ପୂର୍ବତଟ ରେଳପଥର ୧୫ ଟ୍ରେନ୍‌ ହେବ କ୍ୱାରାନଣ୍ଟାଇନ୍‌ ସେଣ୍ଟର୍‌, ୮ ଷ୍ଟେସନ୍‌ରେ ରହିବ ୨୬୧ କୋଚ୍

ଭୁବନେଶ୍ୱର ୦୩/୦୪: ପୂର୍ବତଟ ରେଳପଥର ୧୫ ଟ୍ରେନ୍‌ ହେବ କ୍ୱାରାନଣ୍ଟାଇନ୍‌ ସେଣ୍ଟର୍‌ । ୮ଟି ଷ୍ଟେସନ୍‌ରେ ରହିବ ୨୬୧ କୋଚ୍‌ । ଭାରତୀୟ ରେଳ ମନ୍ତ୍ରଣାଳୟ ପକ୍ଷରୁ ରେଳ କୋଚ୍‌ଗୁଡିକୁ କରୋନା ସଂକ୍ରମଣକୁ ରୋକିବା ପାଇଁ ସଂଘରୋଧ ସ୍ଥାନରେ ପରିଣତ କରାଯିବ । ତେଣୁ ପୂର୍ବତଟ ରେଳପଥ ପକ୍ଷରୁ ୨୬୧ କୋଚକୁ ଏଥି ପାଇଁ ବ୍ୟବହାର କରାଯିବ । କୋଚ୍‌ଗୁଡିକୁ କରୋନା ସଂକ୍ରମଣ ରୋକିବା ପାଇଁ କ୍ୱାରାନଣ୍ଟାଇନ୍‌ ସେଣ୍ଟର୍‌ରେ ପରିଣତ କରିବା ପରେ ଟ୍ରେନ ହୋଇ ବିଭିନ୍ନ ଷ୍ଟେସନରେ ରହିବ । ୧୫ଟି ଟ୍ରେନ ମଧ୍ୟରୁ ୩ଟି ଟ୍ରେନ୍‌ ଭୁବନେଶ୍ୱର ଷ୍ଟେସନ୍‌ରେ, ୨ଟି ଖୋର୍ଦ୍ଧା ରୋଡ୍‌ ଷ୍ଟେସନ୍‌ରେ, ୨ଟି ସମ୍ବଲପୁର ଷ୍ଟେସନରେ, ଗୋଟିଏ ଟିଟିଲାଗଡ଼ ଷ୍ଟେସନରେ, ୩ଟି ବିଶାଖାପାଟଣା ଷ୍ଟେସନରେ, ଗୋଟିଏ ବିଜୟନଗରମ୍‌ ଷ୍ଟେସନରେ, ଗୋଟିଏ କଟକରେ ଓ ୨ଟି ଟ୍ରେନ୍‌ ପୁରୀ ଷ୍ଟେସନରେ ରହିବ । ଆସନ୍ତା ୧୫ ତାରିଖ ସୁଦ୍ଧା ସମସ୍ତ କୋଚ୍‌ ପ୍ରସ୍ତୁତ ହୋଇଯିବ ।

ପୂର୍ବତଟ ରେଳପଥ ପକ୍ଷରୁ ଏ ବାବଦରେ ସମସ୍ତ ପ୍ରସ୍ତୁତି ଜାରି ରହିଛି । ପୂର୍ବତଟ ରେଳପଥ ଅଧୀନରେ ଥିବା ସମସ୍ତ କୋଚ୍‌ ଡିପୋଗୁଡିକରେ ଏହି କାମ ଜାରି ରହିଛି । ମଞ୍ଚେଶ୍ୱର କୋଚ୍‌ ଡିପୋରେ ୫୧ଟି କୋଚ୍‌, ପୁରୀରେ ୩୯, ଭୁବନେଶ୍ୱରରେ ୪୬, ସମ୍ବଲପୁରରେ ୩୨, ବିଶାଖାପାଟଣାରେ ୬୦ ଓ ଖୋର୍ଦ୍ଧା ରୋଡ୍‌ ଷ୍ଟେସନରେ ୩୩ଟି କୋଚ୍‌କୁ କ୍ୱାରାନଣ୍ଟାଇନ୍‌ ସେଣ୍ଟର୍‌ରେ ପରିଣତ କରାଯିବ । କୋଚ୍‌ଗୁଡିକରେ ଆବଶ୍ୟକ ପରିବର୍ତ୍ତନ କରାଯାଇ ଲୋକମାନଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ରହିବ । ଝରକାଗୁଡିକରେ ମଶା ରୋକିବାକୁ ନେଟ୍‌ ଲାଗିବ ।

ଗୋଟିଏ କୋଚ୍‌ରେ ଗୋଟିଏ ବାଥ୍‌ ରୁମ୍‌ ଓ ୩ଟି ପାଇଖାନା ରହିବ । ମିଡିଲ୍‌ ବର୍ଥ ଖୋଲାଯିବ । ୬ଟି ଲିକ୍ୱଇଡ୍‌ ସୋପ୍‌ ପାଇଁ ବ୍ୟବସ୍ଥା ରହିବ । ୪ଟି ବୋଟଲ୍‌ ହଲଡର୍‌ ଓ ୩ଟି ଡଷ୍ଟବିନ୍‌ ରହିବ । ଲାପଟପ୍‌ ଓ ମୋବାଇଲ୍‌ ଚାର୍ଜିଂ ପଏଣ୍ଟ ରହିବ । ତକିଆ ଓ ବ୍ୟାଡ୍‌ ସିଟ୍‌ ଦିଆଯିବ । ବାଥରୁମରେ ବାଲତି ଓ ମଗ୍‌ ରହିବ । ଏସବୁ ବ୍ୟତୀତ ଅକ୍ସିଜେନ୍‌ ସିଲିଣ୍ଡର୍‌ ମଧ୍ୟ ରହିବ । ପ୍ରତି କୋଚର ପ୍ରଥମ କ୍ୟାବିନ୍‌ ପାରାମେଡିକାଲ୍‌ ତଥା ଷ୍ଟୋର୍‌ ଭାବେ ବ୍ୟବହାର କରିହେବ ।

   ସମ୍ବନ୍ଧିତ ଖବର


ରାଜ୍ୟ ପାଇଁ ଆଶ୍ବସ୍ତି ଖବର: ସୁସ୍ଥ ହେଲେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ, କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ

ଅର୍ଜୁନ ପୁରସ୍କାର ପାଇଁ ଦୀପଗ୍ରେସଙ୍କ ନାମ ସୁପାରିସ !

କରୋନା ସମୟରେ ପ୍ରଥମ ରାଜ୍ୟ ଭାବେ ଖେଳ ଆୟୋଜନ କରିବ ଓଡ଼ିଶା, ଟି-୧୦ ପ୍ରିମିୟର ଲିଗ୍ ପାଇଁ‌ ଅନ୍‌ଲାଇନ୍‌ରେ ଆବେଦନ

ଆସନ୍ତା ୮ ତାରିଖରେ ଓଡ଼ିଶାର ଜନସାଧାରଣଙ୍କୁ ସମ୍ବୋଧିତ କରିବେ ଅମିତ ଶାହ

ଜୁଲାଇ ୧୫ ସୁଦ୍ଧା ସବୁ ସ୍କୁଲରେ ପିଲାଙ୍କ ନାମଲେଖା ସରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ

ଆଜିଠୁ ଏସ୍‌ସିବିରେ ପିଜି ପରୀକ୍ଷା ଆରମ୍ଭ, ହୋଇଛି ଆଇସୋଲେସନ୍‌ ହଲ୍‌ ବ୍ୟବସ୍ଥା