PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଭାରତରେ ହିନ୍ଦୁ ଓ ମୁସଲମାନ ଜନ୍ମହାର ପାଖାପାଖି ସମାନ; ଗବେଷଣା ରିପୋର୍ଟରେ ଦେଶରେ ଏହି ଧର୍ମର ଜନସଂଖ୍ୟା ଅଧା କମିଛି

pic-the print

ନୂଆଦିଲ୍ଲୀ: ଦେଶ ବିଭାଜନ ହେବା ପରଠାରୁ ଭାରତରେ ଧାର୍ମିକ ଜନସଂଖ୍ୟା ହାର ଏକପ୍ରକାର ସ୍ଥିର ରହିଛି। ଉଭୟ ହିନ୍ଦୁ ଓ ମୁସଲମାନ ଜନସଂଖ୍ୟାର ଉପରେ ନିୟନ୍ତ୍ରଣ ରଖିବା ସହିତ ଜନ୍ମହାର ଉପରେ ମଧ୍ୟ ନିୟନ୍ତ୍ରଣ କରିଛନ୍ତି। ତେବେ ହିନ୍ଦୁଙ୍କ ଓ ଅନ୍ୟ ଧର୍ମ ଅପେକ୍ଷା ଭାରତରେ ମୁସ୍ଲିମ ସମ୍ପ୍ରଦାୟରେ ଜନସଂଖ୍ୟା ଅପେକ୍ଷାକୃତ ଭାବରେ ବଢ଼ିଛି। ବିଭିନ୍ନ ବିଷୟର ଗବେଷଣା କରୁଥିବା ଆମେରିକୀୟ ଗବେଷଣା ସଂସ୍ଥା Pew Research Center ରିପୋର୍ଟରୁ ଏହା ଜଣାପଡ଼ିଛି।

ଭାରତରେ ଦଶ ବର୍ଷ ତଳେ (୨୦୧୧)ହୋଇଥିବା ଜନଗଣନା ଏବଂ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ତଥ୍ୟକୁ ଆଧାର କରି ଜନସଂଖ୍ୟ ବୃଦ୍ଧିର ମୁଖ୍ୟତ ୩ ଆଧାର ଯଥା- ଜନ୍ମହାର, ସ୍ଥାନାନ୍ତରଣ ଓ ଧର୍ମପରିବର୍ତ୍ତନ ତଥ୍ୟକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଅନ୍ୟ ସମ୍ପ୍ରଦାୟଙ୍କ ଠାରୁ ଭାରତରେ ମୁସ୍ଲିମ ଜନ୍ମହାର ଅଧିକ ରହିଥିଲେ ହେଁ ଜନ୍ମହାରର କିନ୍ତୁ ହ୍ରାସ ଦେଖିବାକୁ ମିଳିଛି। ୧୯୯୨ରୁ ୨୦୧୫ ପର୍ଯ୍ୟନ୍ତ ମୁସ୍ଲିମ ଧର୍ମରେ ଜନ୍ମହାର ୪.୪ ରୁ ହ୍ରାସ ପାଇ ୨.୬ହୋଇଛି। ସେହିପରି ହିନ୍ଦୁଙ୍କ ଜନ୍ମହାର ୩.୩ ରୁ ହ୍ରାସ ପାଇ ୨.୧ହୋଇଛି। ତେଣୁ ଏଥିରୁ ଜଣାପଡ଼ୁଛି ଭାରତରେ ଧାର୍ମିକ ଗୋଷ୍ଠି ମଧ୍ୟରେ ପ୍ରସବ ବ୍ୟବଧାନ ପୂର୍ବ ଅପେକ୍ଷା କମ୍‌ ରହିଛି।

ବର୍ତ୍ତମାନ ଭାରତରେ ପ୍ରଜନନ ଦର ୨.୨ ହାର ରହିଛି, ଯାହା ଆର୍ଥିକ ବିକାଶ ଶୀଳ ରାଷ୍ଟ୍ର ଯେପରି ଆମେରିକା (୧.୬) ଠାରୁ ଅଧିକ ରହିଛି। ତେବେ ଭାରତ ୧୯୯୨(୩.୪) ଓ ୧୯୫୧(୫.୯) ଜନ୍ମହାର ଅପେକ୍ଷା ଏବର ପ୍ରଜନନ ହାର ଆଦର୍ଶଗତ ଭାବବେ କମ୍ ରହିଛି। ଗବେଷଣାରେ କୁହାଯାଇଛି ଯେ ଜନ୍ମହାର କମିବା ଓ ପ୍ରଜନନ ନିୟମରେ ପରିବର୍ତ୍ତନ ଯୋଗୁ ୧୯୫୧ ମସିହାର ଜନସଂଖ୍ୟା ତୁଳନାରେ ଧାର୍ମିକ ଜନସଂଖ୍ୟରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଯଦିଓ ଭାରତର ସମସ୍ତ ପ୍ରମୁଖ ଧାର୍ମିକ ଜନସଂଖ୍ୟା ଅଭିବୃଦ୍ଧି ହାର ହ୍ରାସ ପାଇଛି ତଥାପି ସଂଖ୍ୟାଲଘୁମାନଙ୍କ ମଧ୍ୟରେ ଜନସଂଖ୍ୟା ହାର ଅଧିକ ମନ୍ଥର ହୋଇଥିବା ପରିଲଖିତ ହୋଇଛି। ଯେଉଁମାନେ ପୂର୍ବ ଦଶନ୍ଧିରେ ହିନ୍ଦୁମାନଙ୍କୁ ପଛରେ ପକାଇ ଥିଲେ।

୧୯୫୧ରୁ ୧୯୯୬ରେ ମୁସ୍ଲିମ ଜନସଂଖ୍ୟା  ୩୨.୭% ରହିଥିଲା। ଯାହା ଭାରତରେ ସାମଗ୍ରୀକ ହାର ୨୧.୬% ତୁଳନାରେ ୧୧ ପ୍ରତିଶତ ଅଧିକ ଥିଲା। ହେଲେ ଏହି ବ୍ୟବଧାନ ପର୍ଯ୍ୟାୟକ୍ରମେ ଧୀରେ ଧୀରେ କମି କମି ଆସିଛି। ୨୦୦୧ ଠାରୁ ୨୦୧୧ ପର୍ଯ୍ୟନ୍ତ ମୁସ୍ଲିମ ହାର ୨୪.୭% ଥିବା ବେଳେ ଭାରତର ସାମଗ୍ରୀକ ଜନସଂଖ୍ୟା ହାର ୧୭.୭% ଥିଲା। ଯାହା ଦେଶର ସାମଗ୍ରୀକ ଜନସଂଖ୍ୟା ହାର ଠାରୁ ୭ ପ୍ରତିଶତ ଅଧିକ ଥିଲା। ନିକଟ ଦଶନ୍ଦି ଜନଗଣନାରେ ତେବେ ଭାରତରେ ମୁଖ୍ୟତଃ ୩ ଧାର୍ମିକ ସମ୍ପ୍ରଦାୟର ଜନସଂଖ୍ୟା ମଧ୍ୟରେ ଖ୍ରୀଷ୍ଟିଆନ୍‌ ସଂଖ୍ୟା ଅତି ମନ୍ଥର ଗତୀରେ ବୃଦ୍ଧି ହୋଇଛି।

୨୦୦୧ରୁ ୧୧ ପର୍ଯ୍ୟନ୍ତ ଖ୍ରୀଷ୍ଟିଆନ ଜନସଂଖ୍ୟାରେ ୧୫.୭% ବୃଦ୍ଧି ପାଇଛି। ଯାହା ଦେଶ ବିଭାଜନ ପରେ ଏକ ଦଶନ୍ଧିର ଜନଗଣନା ଅନୁସାରେ ସବୁଠାରୁ କମ୍। ତେବେ ଏସବୁକୁ ଦେଖିଲେ ଭାରତରେ ପ୍ରତ୍ୟେକ ଧର୍ମରେ ବୃଦ୍ଧି ଦେଖିବାକୁ ମିଳିଛି।

ଜନସଂଖ୍ୟା ହାରକୁ ଦେଖିଲେ ଭାରତରେ ୧୯୫୧ରୁ ୨୦୧୧ ପର୍ଯ୍ୟନ୍ତ ମୁସ୍ଲିମ ୪,୪% ବୃଦ୍ଧି ଘଟି ୧୪.୨% ହୋଇଥିବା ବେଳେ ହିନ୍ଦୁଙ୍କ ଜନସଂଖ୍ୟା ୪.୩କୁ ହ୍ରାସ ପାଇଁ ୭୯% ହୋଇଛି। କହିବାକୁ ଗଲେ ଭାରତର ମୁଖ୍ୟ ୬ଟି ଧାର୍ମିକ ସମ୍ପ୍ରଦାୟ ଯଥା- ହିନ୍ଦୁ ମୁସ୍ଲିମ, ଖ୍ରୀଷ୍ଟିଆନ୍, ଶିଖ୍, ବୁଦ୍ଧିଷ୍ଟ ଏବଂ ଜୈନଙ୍କ ସଂଖ୍ୟାରେ ଯଥୋଚିତ ଭାବେ ବୃଦ୍ଧି ପାଉଛି। ତେବେ ଏହି ଧାରାରେ ଏକମାତ୍ର ପାର୍ସି ଧର୍ମାବଲମ୍ବୀଙ୍କ କ୍ଷେତ୍ରରେ ବ୍ୟତୀକ୍ରମ ଦେଖିବାକୁ ମିଳିଛି। ପାର୍ସି ସମ୍ପ୍ରଦାୟର ଲୋକଙ୍କ ସଂଖ୍ୟା ୧୯୫୧ରୁ ୨୦୧୧ ମଧ୍ୟରେ ଅଧା କମିଯାଇଛି। ସେତେବେଳେ ପାର୍ସି ଜନସଂଖ୍ୟା ୧୧୦,୦୦୦ ଥିଲା। ଏବେ ମାତ୍ର ୬୦,୦୦୦ ସୀମିତ ରହିଯାଇଛି।

ସବୁଠାରୁ ରୋଚକ କଥା ହେଲା ଭାରତର ମୋଟ ୧୨୦୦ ମିଲିୟନ ଜନସଂଖ୍ୟା ମଧ୍ୟରୁ ୮ ମିଲିୟନ ଜନସଂଖ୍ୟା ଉପରୋକ୍ତ ମୁଖ୍ୟ ୬ଟି ସମ୍ପ୍ରଦାୟର ନୁହଁନ୍ତି। ଏମାନଙ୍କ ମଧ୍ୟରେ ପାଖାପାଖି ୫ ମିଲିୟନ ଆଦିବାସୀ ଥିବା ବେଳେ ତା ପଛକୁ ଗୋଣ୍ଡ(ଦ୍ରାବିଡ଼ିୟ ଆଦିବାସୀ) ୧ ମିଲିୟନ, ଏବଂ ୫,୧୦,୦୦୦ ସାରି ଧର୍ମ ବିଶ୍ୱାସୀ ରହିଛନ୍ତି। ଭାରତରେ ଝିଅଙ୍କ ତୁଳନାରେ ପୁଅ ଜନ୍ମକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ଏହା ମଧ୍ୟ ଜନ୍ମହାରରେ ପ୍ରଭାବ ପକାଇବାର କାରଣ ହେଉଛି। ବିଶେଷତଃ ଖ୍ରୀଷ୍ଟିଆନ୍ ଓ ମୁସଲମାନଙ୍କ ତୁଳନାରେ ହିନ୍ଦୁମାନଙ୍କ ଠାରେ ଏହି ମାନସିକତା ଅଧିକ ଦେଖାଯାଉଛି। ଏହି କାରଣ ଯୋଗୁ ୧୯୭୦ରୁ ୨୦୧୭ ପର୍ଯ୍ୟନ୍ତ ଆନୁମାନିକ ଭାବେ ୨୦ ମିଲିୟନ ଝିଅର ଅଭାବ ପଡ଼ିଲାଣି।  

ତେବେ ଧାର୍ମିକ ଜନସଂଖ୍ୟା ବୃଦ୍ଧି ଜନସଂଖ୍ୟା ବୃଦ୍ଧିର କେବଳ ଗୋଟିଏ କାରଣ ନୁହେଁ, ମହିଳାମାନଙ୍କର ଅଧିକ ପିଲା ଜନ୍ମ କରିବାର ପ୍ରବୃତ୍ତି ଯୋଗୁ ବି ଜନସଂଖ୍ୟା ବଢ଼ୁଛି। ଗବେଷଣାରୁ ଜଣାପଡ଼ିଛି ଯେ ଭାରତର କେନ୍ଦ୍ରରେ ରାଜ୍ୟଗୁଡ଼ିକ ଯଥା-ବିହାର ଓ ଉତ୍ତର ପ୍ରଦେଶର ମହିଳାମାନଙ୍କର ଏକାଧିକ ପିଲା ଜନ୍ମ କରିବାର ପ୍ରବୃତ୍ତି ରହିଛି। ବିହାର ଜନ୍ମହାର ୩.୪ ଓ ୟୁପିର ଜନ୍ମହାର ୨.୭ ତୁଳନାରେ ଦକ୍ଷିଣାଞ୍ଚଳ ରାଜ୍ୟ ତାମିଲ ନାଡୁ(୧.୭), ଏବଂ କେରଳ(୧.୬) କମ୍ ରହିଛି।

 

ସେହିପରି ସ୍ଥାନାନ୍ତରଣ ଓ ଧର୍ମପରିବର୍ତ୍ତନ ଆଧାରରେ ଗବେଷଣା କହୁଛି ଯେ ୧୯୫୦ରୁ ଧର୍ମ ପରିବର୍ତ୍ତନ ଧାର୍ମିକ ଜନସଂଖ୍ୟାରେ ସାମାନ୍ୟ ପ୍ରଭାବ ପକାଇଛି। ଭାରତରେ ୯୯% ଲୋକ ଭାରତରେ ଜନ୍ମ ହୋଇଥିବା ଅନ୍ୟ ଦେଶରୁ ଆସି ଭାରତରେ ରହୁଥିବା ଲୋକ ଜନସଂଖ୍ୟାରେ ସେତେଟା ପ୍ରଭାବ ପକାଇ ପାରି ନାହାଁନ୍ତି। ସେହିପରି ଧର୍ମ ପରିବର୍ତ୍ତନରେ ମଧ୍ୟ ଧାର୍ମିକ ଜନସଂଖ୍ୟା ବୃଦ୍ଧିରେ ସେତେଟା ପ୍ରଭାବ ଦେଖାଯାଇ ନାହିଁ। ୯୮ ପ୍ରତିଶତ ଭାରତୀୟ ପ୍ରାପ୍ତ ବୟସ୍କ ମୂଳରୁ ଯେଉଁ ଧର୍ମରେ ଜନ୍ମ ହୋଇଥିଲେ ଏବେ ମଧ୍ୟ ସେହି ଧର୍ମରେ ଅଛନ୍ତି।  

ସମ୍ବନ୍ଧିତ ଖବର