ପତ୍ନୀଙ୍କୁ କରୋନା ପଜିଟିଭ୍‌ କହି ସ୍ୱାମୀ ନିଖୋଜ-ଦୁଇମାସ ପରେ ଗାର୍ଲଫ୍ରେଣ୍ଡ ସହ ଧରାପଡିଲେ

ନଭି ମୁମ୍ବାଇ,୧୮ ।୯(ଏଜେନ୍ସି): ‘ମୋତେ କରୋନା ପଜିଟିଭ୍‌ ହୋଇଛି । ମୁଁ ଆଉ ବଞ୍ଚିବି ନାହିଁ’ । ପତ୍ନୀଙ୍କୁ ଏତକ ଫୋନ୍‌ରେ କହି ସ୍ୱାମୀ ନିଖୋଜ ହୋଇଗଲେ । କିନ୍ତୁ ଦୁଇମାସ ପରେ ଗାର୍ଲଫ୍ରେଣ୍ଡ ସହ ଧରାପଡିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନଭି ମୁମ୍ବାଇ ଅଞ୍ଚଳରେ ।

ଏସିପି ବିନାୟକ ଭଟ୍‌ସଙ୍କ ସୂଚନା ଅନୁସାରେ ନଭି ମୁମ୍ବାଇ ଅଞ୍ଚଳରେ ରହୁଥିବା ୨୮ ବର୍ଷୀୟ ଜଣେ ଯୁବକ ଜୁଲାଇ ୨୪ ତାରିଖ ରାତିରେ ପତ୍ନୀଙ୍କୁ ମୋବାଇଲ୍‌ରେ ଫୋନ୍‌ କରିଥିଲେ । କହିଥିଲେ ସେ ତାଙ୍କର କରୋନା ଟେଷ୍ଟ କରାଇଥିଲେ । ରିପୋର୍ଟ ପଜିଟିଭ୍‌ ଆସିଛି । ସେ କରୋନା ସଂକ୍ରମିତ ହୋଇଛନ୍ତି । ଆଉ ବଞ୍ଚିବେ ନାହିଁ । ତେବେ ପତ୍ନୀ ତାଙ୍କୁ କିଛି ପଚାରିବା ପୂର୍ବରୁ ସେ ହଠାତ୍‌ ଫୋନ୍‌ କାଟି ଦେଇଥିଲେ । ଏହା ପରେ ଆଉ ତାଙ୍କର ଦେଖା ମିଳି ନଥିଲା କିମ୍ବା ତାଙ୍କ ମୋବାଇଲ ଫୋନ୍‌ ମଧ୍ୟ ସୁଇଚ୍‌ ଅଫ୍‌ ହୋଇଯାଇଥିଲା । ପତ୍ନୀ ଘଟଣା ସମ୍ପର୍କରେ ତାଙ୍କ ଭାଇଙ୍କୁ ଜଣାଇଥିଲେ ।

ଶେଷରେ ସେମାନେ ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ । ଦୁଇଦିନ ପରେ ସମ୍ପୃକ୍ତ ଯୁବକଙ୍କ ବାଇକ, ଚାବି, ହେଲମେଟ୍‌ ଓ ବ୍ୟାଗ୍‌ ଭାସିର ସେକ୍ଟର-୧୭ ଅନ୍ତର୍ଗତ ରୋଡ୍‌ରୁ ମିଳିଥିଲା । କିନ୍ତୁ ଯୁବକଙ୍କ ବିଷୟରେ ପୁଲିସକୁ କୌଣସି ସୂଚନା ମିଳି ନଥିଲା । ଅଭିଯୋଗ ମିଳିବା ପରେ ପୁଲିସ ଧିରେ ଧିରେ ତଦନ୍ତକୁ ଆଗେଇ ନେଇଥିଲା । ସମ୍ପୃକ୍ତ ଯୁବକଙ୍କ ବାଇକ ମିଳିଥିବା ସ୍ଥାନ ଓ ତାର ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ପୁଲିସ ଯାଞ୍ଚ କରିବା ସହ ତାଙ୍କ ମୋବାଇଲକୁ ଟ୍ରାକ କରିବା ଲାଗି ପ୍ରୟାସ କରିଥିଲା । ମୋବାଇଲ କଲ୍‌ ଡିଟେଲ୍ସରୁ ପୁଲିସ ଜାଣିବାକୁ ପାଇଥିଲା ଯେ ପତ୍ନୀଙ୍କୁ ଫୋନ୍‌ କରିବା ପରେ ଯୁବକ ଜଣକ ଜରୁରୀ ଟେଲିଫୋନ୍‌ ନମ୍ବର ୧୦୦କୁ ଦୁଇଥର ଡାଏଲ କରିଥିଲେ । ତେଣୁ ପୁଲିସ ଡକାୟତି କିମ୍ବା ପୂର୍ବ ଶତ୍ରୁତା ଥିବା ନେଇ ସନ୍ଦେହ କରିଥିଲା ।

ତଦନ୍ତ ଆଗକୁ ବଢ଼ିବା ପରେ ପୁଲିସ ସମ୍ପୃକ୍ତ ଯୁବକଙ୍କ ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ରହିଥିବା ଜାଣିବାକୁ ପାଇଥିଲା । ତେଣୁ ପୁଲିସ ସେହି ଦିଗକୁ ନେଇ ତଦନ୍ତ କଲା । ଶେଷରେ ସମ୍ପୃକ୍ତ ଯୁବକ ନିଜ ଗାର୍ଲଫ୍ରେଣ୍ଡ ସହ ଇନ୍ଦୋରରେ ରହୁଥିବାର ଜଣାପଡିଥିଲା । ପୁଲିସର ଏକ ଟିମ୍‌ ସେଠାରେ ପହଞ୍ଚି ଉଭୟ ଯୁବକ ଓ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ଗତ ସେପ୍ଟେମ୍ବର ୧୫ ତାରିଖରେ ନଭି ମୁମ୍ବାଇକୁ ଆଣିଥିଲା ।

   ସମ୍ବନ୍ଧିତ ଖବର


ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’

ପୁଲିସ୍ ମାଡ଼ରେ ବାପା-ପୁଅଙ୍କ ମୃତ୍ୟୁ ହୋଇଥିଲା, ୬ଘଣ୍ଟା ଧରି ପିଟିଥିଲେ–ସିବିଆଇ ଚାର୍ଜସିଟିରେ ଆଶ୍ଚର୍ଯ୍ୟକର ତଥ୍ୟ

ପରିବା ଚୋରି କରିବା ଚୋରଙ୍କୁ ପଡିଲା ମହଙ୍ଗା:ଗଛରେ ବାନ୍ଧିଦେଲେ ଗାଁଲୋକେ, ବସିଲା କଙ୍ଗାରୁ କୋର୍ଟ

ସ୍ତ୍ରୀର ଚରିତ୍ର ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ବାମୀ, ଅଭିଯୁକ୍ତ ଫେରାର

ରାସ୍ତାରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ