ପଞ୍ଚମ ପଢିଥିବା ବ୍ୟକ୍ତି ଭଡାଘରେ ଏଭଳି ଛାପୁଥିଲା ନକଲି ନୋଟ୍,ଧରାହେବା ପରେ ଜଣାପଡିଲା କଳାକାରନାମା

ଲକ୍ଷ୍ନୌ,୭।୯: ଉତ୍ତର ପ୍ରଦେଶର ଆଗ୍ରାର ଶହୀଦ ନଗର(ସଦର)ରେ ଏକ ଭଡା ଘର ଭିତରେ ୧୦୦ ଟଙ୍କିଆ ନକଲି ନୋଟ୍ ଛପା ଯାଉଥିବା ନେଇ ସୂଚନା ମିଳିଛି। ଏସିଟିଏଫ୍ ଆଗ୍ରା ୟୁନିଟ୍ ଗ୍ୟାଙ୍ଗର ମୁଖ୍ୟ ସହିତ ୫ ଜଣଙ୍କୁ ଗିରଫ କରିଛି। ଗିରଫ ପରେ ଜଣାପଡିଛି ଏହି ଗ୍ୟାଙ୍ଗର ମୁଖ୍ୟ ମାତ୍ର ୫ ଶ୍ରେଣୀ ପର୍ଯ୍ୟନ୍ତ ପଢିଛି, କିନ୍ତୁ ସେ ନିଜର ବୁଦ୍ଧି ଲଗାଇ ଏହି ନକଲି ନୋଟ୍ କାରବାର କରୁଥିଲା। ୧୦୦ ଟଙ୍କିଆ ନୋଟ୍ ବିଡାକୁ ଚଳାଇବା ପାଇଁ ସେ ଲୋକଙ୍କୁ ୫ହଜାର ଟଙ୍କା ଦେଉଥିଲା। ଜୁବ ଏବଂ ସଟ୍ଟାବଜାରରେ ଏହି ନକଲି ନୋଟର ଖୁବ୍ ଡିମାଣ୍ଡ ରହିଥିଲା ଅଭିଯୁକ୍ତଙ୍କ ପାଖରେ ୩୫ ହଜାର ଟଙ୍କାର ନକଲି ନୋଟ୍ ଜବତ କରାଯାଇଛି।

ଏସଟିଏଫ ଆଗ୍ରା ୟୁନିଟ୍କୁ ଖବର ମିଳିଥିଲା ଯେ, ସହରରେ ଏକ ଗ୍ୟାଙ୍ଗ ସକ୍ରିୟ ହୋଇଛି। ଶହେ ଟଙ୍କାର ନକଲି ନୋଟ୍ ଛାପୁଚି। ବଜାରରେ ଶହେ ଟଙ୍କାର ନୋଟ୍ କେହି ଚେକ୍ କରିକି ନିଅନ୍ତି ନାହିଁ। ତେଣୁ ଏହି ଗ୍ୟାଙ୍ଗ ପୁରୁଣା ଶହେ ଟଙ୍କିଆ ନୋଟ୍ ଛାପିବା ଆରମ୍ଭ କରିଦେଇଥିଲା। ଗୋଟେ ୧୦୦ ଟଙ୍କିଆ ନୋଟ୍ ଛାପିବାକୁ ତାଙ୍କୁ ୮ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। ୧୦୦ ଟଙ୍କିଆ ନୋଟର ବିଡା ୧୦ ହଜାର ଟଙ୍କାର ହୋଇଥିବା ବେଳେ ଏହାକୁ ବିକ୍ରି କରିବାକୁ ସେ ଲୋକଙ୍କୁ ୫ ହଜାର ଟଙ୍କା ଦେଉଥିଲା। ତା ଠାରୁ କିଣିବା ଲୋକ ମଧ୍ୟ ସିଧାସଳଖ ଭାବରେ ୫ ହଜାର ଟଙ୍କାର ଫାଇଦା ପାଉଥିଲେ। ଗୋଟେ ନୋଟ୍ ଛାପିବାକୁ ସେମାନଙ୍କୁ ୪ରୁ ୫ ମିନିଟ୍ ସମୟ ଲାଗୁଥିଲା।

ନକଲି ନୋଟ୍ ସହିତ ପ୍ରିଣ୍ଟର ଉଦ୍ଧାର କରାଯାଇଛି ବୋଲି ଏସଟିଏଫ୍ ପକ୍ଷରୁ କୁହାଯାଇଛି।  ଗିରଫ ଅଭିଯୁକ୍ତଙ୍କ ଭିତରେ ଶିବମ୍ ତୋମର, ଓମକାର ଝା, ଅବଧେଶ ସଭିତା, ସୁନିଲ ସିଂସୋଦିଆ ଓ ଲାଖନ ରହିଛି। ଏହି ଗ୍ୟାଙ୍ଗର ମୁଖ୍ୟ ଥିଲା ଶିବମ ତୋମର, ସେ ସମସ୍ତଙ୍କୁ ନୋଟ୍ ଛାପିବା କାମ୍ ଶିଖାଉଥିଲା।

   ସମ୍ବନ୍ଧିତ ଖବର


ଆଇପିଏଲ ବେଟିଂ ଚାଲିଥିବାବେଳେ ପୋଲିସର ଚଢାଉ

ଭାରତୀୟ ନୌସେନାକୁ ମିଳିବ ଆଉ ଏକ ସ୍କର୍ପିନ ବୁଡ଼ାଜାହାଜ, ଚଳିତ ବର୍ଷ ଡିସେମ୍ବର କିମ୍ବା ୨୦୨୧ ପ୍ରାରମ୍ଭରେ ମିଳିବ

ମାତ୍ର ୭୮୯ ଟଙ୍କାରେ କିଣନ୍ତୁ ନିଜ ମନ ପସନ୍ଦର କାର୍, ଜାଣନ୍ତୁ ଅଫର୍ ସମ୍ପର୍କରେ…

ହତ୍ୟା କରି ଫେରାର ହୋଇଥିବା ଶେଷଦେବ ଗିରଫ

ପୁଲିସ କବ୍‌ଜାରେ ଗିଲ୍‌ଟି କାଳୁ

ଅନ୍‌ଲାଇନ୍‌ରେ ଆସିଥିବା ମୋବାଇଲ୍‌ ଫୋନ୍‌କୁ ବିକିଦେଲା ଡେଲିଭରୀ ବୟ, ଗ୍ରାହକଙ୍କୁ କହିଲା କ୍ୟାନସଲ୍‌ ହୋଇଛି ଅର୍ଡର