ଭାରତର ପ୍ରସିଦ୍ଧ ମନ୍ଦିର, କେବଳ ମକର ସଂକ୍ରାନ୍ତିରେ ସୂର୍ଯ୍ୟଙ୍କ ପ୍ରତିମା ଉପରେ ପଡିଥାଏ ପ୍ରଥମ କିରଣ

ଖାରଗୋନେ,୧୪।୧: ପୁରା ଦେଶରେ ଆଜି ମକର ସଂକ୍ରାନ୍ତି ପୂର୍ବ ଖୁବ୍ ଧୂମଧାମ ଭାବରେ ପାଳନ କରାଯାଉଛି। ଏଭଳି ପରିସ୍ଥିତିରେ ଆଜି ଆମେ ଆସନ୍ତୁ ଜାଣିବା ଏଭଳି ମନ୍ଦିର ସମ୍ପର୍କରେ, ଯେଉଁଠି କେବଳ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟଙ୍କର ପ୍ରଥମ କିରଣ ସୂର୍ଯ୍ୟ ଦେବତାଙ୍କ ପ୍ରତିମା ଉପରେ ପଡିଥାଏ। ଏହି ମନ୍ଦିର ମଧ୍ୟ ପ୍ରଦେଶର ଖରଗୌନ ଜିଲ୍ଲାରେ ରହିଛି।

ପ୍ରସିଦ୍ଧ ନବଗ୍ରହ ମନ୍ଦିରର ପୂଜାରୀ ଲୋକେଶ ଜାଗିରଦାରଙ୍କ କହିବା ଅନୁସାରେ, ମକର ସଂକ୍ରାନ୍ତି, ସୂର୍ଯ୍ୟଙ୍କ ଆଗମନର ପର୍ବ ହୋଇଥାଏ। ନବଗ୍ରହ ମନ୍ଦିର ସୂର୍ଯ୍ୟ ପ୍ରଧାନ ଅଟେ। ଏଠାର ଗର୍ଭଗ୍ରହରେ ସୂର୍ଯ୍ୟଙ୍କ ମୂର୍ତ୍ତି ମଝିରେ ରହିଛି,ମୂର୍ତ୍ତିର ଆଖପାଖରେ ଅନ୍ୟ ଗ୍ରହମାନେ ମଧ୍ୟ ରହିଛନ୍ତି। ମାନ୍ୟତା ଅନୁସାରେ, ମକର ସଂକ୍ରାନ୍ତିରେ ସୂର୍ଯ୍ୟଙ୍କର ପୂଜା କରାଗଲେ ନବଗ୍ରହଙ୍କର କୃପା ହୋଇଥାଏ, ସାରା ବର୍ଷ ପାଇଁ ଆମକୁ  ଗ୍ରହଶାନ୍ତିର ଫଳ ମିଳିଥାଏ।

ପ୍ରାଚୀନ ଜ୍ୟୋତିଷଙ୍କ ସିଦ୍ଧାନ୍ତ ଅନୁସାରେ, ମନ୍ଦିରର ରଚନା କରାଯାଇଥିଲା। ମନ୍ଦିରରେ ପ୍ରବେଶ କରିବା ସମୟରେ ୭ଟି ସିଢି, ଯାହାକି ୭ଟି ବାରର ପ୍ରତୀକ। ଏହାପରେ ବ୍ରହ୍ମା, ବିଷ୍ଷୁଙ୍କ ସ୍ବରୂପରେ ମା ସରସ୍ବତୀ, ଶ୍ରୀରାମ୍ ଓ ପଞ୍ଚମୁଖୀ ମହାଦେବଙ୍କର ଦର୍ଶନ ମିଳିଥାଏ। ପରେ ଗର୍ଭଗୃହ ଯିବା ପାଇଁ ୧୨ଟି ସିଢି ଓହ୍ଲାଇବାକୁ ପଡିଥାଏ, ଯାହାକି ୧୨ ମାସର ପ୍ରତୀକ। ମକର ସଂକ୍ରାନ୍ତିରେ ସୂର୍ଯ୍ୟଙ୍କର ପ୍ରଥମ କିରଣ, ମନ୍ଦିରର ଗମ୍ଭୁଜ ବାଟ ଦେଇ ଭଗବାନ ସୂର୍ଯ୍ୟଙ୍କର ମୂର୍ତ୍ତି ଉପରେ ପଡିଥାଏ।

ସଂକ୍ରାନ୍ତିରେ ପ୍ରାଚୀନ ନବଗ୍ରହ ମନ୍ଦିରରେ ସକାଳ ୩ଟାରୁ ଲୋକଙ୍କର ଭିଡ ଲାଗିଯାଇଥାଏ। ସାରା ଦେଶର ଶ୍ରଦ୍ଧାଳୁ ଏହି ଦୃଶ୍ୟ ଦେଖିବାକୁ ଆସିଥାନ୍ତି। ଗର୍ଭଗ୍ରହରେ ନବଗ୍ରହଙ୍କର ଦର୍ଶନ ହୋଇଥାଲ। ଏହାପରେ ଦ୍ବିତୀୟ ମାର୍ଗରେ ଏହାପରେ ୧୨ଟି ସିଢିରୁ ଉପରକୁ ଚଢିଥାନ୍ତି, ଯାହାକି ୧୨ଟି ରାଶିର ପ୍ରତୀତ। ଏଭଳି ଭାବରେ ୭ଟି ବାର, ୧୨ ମାସ ଓ ୧୨ ରାଶି ଏବଂ ନବଗ୍ରହଙ୍କ ଭିତରେ ଆମର ଜୀବନ ଚାଲିଥାଏ ଓ ସେହି ଭାବରେ ମନ୍ଦିରର ସଂରଞ୍ଚନା କରାଯାଇଛି।