ଏହି ସବୁରେ ଭୟଙ୍କର କରୋନା ବ୍ୟାପି ପାରେ

ଏବେ ସାରା ବିଶ୍ୱରେ କରୋନାର ଅନେକ ଲୋକଙ୍କର ପ୍ରାଣ ନେଇ ସାରିଲାଣି । ବିଶ୍ୱର ୧୧୫ଟି ଦେଶକୁ କରୋନା ବ୍ୟାପି ସାରିଲାଣି । ହଜାର ହଜାର ଲୋକ ଏଥିଲେ ଆକ୍ରାନ୍ତ । କରୋନା ପାଇଁ କୌଣସି ଔଷଧ ନାହିଁ । ଏହା ପାଇଁ ପ୍ରତିଷେଧକ ବି ପରୀକ୍ଷଣ ହୋଇ ନାହିଁ । ଏହାର ପ୍ରତିଷେଧକ ଉପଲବ୍ଧ ହେବ ପାଇଁ ଆହୁରୁ ୫ରୁ ୬ ମାସ ସମୟ ଲାଗିବ । ଆମେରିକାର ଏକ ଔଷଧ ପ୍ରସ୍ତୁତକାରୀ ଫାର୍ମା କମ୍ପାନୀ ପ୍ରତିଷେଧକ ବା ଭ୍ୟାରସିନ୍‌ ଟୀକା ପ୍ରସ୍ତୁତ କରିଥିବା କଥା ଦାବି କରିଛନ୍ତି । କୌଣସି ଲୋକଙ୍କ ଉପରେ ଏଙାର ପରୀକ୍ଷା କରାଯାଇ ନାହିଁ । ଜୁଲାଇ କିମ୍ବା ଅଗଷ୍ଟ ବେଳକୁ ଏହାର ପରୀକ୍ଷା କରାଯିବ ।

ମାତ୍ର କରୋନାରୁ ରକ୍ଷା ପାଇବା ପାଇଁ ସରକାରଙ୍କ ଦ୍ୱାର ମାର୍ଗ ଦର୍ଶିକା ଜାରି କରାଯାଇଛି । ମଣିଷଙ୍କ ଠାରୁ ମଣିଷକୁ କରୋନା ବ୍ୟପିଥାଏ । ଏଥିପାଇଁ କାଶ ଓ ଛିଙ୍କ ସହ ଥଣ୍ଡା ହୋଇଥିବା ଲୋକଙ୍କ ଠାରୁ ଦୂରରେ ରହିବା ପାଇଁ କୁହାଯାଇଛି । କାଶିବା କିମ୍ବା ଛିଙ୍କିବା ବେଳେ ମୁହଁରେ କପଡା କିମ୍ବା ଟିସୁ ପେପର ଲଗାଇ କାଶିବା ପାଇଁ ପରାମର୍ଶ ଦିଆଯାଇଛି । ବାହାରେ ଛେପ ପକାଇବ ନାହିଁ । ବାରମ୍ବାର ସାବୁନ ଓ ପାଣିରେ ହାତ ଧୋଇବ । ଗହିଳି ଠାରୁ ଦୂରରେ ରହିବ ।

ଏବେ ଲୋକମାନେ ବ୍ୟବହାର କରୁଥିବା ଡୋର୍‌ ହ୍ୟାଣ୍ଡେଲ୍‌ରେ ମଧ୍ୟ କରୋନା ବ୍ୟାପୁଥିବା ପ୍ରମାଣ ମିଳିଛି । ଏହା ସହ ବାୟୋମେଟ୍ରିକ ବା ଫିଙ୍ଗର ପ୍ରିଣ୍ଟରେ ମଧ୍ୟ କରୋନା ଭାଇରସ୍‌ ବ୍ୟାପୁଛି । କେବଳ ସେତିକି ନୁହେଁ କି ବୋର୍ଡରେ ମଧ୍ୟ କରୋନା ବ୍ୟାପିବାର ସମ୍ଭାବନା ରହିଛି ।

ବାହାରେ ଚା କିମ୍ବା କଫି ପିଉଥିଲେ ତାଙ୍କର କାଚ ଗ୍ଲାସ କିମ୍ବା କପ୍‌ରେ ପିଅନ୍ତୁ ନାହିଁ । ବଂର ଥରେ ବ୍ୟବହାର କରାଯାଉଥିବା କାଗଜ କପ୍‌ରେ ପିଅନ୍ତୁ । ଚା ଓ କଫି ଗ୍ଲାସ୍‌ କିମ୍ବା କପ୍‌ରେ ମଧ୍ୟ କରୋନା ବ୍ୟାପୁଛି ।

ଆମେରିକାର ନ୍ୟାସନାଲ୍‌ ହେଲ୍ଥ ଆଣ୍ଡ ସାଇନ୍ସ ଇନ୍‌ଷ୍ଟିଟ୍ୟୁଟ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି । ହାତକୁ ଧୋଇବା ବେଳେ ଅତି କମ୍‌ରେ ୨୦ ସେକେଣ୍ଡ ପାଇଁ ଏହାକୁ ସାବୁନ୍‌ କିମ୍ବା ହ୍ୟାଣ୍ଡ ଓ୍ୱାଶ୍‌ ଲିକ୍ୟୁଡ୍‌ରେ ଧୋଇବା ପାଇଁ କୁହାଯାଇଛି । କାହା ସହ ହାତ ନ ମିଳାଇବା , ଆଲିଙ୍ଗନ କରିବା ଠାରୁ ଦୂରରେ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

   ସମ୍ବନ୍ଧିତ ଖବର


ଛେଳିପେଟରୁ ଜନ୍ମନେଲା ମାଙ୍କଡ ଭଳି ଦିଶୁଥିବା ଶାବକ, ହନୁମାନଙ୍କ ଅବତାର ଭାବି ଭକ୍ତିରେ ଲୋକମାନେ କଲେ ପୂଜାପାଠ…

ଅଭିନବ ଉପାୟ: ଦିବ୍ୟାଙ୍ଗ ହୋଇଥିଲେ ବି ସ୍ୱାବଲମ୍ବୀ- ରିକ୍ସାକୁ ଲୁନାରେ ବାନ୍ଧି ଚଳାଇଛନ୍ତି ବ୍ୟବସାୟ

ICC ବାଛିବ ଦଶନ୍ଧିର ସର୍ବଶ୍ରେଷ୍ଠ ଖେଳାଳି: ଭାରତରୁ ଅଛନ୍ତି ୬ ଖେଳାଳି, ବିରାଟ ସର୍ବାଧିକ ୫ଟି ଆଓ୍ବାର୍ଡ ପାଇଁ ମନୋନୀତ

ଭାରତର ଡିଜିଟାଲ ଷ୍ଟ୍ରାଇକ୍‌ , ୫ମାସ ଭିତରେ ବ୍ୟାନ୍‌ ହେଲାଣି ୨୬୭ ଆପ୍ସ

ଅବସର ପରେ ଧୋନି ବିକୁଛନ୍ତି ଟମାଟୋ ଓ ଦୁଗ୍ଧ, ଭିତରେ ଦେଖନ୍ତୁ କିଭଳି ରହିଛି ତାଙ୍କ ଅତ୍ୟାଧୁନିକ ଫାର୍ମ…

ହେ ଭଗବାନ ! ଭାରତକୁ ଆସି ନାକେଦମ ହେଲେଣି ଏହି ବିଦେଶୀ; ପ୍ରଥମେ ମ୍ୟାଲେରିଆ, ପରେ ଡେଙ୍ଗୁ, ତା’ପରେ କରୋନା, ଆଉ ଶେଷରେ ଏବେ କାମୁଡିଲା ନାଗ…