PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

କଳାହାଣ୍ଡିଆ କଳାକାର ଫିଲ୍ମ ‘ଫେରିଆ’ର ଭିଲିଆନ ଭୂମିକାରେ

ଭୁବନେଶ୍ବର ୧୪/୮: ସୋଆ ଅଡିଟୋରିଅମରେ ଫିଲ୍ମ ଫେରିଆର ପ୍ରିଭ୍ୟୁ ସ୍କ୍ରିନିଂ ହେଉଥାଏ। ମନଧ୍ୟାନ ପୂର୍ବକ ଫିଲ୍ମକୁ ସମସ୍ତେ ଦେଖାଥାନ୍ତି। ଆଉ ଫିଲ୍ମ ଟି ଶେଷ ହେବା ପରେ ସମସ୍ତେ ଖୁବ ଗୁରୁ ଗମ୍ଭୀର। ଜଣେ ସାର୍ ଆଗକୁ ଆସି କହିଲେ ଭାଇ ସେ ଗୁଣିଆ ଚରିତ୍ରରେ ଯିଏ ଥିଲେ ସେ ଚମତ୍କାର ଅଭିନୟ କରିଛନ୍ତି। ତାଙ୍କୁ ଦେଖିବା ବେଳକୁ ଭୟ ଲାଗୁଥିଲା। ଉତ୍ତର କିନ୍ତୁ ଥିଲା ବାସ୍ତବ ଜୀବନରେ ସେ ଭାରି କିନ୍ତୁ ସାଦାସିଧା ଓ ସରଳ ଲୋକ ଜଣେ। କଳାହାଣ୍ଡିର ଜଣାଶୁଣା ଲୋକସଂଗୀତଜ୍ଞ ତଥା କେନ୍ଦ୍ର ସରକାରଙ୍କ ଦ୍ବାର ପୁରସ୍କାର ପ୍ରାପ୍ତ କଳାକାର ହେଉଛନ୍ତି ସର୍ବେଶ୍ବର ଭୋଇ। ଫେରିଆରେ ଏକ ଗୁଣିଆ ଭୂମିକାରେ ଆସିଛନ୍ତି ସର୍ବେଶ୍ବର ଭୋଇ।

ନର୍ଲାର ଶ୍ରୀଜଗନ୍ନାଥ ଉଚ୍ଚ ମଣ୍ଡଳ ବିଦ୍ୟାଳୟରେ ଶିକ୍ଷକତା କରନ୍ତି ସର୍ବେଶ୍ବର ଭୋଇ ପଶ୍ଚିମ ଓଡ଼ିଶାର ଜଣେ ଖ୍ୟାତନାମା ଲୋକ ସଂଗୀତ କଳାକାର। ଯେଉଁଥିପାଇଁ ସେ ୨୦୧୭ରେ ବିସମିଲ୍ଲା ଖାନ ଯୁବ ପୁରସ୍କାର ଏବଂ ୨୦୧୮ର କଳିଙ୍ଗ ଆଇକୋନିକ ଆୱାର୍ଡ ଏବଂ କୋଶଲ ଷ୍ଟାର ପୁରସ୍କାର ମଧ୍ୟ ପାଇଥିଲେ। ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଆଦିମ ବିଚାର, ପାହାଡ଼ର ଲୁହ ଏବଂ ସଲାବୁଢ଼ାର ବଦଲାରେ ତାଙ୍କ ଅଭିନୟ ଏବଂ ଗାୟନ ଉଭୟ ଦେଖିବାକୁ ମିଳିଛି।
ସର୍ବେଶ୍ବର ଭୋଇଙ୍କୁ କିନ୍ତୁ ଏକ ନିଆର ଭୂମିକାରେ ଦେଖିବାକୁ ମିଳିବ ଏହି ଫିଲ୍ମ ଫେରିଆରେ। ଫେରିଆ ଅଗଷ୍ଟ ୧୫ ଦିନ ୨ଟା ୩୦ରେ ନ୍ୟୁଜ ସେଭେନରେ ପ୍ରିମୟର ହେବ। ଯେଉଁଥିରେ ଦର୍ଶକମାନେ ତାଙ୍କର ଚମତ୍କାର ଅଭିନୟ ଦେଖିବାକୁ ପାଇପାରିବେ।