PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ହାଇଦ୍ରାବାଦ ଗଣଦୁଷ୍କର୍ମ: ଏନକାଉଣ୍ଟରର ୨୦ ଦିନ ପରେ ବଡ଼ ଦୁର୍ଘଟଣା, ନିହତ ଅଭିଯୁକ୍ତର ବାପାଙ୍କୁ ଧକ୍କା ଦେଲା ଦ୍ରୁତ ଗତିରେ ଆସୁଥିବା କାର

ହାଇଦ୍ରାବାଦ, ୨୮।୧୨: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଭେଟନାରୀ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଏବେ ବି ସାରା ଦେଶରେ ଚର୍ଚ୍ଚାରେ ରହିଛି। ଏହି ମାମଲାର ୪ ଅଭିଯୁକ୍ତଙ୍କ ଭିତରୁ ଜରେ ଅଭିଯୁକ୍ତର ବାପାକୁ ଗୁରୁବାର ନାରାୟଣପେଟା ଜିଲ୍ଲାରେ ଦ୍ରୁତ ଗତିରେ ଆସୁଥିବା କାର ଧକ୍କା ଦେଇଥିଲା। କୋମାରିୟା(୪୮ ବର୍ଷ)ଚେନ୍ନାକେଶାବୁଲର ବାପା, ଯିଏକୀ ୬ ଡିସେମ୍ବରରେ ପୋଲିସ ଏନକାଉଣ୍ଟରରେ ନିହତ ହୋଇଥିଲା।

ପୋଲିସର କହିବା ଅନୁସାରେ, କୋମାରିୟା ନିଜର ବାଇକରୁ ରାତି ପ୍ରାୟ ୮ଟା ୧୦ ମିନିଟରେ ଘରକୁ ଫେରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାର ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଯୋରରେ ହୋଇଥିଲା ଯେ, ବାଇକ୍ ବହୁ ଦୂରକୁ ଖସିକି ଚାଲିଯାଇଥିଲା। ଏହି ଦୁର୍ଘଟଣାରେ କୋମାରିୟାଙ୍କ ମୁଣ୍ଡ ଓ ଡାହଣ ପାଦରେ ଆଘାତ ଲାଗିଥିଲା। ଏହାପରେ କୋମାରିୟାଙ୍କୁ ନିକଟସ୍ଥା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।  ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବା କାରଣରୁ ହାଇଦ୍ରାବାଦର ନିଜାମ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲା ସାଇନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏହି ଘଟଣାର ତଦନ୍ତ  ପୋଲିସ  ଆରମ୍ଗ କରିଛି। ମିଳିଥିବା ସୂଚନା ଅନୂସାରେ, ଯେଉଁ କାରଣ ଧକ୍କା ଦେଇଥିଲା ସେଥିରେ ୭ ଜଣ ମହିଳା ଥିଲେ। ଏହି ସମସ୍ତେ ମେହବୁବାନଗରରୁ କର୍ଣ୍ଣାଟକର ଦେବସୁଗୁରରେ ଏକ ମନ୍ଦିର ଦର୍ଶନ କରି ଫେରୁଥିଲେ। କାରକୁ ଅଚନ୍ନା ନାମକ ଜଣେ ବ୍ୟକ୍ତି ଚଲାଉଥିଲା, ଯିଏକି ମେହବୁବନଗରର ଟଙ୍କରା ଗାଁର ସରପଞ୍ଚ ଅଟନ୍ତି। ଅଭିଯୁକ୍ତ ଡ୍ରାଇଭର ବିରୋଧରେ ଧାରା ୩୩୭ (ଅନ୍ୟର ଜୀବନ ବିପଦରେ ପକାଇବା) ଅନୁସାରେ ମାମଲା ରୁଜୁ କରାଯାଇଥିଲା।

ସମ୍ବନ୍ଧିତ ଖବର