PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଗଛକଟାକୁ ନେଇ ମରଣାନ୍ତକ ଆକ୍ରମଣ, ଗୋଟିଏ ପରିବାରର ୩ ଗୁରୁତର


ବିନିକା,୧ ।୬ ସାମାନ୍ୟ ଗଛକଟାକୁ ନେଇ ୨ ପରିବାର ମଧ୍ୟରେ ମାରପିଟ । ଗୋଟିଏ ପରିବାରର କାଠ ଫାଳିଆ ଆକ୍ରମଣରେ ଅନ୍ୟ ପରିବାରର ୩ ଜଣ ଗୁରୁତର ହୋଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଭବାନୀପାଲି ଗାଁରେ ।

ଜୟଗୋପାଳ ବଘାର ଓ କୌଶଲ୍ୟା ପ୍ରସାଦ ବଘାରଙ୍କ ପରିବାର ମଧ୍ୟରେ ସାମାନ୍ୟ କଥାକୁ ନେଇ ମାରପିଟ ହୋଇଛି । ଘର ପଛପଟେ ଥିବା ଗଛକଟାକୁ ନେଇ କେଶøଲ୍ୟା ପ୍ରସାଦ ଓ ତାଙ୍କ ସାନଭାଇ ପରମାନନ୍ଦ ବଘାର କଥାବାର୍ତ୍ତା ହୋଇଥିଲେ । ପରେ ଦୁଇ ଭାଇ ଏକ କାଠ ଫାଳିଆରେ ଜୟଗୋପାଳ ବଘାର, ବାଲଗୋପାଳ ବଘାର, ମାଆ ଡାଳିମ୍ବ ବଘାରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି ।

ଜୟଗୋପାଳ, ବାଲଗୋପାଳ, ଡାଳିମ୍ବଙ୍କ ଅବସ୍ଥା ଗୁରୁତର ଥିବାର ସେମାନଙ୍କୁ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଏ ସମ୍ପର୍କରେ ଜୟଗୋାପଳ ବିନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।