ଅଛନ୍ତି । କିନ୍ତୁ ଡିପ୍ରେସନ ଏତେ ଭୟାନକ ହୋଇପାରେ ଏହା କେହି ଭାବିନଥିବେ । କାନପୁରରେ ଏମିତି ଏକ ଘଟଣା ସାମନାକୁ ଆସିଛି । ନିଜର ରୋଜଗାର ହରାଇ ଡିପ୍ରେସନରେ ଜଣେ ବ୍ୟକ୍ତି ନିଜର ୭ବର୍ଷର କୋମଳ ପୁଅର ହତ୍ୟା କରିଦେଇଛନ୍ତି । ଅଭିଯୁକ୍ତଙ୍କର ପତ୍ନୀ କହିଛନ୍ତି କି ସେ ପୁରା ପରିବାରକୁ ମାରିବାକୁ ଚାହୁଁଥିଲେ । ଲକ୍ଡାଉନ୍ ପରେ କୌଣସି ରୋଜଗାର ନଥିଲା , ଏଥିରେ ସେ ଖୁବ୍ ଚିନ୍ତାରେ ଥିଲେ ।
ସୀସାମଉ ଥାନା ଅଞ୍ଚଳର ଲକଡମଣ୍ଡିରେ ରହୁଥିବା ଅଳଙ୍କାର ଶ୍ରୀବାସ୍ତବ ଶେୟାର ମାର୍କେଟର କାମ କରୁଥିଲେ । ତାଙ୍କର ପତ୍ନୀ ସାରିକା କନ୍ନୌଜ ରଦୌର ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ । ପରିବାରରେ ଦୁଇ ଝିଅ , ଜଣେ ୧୬ବର୍ଷର , ନାଁ ତୁଳିକା ଓ ଆଉ ଜଣେ ୧୦ ବର୍ଷିୟା , ଗୀତିକା । ଏହାସହ ଜଣେ ୭ବର୍ଷିୟ ପୁଅ ଥିଲା ।
ମହିଳା ଜଣଙ୍କ କହିଛନ୍ତି କି ଆଜି ସକାଳେ ତାଙ୍କ ସ୍ୱାମୀ ତାଙ୍କୁ କହିଲେ କି ପୁଅର ତଣ୍ଟି ଚିପି ହତ୍ୟା କରି ଦେଇଛି । ଏହାପରେ ପତ୍ନୀ ପୁଲିସ୍କୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ଅଭିଯୁକ୍ତ ଅଳଙ୍କାର ଶ୍ରୀବାସ୍ତବଙ୍କୁ ଗିରଫ କରି ନେଇଛି ।
ମହିଳା ଜଣଙ୍କ ପୁଲିସ୍କୁ କହିଛନ୍ତି କି , ଲକ୍ଡାଉନ୍ରେ ସ୍ୱାମୀ ଅଳଙ୍କାର ଶ୍ରୀବାସ୍ତବଙ୍କର କାମ ପୁରା ବନ୍ଦ ହୋଇଯାଇଥିଲା । ସେ ଡିପ୍ରେସନରେ ରହୁଥିଲେ । ଶୁକ୍ରବାର ରାତିରେ ପତି ଦୁଇ ଝିଅ ଓ ପୁଅକୁ ଔଷଧ ମିଶା କ୍ଷୀର ପିଇବାକୁ ଦେଇ ଶୋଇ ଦେଇଥିଲେ। ଏହାପରେ ପୁଅ ତାରୁଷକୁ ଗରମ ଲାଗିବା କାରଣରୁ ବାହାରକୁ ନେଇଗଲେ ଏବଂ ତାର ତଣ୍ଟି ଚିପି ହତ୍ୟା କରିଥିଲେ ।