ସଇତାନ ବାପା: ମାତ୍ର ୨୦ ଟଙ୍କା ପାଇଁ ପୁଅକୁ ଦେଲା ଚେଙ୍କ

ସତ୍ୟବାଦୀ, ୨୮|୦୨: ମାତ୍ର ୨୦ ଟଙ୍କା ପାଇଁ ଜଣେ ଶିଶୁକୁ ଜନ୍ମକଲା ବାପା ଚେଙ୍କ ଦେଇଥିବା ଭଳି ଏକ ସଙ୍ଗୀନ ଘଟଣା ପୁରୀ ଜିଲ୍ଲା ସତ୍ୟବାଦୀ ନିକଟବର୍ତ୍ତୀ ଏକ ଗ୍ରାମରେ ସାମ୍ନାକୁ ଆସିଛି। ଟଙ୍କା ଚୋରି କରିଥିବାରୁ ଏକ ଚତୁର୍ଥ ଶ୍ରେଣୀ ଶିଶୁ ନିଜ ବାପାର ଆକ୍ରୋଶର ସାମ୍ନା କରିଛି।

ସୂଚନାନୁସାରେ, ଶିଶୁଟି ଥଣ୍ଡା ପାନୀୟ ପଇବା ପାଇଁ ବାପାଙ୍କ ପାଖରୁ ୨୦ ଟଙ୍କା ଚୋରି କରିଥିଲା। ଏହା ଜାଣିବା ପରେ ଶିଶୁଟିର ବାପା ଏକ ଲୁହା ଖଡିକା ଗରମ କରି ତାକୁ ଚେଙ୍କ ଦେଇଥିଲେ। ଏଥିରେ ଶିଶୁଟିର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ତେବେ ସବୁଠାରୁ ବଡ କଥା ହେଲା ୟେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

ତେବେ ଶିଶୁଟିର ମା ମଧ୍ୟ ବାପାଙ୍କ ଏହି କ୍ରୁରତାକୁ ବିରୋଧ କରିନାହାଁନ୍ତି। ଶିଶୁଟି ପିଲାଦିନୁ ଚୋରି କରୁଥିବା ବେଳେ ଯେତେ ଆକଟ କଲେ ମଧ୍ୟ ଶୁଣୁ ନଥିଲା। ତେଣୁ ବିରକ୍ତି ହୋଇ ତାହାର ପିତା ଲୁହା ଖଡିକାକୁ ଗରମ କରି ତା ଶରୀରରେ ମାରିଦେଇଥିବା ସେ କହିଥିଲେ।

   ସମ୍ବନ୍ଧିତ ଖବର


ରାଜ୍ୟରେ ଆଉ ଏକ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ନିଶାରେ ମା’କୁ ମାଡ଼ ମାରି ପୁଅ ଗିରଫ

ରାଜ୍ୟର ଆଉ ୧୩୦ କରୋନା ପଜିଟିଭ୍‌ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮କୁ ବୃଦ୍ଧି

ପାର୍କରେ ଟିକ୍‌ଟକ୍: ବାଥରୁମ୍‌ରେ ଡ୍ରେସ୍ ଚେଞ୍ଜ କରି କରୁଥିଲେ ଭିଡିଓ ସୁଟ୍, ଉଠାଇ ନେଲା ପୁଲିସ

ବଢ଼ୁଛି ‘ଓୟୋ’ର କାରସାଦି: ରାତିରାତି ବଦଳିଲା ନିୟମ, ଚିନ୍ତାରେ ବିଲ୍ଡିଂ ମାଲିକ ଓ କର୍ମଚାରୀ…

ସ୍ନାନଯାତ୍ରା ଦର୍ଶନ ନେଇ ମାମଲା: ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ