ଏବେ ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମ ନାମରେ ଜଣାଯିବ ଦିଲ୍ଲୀର ଏହି ଷ୍ଟାଡିୟମ, ଡିଡିସିଏ ପକ୍ଷରୁ ଘୋଷଣା

ନୂଆଦିଲ୍ଲୀ,୨୭।୮: ପୂର୍ବତନ ଅର୍ଥମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟଲୀଙ୍କ ନାମରେ ନାମିତ ହେବାକୁ ଯାଉଛି ଏକ କ୍ରିକେଟ ଷ୍ଟାଡିୟମ। ଏହି କ୍ରିକେଟ ଷ୍ଟାଡିୟମ ହେଉଛଇ ଦିଲ୍ଲୀର ପିରୋଜ ଶାହା କୋଟଲା ଷ୍ଟାଡିୟମ, ଯାହାକୁଜେଟଲୀଙ୍କ ନାମରେ ପୁନଃନାମିତ କରାଯାଇ ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମ ରଖାଯିବ। ଏ ସମ୍ପର୍କରେ ଦିଲ୍ଲୀ ଏବଂ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ(ଡିଡିସିଏ) ପକ୍ଷରୁ ମଙ୍ଗଳବାର  ନିଆଯାଇଛି। ଜେଟଲୀ ଏହି କ୍ରିକେଟ ଆସୋସିଏଶନର ପୂର୍ବତନ ସଭାପତି ଥିଲେ। ତାଙ୍କର ପରଲୋକ ପରେ ତାଙ୍କ ସ୍ମୃତିରେ  ଆସୋସିଏଶନ ପକ୍ଷରୁ ଏହି ଏଭଳି ପଦକ୍ଷେପ ନିଆଯାଇଅଛି।

ମିଳିଥିବା ସୂଚନା​‌ ଅନୁସାରେ, ଆସନ୍ତା ମାସ ସେପ୍ଟେମ୍ବର ୧୨ ତାରିଖରେ ଷ୍ଟାଡିୟମରେ ହେବାକୁ ଥିବା ଏକ ଭବ୍ୟ ସମାରୋହରେ ଷ୍ଟାଡିୟମର ପୁନଃ ନାମକରଣ କରାଯିବ। ଏହି ଅବସରରେ ଷ୍ଟାଡିୟମର ଏକ ଷ୍ଟାଣ୍ଡକୁ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ନାମରେ ନାମିତ କରାଯିବ, ଯାହାର ଘୋଷଣା ଡିଡିସିଏ ପକ୍ଷରୂ ପୂର୍ବରୁ କରାଯାଇଥିଲା।  ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ମନ୍ତ୍ରୀ ଅମିତ ଶାହ ଏବଂ କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହି ଖବର ସମ୍ପର୍କରେ ଡିଡିସିଏ ସଭାପତି ରଜତ ଶର୍ମା ସୂଚନା ଦେଇ କହିଛନ୍ତି, ଅରୁଣ ଜେଟଲୀଙ୍କ ସମର୍ଥନ ଏବଂ ଉତ୍ସାହ ବଳରେ ବିରାଟ କୋହଲି, ବିରେନ୍ଦ୍ର ସେହୱାଗ, ଗୌତମ ଗମ୍ଭୀର, ଆଶିଷ ନେହରା, ଋଷଭ ପନ୍ତଙ୍କ ଭଳି ଅନେକ ଖେଳାଳି ଭାରତ ଏବଂ ଭାରତୀୟ କ୍ରିକେଟ ଦଳ ପାଇଁ ଗର୍ବ ଓ ଗୌଣବ ଆଣିଦେଇଛନ୍ତି। ଜେଟଲୀ ଡିଡିସିଏର ସଭାପତି ଥିବାବେଳେ ଫିରୋଜ ଶାହ କୋଟଲା ଷ୍ଟାଡିୟମର ନବୀକରଣ କରାଯାଇଥିଲା। ଏଠାରେ ବିଶ୍ଵସ୍ତରୀୟ ଡ୍ରେସିଂ ରୁମ୍‌ ସହିତ ବିଭିନ୍ନ ଆଧୁନିକ ସୁବିଧା କରାଯାଇଥିବାବେଳେ ଏହାର କ୍ଷମତା ମଧ୍ୟ ବୃଦ୍ଧି ହୋଇଥିଲା।

ଜେଟଲିଙ୍କ ପରଲୋକ ପରେ ବିରେନ୍ଦ୍ର ସେହଓ୍ବାଗ ଓ ଗୌତମ ଗମ୍ଭୀରଙ୍କ ସହିତ ବହୁ କ୍ରିକେଟର ପୂର୍ବତନ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଗମ୍ଭୀର ଗତ ସୋମବାର ଉପରାଜ୍ୟପାଳଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ ଯେ, ଯମୁନା ସ୍ପୋର୍ଟସ୍ କମ୍ପଲେକ୍ସର ନାମ ବଦଳାଇ ଅରୁଣ ଜେଟଲୀ ରଖାଯାଉ। କେବଳ ଗମ୍ଭୀର ନୁହଁନ୍ତି ପୂର୍ବତନ ଷ୍ଟାର କ୍ରିକେଟର ବିରେନ୍ଦ୍ର ସେହଓ୍ବାଗ ଟ୍ବିଟ୍ କରି କହିଥିଲେ, ଦିଲ୍ଲୀର ବହୁ ଖେଳାଳିଙ୍କ ଜୀବନରେ ଜେଟଲୀ ଖୁବ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

   ସମ୍ବନ୍ଧିତ ଖବର


ସାବଧାନ ! ଚୀନ୍‌କୁ ଚେତାବନୀ ଦେଲା ଭାରତ – ନିଜର ଆତ୍ମରକ୍ଷା କରିବାକୁ ପଛଘୁଞ୍ଚା ଦେବନି ଭାରତୀୟ ସୈନିକ

ସୁନୀଲ ଗାଭାସ୍କରଙ୍କ ଟିପ୍ପଣୀକୁ ନେଇ କଡା ଜବାବ୍ ଦେଲେ ଅନୁଷ୍କା ଶର୍ମା, କହିଲେ ଏଭଳି

ବାଲକୋନୀର ପ୍ରେମରୁ ସାତ ଜନମର ସାଥୀ ….ଚର୍ଚ୍ଚାରେ ଏହି ରୋମିଓ-ଜୁଲିଏଟ୍

ଗଙ୍ଗା ନଦୀରୁ ମିଳିଲା ଦକ୍ଷିଣ ଆମେରିକାର ମାଛ, ବୈଜ୍ଞାନିକଙ୍କୁ ଘାରିଲା ଏହି ଭୟ

ରିୟାଙ୍କ ଉପରେ ସବୁ ଦୋଷ ଲଦିଲେ ରକୁଲ: କହିଲେ-ମୁଁ କେବେ ଡ୍ରଗ୍ସ ନେଇନି…

ବିହାର ନିର୍ବାଚନ : କରୋନା ସାଥିରେ ଚାଲିବ ମତଦାନ , ନିର୍ବାଚନ ଆୟୋଗ କରିବେ ସ୍ୱତନ୍ତ୍ର ବ୍ୟବସ୍ଥା