ଦେଶରେ ୪ ପ୍ରକାର କୋଭିଡ୍-୧୯ ଟୀକା ପ୍ରସ୍ତୁତି ଚାଲିଛି, ଅକ୍ଟୋବର ପର୍ଯ୍ୟନ୍ତ ମିଳିପାରେ ଖୁସି ଖବର

ନୂଆଦିଲ୍ଲୀ,୨୮।୫: କୋଭିଡ୍-୧୯ ପାଇଁ ସାରା ଦେଶରେ ଯୋରଦାର ଭାବରେ ଟୀକା ପ୍ରସ୍ତୁତି କାମ ଚାଲିଛି। ଆଗାମୀ ଅକ୍ଟୋବର ପର୍ଯ୍ୟନ୍ତ କିଛି କମ୍ପାନୀ ଏହାର ପ୍ରି କ୍ଳିନିକାଲ ଷ୍ଟଡିଜ୍ ପର୍ଯ୍ୟନ୍ତ ପହଁଞ୍ଚିବାରେ ସଫଳତା ମିଳିପାରିବ। ସେ କହିଛନ୍ତି, ସାରା ବିଶ୍ବରେ ଟୀକା ତିଆରି କରିବାର ୪ଟି ପକ୍ରିୟା ରହିଛି। ଭାରତରେ ଏହି ୪ଟି ପ୍ରକାର କୋଭିଡ୍-୧୯  ଭ୍ୟାକସିନ୍ ତିଆରି ଚାଲିଛି ବୋଲି ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଡକ୍ଟର କେ ବିଜୟ ରାଘବନ କହିଛନ୍ତି। କିନ୍ତୁ ଭ୍ୟାକସିନ୍ ତିଆରି କରିବା ପରେ ପ୍ରଥମ ଦିନ ଭ୍ୟାକସିନ୍ ମିଳିଯିବ ଏହା ହୋଇପାରିବ ନାହିଁ।

ଡକ୍ଟର ରାଘବନଙ୍କ କହିବା ଅନୁସାରେ, କୋଭିଡ୍-୧୯ ପାଇଁ ଦେଶରେ ଭ୍ୟାକସିନ୍ ତିଆରି କରିବାରେ ଯୋରଦାର ଭାବରେ  ଓ ଅକ୍ଟୋବର ପର୍ଯ୍ୟନ୍ତ କିଛି କମ୍ପାନୀକୁ ଏହାର ପ୍ରି-କ୍ଳିନିକାଲ ଷ୍ଟଡିଜ ପର୍ଯ୍ୟନ୍ତ ପହଁଞ୍ଚାଇବାରେ ସଫଳତା ମିଳିପାରିବ।’  ସେ କହିଛନ୍ତି ସାରା ବିଶ୍ବ​‌ରେ ଭ୍ୟାକସିନ ତିଆରି କରିବାର ୪ଟି ପକ୍ରିୟା ରହିଛି। ଭାରତରେ ଏହି ୪ଟି ପଦ୍ଧତିର ବ୍ୟବହାର କୋଭିଡ୍-୧୯ ପାଇଁ ଭ୍ୟାକସିନ୍ ତିଆରିରେ ବ୍ୟବହାର କରାଯିବ।

ଏବେ ଦେଶରେ ୩୦ଟି ଗ୍ରୁପ୍ ଭ୍ୟାକସିନ୍ ତିଆରି କରିବାରେ ଲାଗିଛି। କିଛି କମ୍ପାନୀ ଫ୍ଲୁ ଭ୍ୟାକସିନରେ ବ୍ୟାକବୋନରେ ଆରଆଣ୍ଡଡି କରୁଛି, ଲାଗୁଛି ଅକ୍ଟୋବର ପର୍ଯ୍ୟନ୍ତ ପ୍ରି କ୍ଲିନିକାଲ ଷ୍ଟଡିଜ୍ ହୋଇଯିବ। କିଛି ଫେବୃଆରୀ ୨୦୨୧ରେ ପ୍ରୋଟିନ୍ ପ୍ରସ୍ତୁତ କରି ଭ୍ୟାକସିନ୍ ତିଆରି କରିବା କାମରେ ଲାଗିଛି। କିଛି ଷ୍ଟାର୍ଟଅପ୍ ଓ କିଛି ଏକାଡେମିକ୍ସ ମଧ୍ୟ ଭ୍ୟାକସିନ୍ ତିଆରି ଲାଗିଛି। ତାଙ୍କ ସହିତ ବିଦେଶୀ କମ୍ପାନୀ ମଧ୍ୟ ମିଶିକି କାମ କରୁଛନ୍ତି ବୋଲି ଡକ୍ଟର ରାଘବନ କହିଛନ୍ତି।

   ସମ୍ବନ୍ଧିତ ଖବର


Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ସ୍ବାମୀକୁ ହତ୍ୟା ପରେ ବି ଫେସବୁକରେ ପୋଷ୍ଟ କରୁଥିଲେ ପତ୍ନୀ, ଜାଣନ୍ତୁ ବରେଲିର ଅଧ୍ୟାପକଙ୍କ ହତ୍ୟା ପଛର କାରଣ

ପ୍ରତି ମିନିଟରେ Linkedin ଦେଉଛି ୩ ଜଣଙ୍କୁ ଚାକିରି: ମାଇକ୍ରୋସଫ୍ଟ ସିଇଓ

ଦୀପାବଳୀ ପରେ କମିବ ପିଆଜ ଦର

ଭାରତରେ ନିଲାମ ହେଲା ସବୁଠାରୁ ଦାମୀ ଚା’, କେଜିକୁ ରହିଛି ଏତେ ଟଙ୍କା

କେନ୍ଦ୍ର ସରକାରଙ୍କ କଡା ନିୟମ: ବାୟୁ ପ୍ରଦୂଷଣ କଲେ କୋଟିଏ ଟଙ୍କା ଜରିମାନା, ୫ ବର୍ଷ ଜେଲ୍‌ ଦଣ୍ଡ…