ସୈତାନ ବାପର ପାପ: ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ, ଉଦ୍ଧାର କରିଛି ମା’

ପୁରୀ ୨୧/୯: ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କଲା ବାପା । ଏଭଳି କାଣ୍ଡ ସମୁଦ୍ରକୂଳ ଥାନା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଦୁଷ୍କର୍ମ ଉଦ୍ୟମବେଳେ ଉଦ୍ଧାର କରିଛି ମା’ । ତଥାପି ବୁଝିନି ରାକ୍ଷସ ବାପ । ୫ ହଜାର ଟଙ୍କା ଯାଚି କୁକାର୍ଯ୍ୟ କରିବାକୁ କରିଥିଲା ବାଧ୍ୟ । ବୁଝାଇବାକୁ ଚେଷ୍ଟା କରାଯିବା ପରେ ବି ନବୁଝିବାରୁ ବାପା ବିରୋଧରେ ଏତଲା ଦେଲା ନାବାଳିକା ଝିଅ । ମାମଲା ରୁଜୁ କଲା ପୁଲିସ । ଶେଷରେ ବନ୍ଧାହେଲା ଯୌନ ପିପାସୁ ବାପା ।

ଘଟଣା ଥିଲା ଏହିଭଳି । ବାଙ୍କିମୁହାଣ ଅଞ୍ଚଳରେ ଅଭିଯୁକ୍ତ ଜଣକ ପତ୍ନୀ ଓ ୧୫ ବର୍ଷୀୟା ଝିଅ ସହୁ ରହୁଥିଲା । କିଛି ଦିନ ତଳୁ ଅଭିଯୁକ୍ତ ନିଜ ଝିଅ ଉପରେ ପକାଇଥିଲା ପାପ ନଜର । ଅନେକ ଥର ଝିଅ ସହ ଖରାପ କାର୍ଯ୍ୟ କରିବାକୁ ଚେଷ୍ଟା କରି ବିଫଳ ହୋଇଥିବା ଅଭିଯୋଗ ହୋଇଛି । ପ୍ରତିଦିନ ନିଶାସକ୍ତ ଅବସ୍ଥାରେ ଘରକୁ ଆସି ପତ୍ନୀ ଓ ଝିଅକୁ ନିର୍ଯାତନା ଦେବା ସହ କୁକାର୍ଯ୍ୟ ପାଇଁ ବାଧ୍ୟ କରୁଥିଲା । ଶେଷରେ ଅଭିଯୁକ୍ତ ଜଣକ ହିତାହିତ ଜ୍ଞାନ ଭୁଲିଗଲା । ଗୁରୁବାର ରାତିରେ ଝିଅ ରୋଷେଇ ଘରେ ଥିଲା । ହଠାତ୍‌ ସେଠାରେ ପହଞ୍ଚିଗଲା ବାପା । ପଛପଟୁ ଜାବୁଡି ଧରିବାବେଳେ ଝିଅ ଚିତ୍କାର କରିଥିଲା । ଚିତ୍କାର ଶୁଣି ଘଟଣା ସ୍ଥଳରେ ପହଞ୍ଚିଥିଲା ମା’ । ଆଉ ତା’ ରେ ସେ ଝିଅକୁ ଉଦ୍ଧାର କରିଥିଲେ ।

ତଥାପି ବୁଝି ନଥିଲା ରାକ୍ଷସ ବାପ । ପତ୍ନୀକୁ ୫ ହଜାର ଟଙ୍କା ଯାଚିଥିଲା । ଏହି ଟଙ୍କା ରଖି ନିରବ ରହ । ମୋତେ ମୋ କାମ କରିବାକୁ ଦେ ବୋଲି କହି ପତ୍ନୀକୁ ହତ୍ୟା ଧମକ ମଧ୍ୟ ପଛାଇନଥିଲା ସେ । ଏପରିକି ନିଜ ଲାଳସା ପୂରଣ ନକଲେ ଝିଅକୁ ବି ହତ୍ୟା କରିବା ପାଇଁ ଧମକ ଦେଇଥିଲା ଅଭିଯୁକ୍ତ ବାପା । ଏନେଇ ଶୁକ୍ରବାର ଥାନାରେ ଏତଲା ଦେଲେ ନାବାଳିକା । ପୁଲିସ ଏହି ଅଭିଯୋଗକୁ ଭିତ୍ତି କରି ଦଫା ୩୫୪ (କ), ୫୦୯, ୫୦୬, ୨୯୪ ଆଇପିସି ଓ ୧୨ ପୋକ୍‌ସୋ ଆକ୍ଟ ବଳରେ ମାମଲା ରୁଜୁ କରିଛି । ଏହି ମାମଲାରେ ପୁଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି । ଅପରାହ୍ନରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ପଠାଇ ଦିଆଯାଇଥିବା ପୁଲିସ କହିଛି ।

   ସମ୍ବନ୍ଧିତ ଖବର


ଫ୍ରାନ୍ସର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ମହିଳାଙ୍କ ଗଳାକାଟି ହତ୍ୟା, ୩ ମୃତ

କଥା ହେଲାନି ବୋଲି…ପୂର୍ବତନ ପ୍ରେମିକ ଉପରେ ରାଗି ଗଲା ପ୍ରେମିକା, ଢାଳି ଦେଲା ଏସିଡ୍‌

ସ୍ବାମୀକୁ ହତ୍ୟା ପରେ ବି ଫେସବୁକରେ ପୋଷ୍ଟ କରୁଥିଲେ ପତ୍ନୀ, ଜାଣନ୍ତୁ ବରେଲିର ଅଧ୍ୟାପକଙ୍କ ହତ୍ୟା ପଛର କାରଣ

ଅବସରପ୍ରାପ୍ତ ଶିକ୍ଷକ ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ଫେରୁଥିବା ବେଳେ ଲୁଟ୍‌ର ଶିକାର

ଖଣ୍ଡୋଲାଇଟ୍‌ ଅଭାବରୁ ଅଟକିଛି ଶ୍ରୀମନ୍ଦିର ବାଇଶି ପାହାଚ ମରାମତି କାମ: ତାପଙ୍ଗ ଖଣିରୁ ଆସୁଥିଲା ପଥର

ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ, ଆସିଲା ମାଂସ ଖଣ୍ଡର DNA ରିପୋର୍ଟ