PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଜୁଆ ଋଣ ସୁଝିବା ପାଇଁ ପୁଅକୁ ବିକିବାକୁ ବସିଥିଲା ବାପା, ସାମ୍ନାକୁ ଆସିଲା ଛାତିଥରା କାହାଣୀ

Image Source : Internet

ତାମିଲନାଡ଼ୁ,୨୫/୦୧: ତାମିଲନାଡ଼ୁରୁ ଆସିଛି ଏକ ଛାତିଥରା ଖବର ।ଜୁଆ ଖେଳି ଋଣୀ ହୋଇସାରିବା ପରେ ଦୁଇମାସର ପୁଅକୁ ବିକିବାକୁ ବସିଥିଲା ବାପା । ତାମିଲନାଡ଼ୁର ତ୍ରିଚି ଜିଲ୍ଲାରେ ଘଟିଛି ଏହି ସମ୍ବେଦନଶୀଳ ଘଟଣା । ଦୁଇମାସର ଶିଶୁକୁ ବିକ୍ରି କରିବା ଅପରାଧରେ ପୁଲିସ୍‌ ଶିଶୁର ବାପା ସମେତ ଆଉ ତିନିଜଣଙ୍କୁ ଗିରଫ କରିଛି । ମୁଲ ଲାଗୁଥିବା ଅବଦୁଲ ସଲାମକୁ ଲାଗିଯାଇଥିଲା ଜୁଆର ନିଶା । ଆଉ ଏହି ଖରାପ ଅଭ୍ୟାସ ହିଁ ତାକୁ ଋଣଗ୍ରସ୍ତ କରିଥିଲା ।ଶେଷରେ ଋଣ ନ ସୁଝି ପାରିବାକୁ ନିଜ ରକ୍ତର ୨ମାସର ଛୁଆକୁ ବିକ୍ରି କରିବାକୁ ବସିଥିଲା ବାପା।

ତାମିଲନାଡ଼ୁର ଉରେୟୁରରେ ରହୁଥିବା ଅବଦୁଲ ସଲାମ ଏବଂ ତାଙ୍କ ସ୍ତ୍ରୀ କୈରୁ ନିଶାର ଚାରିଜଣ ଛୁଆ ଅଛନ୍ତି । ଦୁଇମାସ ତଳେ ପଞ୍ଜମ ସନ୍ତାନକୁ ଜନ୍ମ ଦେଇଥିଲେ କୈରୁ । ଅବଦୁଲର ସବୁବେଳେ ଜୁଆ ଖେଳିବାର ଶୌକ୍‌ ଥିଲା । ଏବଂ କାମକୁ ବି ଯାଉନଥିଲା । ଯାହାଫଳରେ ଅବଦୁଲ କିଛି ସମ୍ପର୍କୀୟଙ୍କ ଠାରୁ ପଇସା ଧାର ଆଣିବା ସହିତ ଜଣେ ବ୍ୟକ୍ତିଙ୍କ ଠାରୁ ୮୦ ହଜାର ଟଙ୍କା ଧାର ଆଣିଥିଲା । ପରେ ଋଣଦାତା ବାରମ୍ବାର ଅବଦୁଲକୁ ଟଙ୍କା ମାଗିବାରୁ ପରିଶେଷରେ ଟଙ୍କା ବଦଳରେ ଦୁଇମାସର ଛୁଆକୁ ବିକିବାକୁ ସୌଦା କରିଥିଲା ଅବଦୁଲ । ସ୍ତ୍ରୀ ସହିତ କଥା ହୋଇ ଛୁଆକୁ ବିକିଥିଲା ଅବଦୁଲ ଏବଂ ଏହା ବଦଳରେ ତାକୁ ଆହୁରି ପଇସା ମିଳିଥିଲା ।କିନ୍ତୁ ପରେ ଅବଦୁଲର ସ୍ତ୍ରୀ ତା ଛୁଆକୁ ଫେରାଇ ଆଣିବାକୁ କହିଲା । କିନ୍ତୁ ସ୍ତ୍ରୀର କୌଣସି ବି କଥା ଶୁଣିବାକୁ ନାରାଜ ଥିଲା ଅବଦୁଲ । ଶେଷରେ ବାଧ୍ୟ ହୋଇ ଅବଦୁଲର ସ୍ତ୍ରୀ ଥାନାରେ ଯାଇ ସବୁକଥା କହିବା ସହିତ ସ୍ୱାମୀ ଅବଦୁଲ ନାଁରେ ଅଭିଯୋଗ କରିଥିଲା । ଅଭିଯୋଗ କରିବା ପରେ ଅବଦୁଲକୁ ପୁଲିସ୍‌ ଗିରଫ କରିଥିଲା ଏବଂ ଛୁଆକୁ କିଣୁଥିବା ବ୍ୟକ୍ତି ସହିତ ଅନ୍ୟ ଜଣେ ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ କରିଛି ।