ବିବାହ ଭୋଜିରେ ମାରପିଟ୍ ହେଲେ ୨ ଭିଣୋଇ, ବୁଝାଇବାକୁ ଆସି ଛେଚା ଖାଇଲା ପୋଲିସ

ଅଲ୍ଲୀଗଡ ୨୪/୧୧: ଉତ୍ତର ପ୍ରଦେଶର ଅଲ୍ଲୀଗଡରେ ବିବାହ ସମାରୋହ ସମୟରେ ୨ ଭିଣୋଇଙ୍କ ମଧ୍ୟରେ ଝଗଡା ହୋଇଗଲା । ଶେଷରେ ସମାଧାନ କରିବା ପାଇଁ ପହଞ୍ଚିଲା ପୋଲିସ । ଏହି ସବୁ ଘଟଣା ସିସିଟିଭିରେ କଏଦ ହୋଇଗଲା ।

ଗାନ୍ଧୀ ପାର୍କ ଥାନା କ୍ଷେତ୍ର ସ୍ଥିତ ନୌରଙ୍ଗାବାଦ ମୁଖିଆଙ୍କ ଧର୍ମଶାଳାରେ ଗତ ରାତିରେ ଏକ ବିବାହ ଉତ୍ସବ ଥିଲା । ତେବେ ବିବାହ ସମାରୋହରେ ୨ ଭିଣୋଇଙ୍କ ମଧ୍ୟରେ ଝଗଡା ହୋଇଗଲା । ବିବାହ ଭୋଜିକୁ ନେଇ ଲାଗିଗଲା ଝଗଡା । ଏହା ପରେ ୨ ଭିଣୋଇଙ୍କ ପକ୍ଷର ଲୋକ ସାମ୍ନାସାମ୍ନି ହୋଇଗଲେ । ଘଟଣାକୁ ଶାନ୍ତ କରିବା ପାଇଁ ପୋଲିସ ପହଞ୍ଚିଲା । କିନ୍ତୁ ପୋଲିସ ସହିତ ମଧ୍ୟ ହାତାହାତି ହୋଇଗଲେ କିଛି ଲୋକ । ଶେଷରେ ପୋଲିସ ୨ ଜଣଙ୍କୁ ନେଇ ଥାନାରେ ଅଟକ ରଖିଲା । ତେବେ ବୁଝାବୁଝି କରିବା ପାଇଁ ସ୍ଥାନୀୟ ବିଧାୟକ ଥାନାରେ ପହଞ୍ଚିଲେ । ଉଭୟ ପକ୍ଷର ୨ ଜଣଙ୍କୁ ଆଣିଲେ । ବିଧାୟକ ଓ ପୋଲିସର ବୁଝାବୁଝିରେ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହେଲା ।