PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ଆନ୍ଧ୍ରରେ କୋଟିପତିଙ୍କ ଲଢ଼େଇ; ଗାଲା ଜୟଦେବ ସବୁଠୁ ଧନୀ

ବିଜୟୱାଡ଼ା,୪ା୪(ଏଜେନ୍ସି): ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଥିବା କିଛି ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକାକୁ ନେଇ ଅନେକ ରୋଚକ ଖବର ସାମ୍ନାକୁ ଆସୁଛି । କିଛି ନେତା ନିଜ ବ୍ୟାଙ୍କ ଆକାଉଣ୍ଟରେ କାଣି କଉଡ଼ିଟିଏ ନଥିବା ଦର୍ଶାଉଥିବା ବେଳେ କିଛି ନେତା କୋଟି କୋଟି ଟଙ୍କାର ସମ୍ପତ୍ତି ଥାଇ ବି କାର୍‌ ଖଣ୍ଡେ ନଥିବା ଦର୍ଶାଇ ଭୋଟରଙ୍କୁ ଚକିତ କରିଦେଉଛନ୍ତି । ସେହିଭଳି ଆନ୍ଧ୍ର ପ୍ରଦେଶରେ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଥିବା ନେତାଙ୍କ ସମ୍ପର୍କରେ ମଧ୍ୟ ଏକ ରୋଚକ ତଥ୍ୟ ମିଳିଛି ।
ଆନ୍ଧ୍ର ପ୍ରଦେଶର ୨୫ ଲୋକସଭା ଆସନ ପାଇଁ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି), ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟି, ଜନ ସେନା, ବିଜେପି ଓ କଂଗ୍ରେସ ଭଳି ପ୍ରମୁଖ ଦଳର ମୋଟ ୧୧୭ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ଏମାନଙ୍କ ମଧ୍ୟରୁ ୯୦ ପ୍ରାର୍ଥୀ କୋଟିପତି ରହିଛନ୍ତି । ପ୍ରତ୍ୟେକ ପ୍ରାର୍ଥୀଙ୍କ ସମ୍ପତ୍ତି ମୂଲ୍ୟ ଅତିକମ୍‌ରେ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ତେଣୁ ଆନ୍ଧ୍ରରେ ଏଥର କୋଟିପତିଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି କୁହାଯାଉଛି ।
ଟିଡିପି ପକ୍ଷରୁ ଦିଆଯାଇଥିବା ୨୫ ପ୍ରାର୍ଥୀଙ୍କ ମଧ୍ୟରୁ ସର୍ବାଧିକ ୨୪ ଜଣ କୋଟିପତି ଥିବା ବେଳେ ୱାଇଏସ୍‌ଆର୍‌ କଂଗ୍ରେସର ୨୫ ପ୍ରାର୍ଥୀଙ୍କ ମଧ୍ୟରୁ ୨୨ ଜଣ କୋଟିପତି ରହିଛନ୍ତି । ସେହିଭଳି ୨୫ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେପିର ୧୯ ଓ ଜନ ସେନାର ୧୮ ପ୍ରାର୍ଥୀ କୋଟିପତି ଅଛନ୍ତି । ସମସ୍ତ ୨୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦେଇଥିବା କଂଗ୍ରେସର ୧୧ ଜଣ ପ୍ରାର୍ଥୀ କୋଟିପତି ଥିବା ଜଣାପଡ଼ିଛି ।
ଟିଡିପିର ଲୋକସଭା ପ୍ରାର୍ଥୀ ଗାଲା ଜୟଦେବ ସମସ୍ତଙ୍କ ମଧ୍ୟରେ ଶ୍ରେଷ୍ଠ ରହିଛନ୍ତି । ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି ମୂଲ୍ୟ ୨୬୬.୪୩ କୋଟି ଟଙ୍କା ରହିଛି । ତାଙ୍କର ବକେୟା ଋଣ ପରିମାଣ ୨୦.୩୪ କୋଟି ଟଙ୍କା ବୋଲି ଜାଣିବାକୁ ମିଳିଛି । ଜୟଦେବଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଥିବା ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ପ୍ରାର୍ଥୀ କେ ରଘୁରାମ କ୍ରିଷ୍ଣା ରାଜୁଙ୍କ ବ୍ୟକ୍ତିଗତ ସମ୍ପତ୍ତି ମୂଲ୍ୟ ୧୮୭.୮ କୋଟି ଟଙ୍କା ହୋଇଥିବା ବେଳେ ଋଣ ପରିମାଣ ୬୮.୩ କୋଟି ଟଙ୍କା ରହିଛି । ଗାଲା ଜୟଦେବ ଏବଂ ରଘୁରାମ କ୍ରିଷ୍ଣା ରାଜୁଙ୍କ ମୋଟ ପାରିବାରିକ ସମ୍ପତ୍ତିକୁ ଯଦି ମିଶାଯାଏ, ତେବେ ଏହା ଯଥାକ୍ରମେ ୩୦୫ କୋଟି ଓ ୩୨୫ କୋଟି ଟଙ୍କା ହେବ ।
ୱାଇଏସ୍‌ଆର୍‌ କଂଗ୍ରେସର ବିଜୟୱାଡ଼ା ଲୋକସଭା ପ୍ରାର୍ଥୀ ପଟଲୁରି ଭି ପ୍ରସାଦଙ୍କ ବ୍ୟକ୍ତିଗତ ସମ୍ପତ୍ତି ମୂଲ୍ୟ ୮୫.୩ କୋଟି ଟଙ୍କା ହୋଇଥିବା ବେଳେ ତାଙ୍କ ପରିବାରର ମୋଟ ସମ୍ପତ୍ତି ମୂଲ୍ୟ ୩୪୭ କୋଟି ଟଙ୍କା ହେବ । ଟିଡିପିର ବିଶାଖାପାଟଣା ପ୍ରାର୍ଥୀ ଏମ୍‌ ଶ୍ରୀ ଭାରତଙ୍କ ସମ୍ପତ୍ତି ପରିମାଣ ୧୯୫.୫ କୋଟି ଟଙ୍କା ହୋଇଥିବା ବେଳେ ୱାଇଏସ୍‌ଆର୍‌ କଂଗ୍ରେସର ଏ ପ୍ରଭାକର ରେଡ୍ଡୀଙ୍କ (ନେଲ୍ଲୋର) ସମ୍ପତ୍ତି ପରିମାଣ ୧୧୬.୩୨ କୋଟି ଟଙ୍କା ବୋଲି ଜଣାପଡ଼ିଛି । ଟିଡିପିର ବିଡ଼ା ମସ୍ତାନ ରାଓଙ୍କ ସମ୍ପତ୍ତି ମୂଲ୍ୟ ୧୧୪.୭ କୋଟି ହୋଇଥିବା ବେଳେ ଦଳର ଡିଏ ସତ୍ୟପ୍ରଭାଙ୍କ ସମ୍ପତ୍ତି ୧୨୭.୭୯ କୋଟି ଟଙ୍କା ଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର