ମାତ୍ର ୭୮୯ ଟଙ୍କାରେ କିଣନ୍ତୁ ନିଜ ମନ ପସନ୍ଦର କାର୍, ଜାଣନ୍ତୁ ଅଫର୍ ସମ୍ପର୍କରେ…

ନୂଆଦିଲ୍ଲୀ ୨୧/୧୦: ଯଦି ଆପଣ ଫେଷ୍ଟିଭ୍ ସିଜନରେ ନୂଆ ଗାଡି କିଣିବା ପାଇଁ ଚିନ୍ତା କରୁଛନ୍ତି ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ । ଟାଟା ମୋଟର୍ସର ଗାଡି ଆପଣ ଏବେ ମାତ୍ର ୭୮୯ ଟଙ୍କା ଇଏମଆଇରେ କିଣିପାରିବେ । କମ୍ପାନୀ ଏଚଡିଏଫସି ବ୍ୟାଙ୍କ(HDFC Bank) ସହିତ ୭୮୯ ଟଙ୍କା ପ୍ରତି ମାସିକ ଇଏମଆଇ ପ୍ରଦାନ କରିବା ପାଇଁ ଟାଇଅପ୍ କରିଛି । ଟାଟା ମୋଟର୍ସ ନିଜ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଇଏମଆଇ ବିକଳ୍ପ ଦେଉଛି ଯେଉଁଥିରେ ପ୍ରତି ବର୍ଷ ୩ ମାସ ପାଇଁ ସର୍ବନିମ୍ନ ଇଏମଆଇ ରାଶି ପୈଠ କରିପାରିବେ । କମ୍ପାନୀ ପାସେଞ୍ଜର ଭେଇକିଲ୍ ରେଞ୍ଜରେ ୧୦୦ ପ୍ରତିଶତ ଏକ୍ସ-ଶୋରୁମ୍ ଫଣ୍ଡିଂ ସୁବିଧା ଆଣିଛି । ୫ ବର୍ଷ ପର୍ଯ୍ୟନ୍ତ ଲୋନ୍ ଅବଧି ଓ ସମସ୍ତ ଯାତ୍ରୀ ବାହନ ଉପରେ ଯୋଜନା ଉପଲବ୍ଧ ଅଛି ।

ଲଞ୍ଚ୍ ହେଲା ୨ ସ୍କିମ୍, ନଭେମ୍ବର ପର୍ଯ୍ୟନ୍ତ ମିଲିବ ଲାଭ
କମ୍ପାନୀ ବ୍ୟାଙ୍କ ସହିତ ମିଶି ୨ ନୂଆ ଯୋଜନା ଆରମ୍ଭ କରିଛି –ଗ୍ରାଜୁଆଲ୍ ଷ୍ଟେପ ଅପ୍ ସ୍କିମ(Gradual Step Up Scheme)  ଓ ଟିଏମଏଲ୍ ଫ୍ଲେକ୍ସି ଡ୍ରାଇଭ୍ ଯୋଜନା(TML Flexi Drive Scheme).

ଗ୍ରାଜୁଆଲ୍ ଷ୍ଟେପ ଅପ୍ ସ୍କିମ
ପ୍ରଡକ୍ଟ କିଣିବା ପ୍ରକ୍ରିୟାକୁ ଫାଷ୍ଟ ଟ୍ରାକ୍ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ଏହି ସ୍କିମ । ଏଥିରେ ଗ୍ରାହକଙ୍କୁ ଆକର୍ଷକ ସୁଧ ଦରରେ ପ୍ରଡକ୍ଟ ଓ ସଂସ୍କରଣ ଆଧାରରେ ପ୍ରତି ମାସିକ ୭୯୯ ଟଙ୍କା ରୂପେ କମ୍ ଇଏମଆଇ ବିକଳ୍ପ ମିଳିବ ।

ଟିଏମଏଲ୍ ଫ୍ଲେକ୍ସି ଡ୍ରାଇଭ୍
ଫ୍ଲେକ୍ସି ଡ୍ରାଇଭ୍ ଯୋଜନା ଅନୁସାରେ ଗ୍ରାହକଙ୍କ ପାଖରେ ବିକଳ୍ପ ରହିବ କି ସେ ପ୍ରତି ବର୍ଷ କୌଣସି ବି ୩ ମାସ ଚୟନ କରିବେ ଯେଉଁଥିରେ ସେ ନିଜ ପ୍ରଡକ୍ଟ ଆଧାରରେ ସର୍ବନିମ୍ନ ଇଏମଆଇ ୭୮୯ ଟଙ୍କା ପ୍ରତି ମାସିକ(ଉତ୍ପାଦ ଓ ସଂସ୍କରଣ ଆଧାରରେ) ପୈଠ କରିପାରିବେ । ଉପରୋକ୍ତ ଯୋଜନା ଗ୍ରାହକଙ୍କୁ ସେମାନଙ୍କ ଇଏମଆଇ ପଠକୁ ଠିକ୍ ରୂପେ ମ୍ୟାପ୍ କରିବାରେ ସାହାଯ୍ୟ କରିବ । କମ୍ପାନୀ ଏକ ବୟାନରେ କହିଛି ଯେ ଏହି ଅଫର୍ସର ଲାଭ ଉଠାଇବା ପାଇଁ ଗ୍ରାହକ ନିଜ ନିକଟସ୍ଥ ଟାଟା ମୋଟର୍ସ ଡିଲର କିମ୍ବା ଏଚଡିଏଫସି ବ୍ୟାଙ୍କ ଶାଖାରେ ପହଞ୍ଚି ପାରିବେ ଏବଂ ଟାଟା କାର୍ କ୍ରୟ କରିବା ନେଇ ରେଜିଷ୍ଟର କରିପାରିବେ ।