୬ଦିନ ପର୍ଯ୍ୟନ୍ତ ଦୁଇ ନାବାଳିକା ଭଉଣୀଙ୍କୁ ଗଣଦୁଷ୍କର୍ମ କଲେ ୧୫ ଦୁର୍ବୃତ୍ତ: ପୋଲିସ ଚୁପ୍, ବିକ୍ଷୋଭ ପ୍ରଦର୍ଶନ କଲେ ଲୋକେ

ଲାହୋର, ୨୫/ ୧୦: ୧୫ ଜଣ ଯୌନ ରାକ୍ଷାସ ୬ଦିନ ଧରି ଦୁଇ ନାବାଳିକା ଭଉଣୀଙ୍କୁ ୬ଦିନ ପର୍ଯ୍ୟନ୍ତ ଗଣଦୁଷ୍କର୍ମ କରିଛନ୍ତି। ଏନେଇ ଦୁଇ ଭଉଣୀଙ୍କ ମା ଥାନାରେ ଅଭିଯୋଗ କରିଛନ୍ତି। ପୀଡ଼ିତାଙ୍କ ମାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଦୁଇ ଝିଅଙ୍କ ବୟସ ଯଥାକ୍ରମେ ୧୫ ଓ ୧୭ ବର୍ଷ। ଦୁଇ ଝିଅଙ୍କୁ ୧୧ ଜଣ ବ୍ୟକ୍ତି ଅପହରଣ କରି ନେଇଥିଲେ। ଫୈସଲାବାଦ ଅଞ୍ଚଳ ପରେ ଭିନ୍ନ ଭିନ୍ନ ସ୍ଥାନରେ ରଖି ସେମାନଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଏଭଳି ଅଭିଯୋଗ କରିଛନ୍ତି ପିଡ଼ୀତାଙ୍କ ମା। ପାକିସ୍ତାନର ଏକ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ମୁତାବିକ ୧୫ ଜଣଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ହୋଇଛି।

ପିଡ଼ୀତାଙ୍କ ମା ଆହୁରି ଅଭିଯୋଗରେ କହିଛନ୍ତି ଯେ, ସେପ୍ଟେମ୍ବର ୧୧ ତାରିଖରୁ ସେମାନଙ୍କୁ ଅପହରଣ କରିନେଇଥିଲେ ଦୁର୍ବୃତ୍ତ। ସେମାନଙ୍କୁ ନିଶା ଦେଇ ଦୁଷ୍କର୍ମ କରାଯାଇଥିବା ସେ କହିଛନ୍ତି। କେବଳ ସେତିକି ନୁହେଁ ଦୁଇ ନାବାଳିକାଙ୍କର ଆପତ୍ତି ଜନକ ଭିଡିଓ ଓ ଫଟୋ ଉଠେଇ ଦୁର୍ବୃତ୍ତ ରଖିଥିବା କଥା ମଧ୍ୟ ଅଭିେଯୋଗ କରିଛନ୍ତି।

ହେଲେ ଏଯାଏଁ ଏହି ମାମଲାରେ ପୋଲିସ କୌଣସି ଅଯିଯୁକ୍ତଙ୍କୁ ଗିରଫ କରିନଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ମାମଲାର ଶୀଘ୍ର କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସ୍ତାନୀୟ ଲୋକ।

   ସମ୍ବନ୍ଧିତ ଖବର


କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

୪୩ ମୋବାଇଲ ଆପ୍‌କୁ ଭାରତ ‌ବ୍ୟାନ କରିବା ପରେ ଚୀନ ରାଗରେ ପାଚି ଲାଲ୍, କହିଲା ମିଳିବ କଡା ଜବାବ…

ଟ୍ୟୁସନ ଯିବା ସମୟରେ ନାବାଳିକାକୁ ଗଣଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ତିଆରି କରି ଦେଉଥିଲେ ଧମକ…

କରୋନା ପାଇଁ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରିପାରିବେ ରାଜ୍ୟ ସରକାର- ସମ୍ପୂର୍ଣ୍ଣ କର୍ଫ୍ୟୁ ପାଇଁ କଟକଣା, ଡିସେମ୍ବର ପାଇଁ କେନ୍ଦ୍ରର ନୂଆ ଗାଇଡ୍‌ ଲାଇନ୍‌

ଦିଲ୍ଲୀ ଦଙ୍ଗାରେ ଥିଲେ ବାଂଲାଦେଶୀ, ରୋହିଙ୍ଗ୍ୟା, ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କରୁଥିଲେ ଷଡଯନ୍ତ୍ର…

‘ଲଭ୍ ଜିହାଦ୍’ ଦୋଷୀଙ୍କୁ ହୋଇପାରେ ୧୦ ବର୍ଷ ଜେଲ୍, ବିଲ୍ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ