PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ଯୋଡିକୁଅ ଛକ ନିକଟରେ ଗଛ କଟାଯାଉଥିବା ବେଳେ ଅଘଟଣ, ଗଛ ପଡି ୭ ବର୍ଷର ବାଳକ ମୃତ, ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ସୃଷ୍ଟି
  • ||
  • ଭଦ୍ରକ : ଧାନ ବିକ୍ରିରେ ଅନିୟମିତତା, ଦଲାଲଙ୍କୁ ପ୍ରଶୟ ଦେଇ ଚାଷୀଙ୍କ ଠାରୁ ଧାନ କିଣୁନି ସମବାୟ ସମିତି, ଆନନ୍ଦପୁର ଏନଏଚ ୫୩ ବସନ୍ତିଆ ଛକରେ ଧାନବସ୍ତା ରଖି ରାସ୍ତାରୋକ କଲେ ଶତାଧିକ ଚାଷୀ
  • ||
  • ମାଲକାନାଗିରି : ମାଓ ଯୋଜନା ପଣ୍ଡ, ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର୍ ଜିଲ୍ଲାରେ ମର୍କାନାର-ବଡ଼ପରା ରାସ୍ତା ନିକଟରେ ଆଇଇଡି ଠାବ କଲେ ବି.ଏସ.ଏଫ୍ ଯବାନ
  • ||
  • ରାୟଗଡ଼ା: କାଶୀପୁର ବ୍ଲକ ବଡପୁକେଲ ଗ୍ରାମରେ ହାଜି ମାଝୀ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ଵର : ୫ଟି ହାଇ ରିସ୍କ ରାଜ୍ୟ ଫେରନ୍ତାଙ୍କ ଉପରେ କଡା ନଜର, ୭ ଦିନ ହୋମ ଆଇସୋଲେସନରେ ରହିବେ ଏହି ୫ ରାଜ୍ୟ ଫେରନ୍ତା, ସମସ୍ତ ଜିଲ୍ଲାପାଳ, ପୌରାଞ୍ଚଳ କମିଶନଙ୍କୁ ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶ
  • ||
  • ବ୍ରହ୍ମପୁର : ଆନ୍ଧ୍ରପ୍ରଦେଶକୁ ବାଲି ଚୋରା ଚାଲାଣ ବେଳେ ଚଢାଉ, ୮ଟି ବାଲି ବୋଝେଇ ହାଇୱା ଜବତ କଲା ଛତ୍ରପୁର ପୋଲିସ
  • ||
  • ଜଳେଶ୍ଵର : ଆଜି ପଦ୍ମଭୂଷଣ ମନୋଜ ଦାସଙ୍କ ଜନ୍ମଦିନ, ସେ ଏକାଧାରାରେ ଜଣେ ଦାର୍ଶନିକ, ଜଣେ ଚିନ୍ତକ-ଲେଖକ, ସେ ଜଣେ ଅଗ୍ରଣୀ ଦ୍ୱିଭାଷୀ ଓଡିଆ ଲେଖକ
  • ||
  • କୋରାପୁଟ: ନାରାୟଣ ପାଟଣା ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିବା ବେଳେ ମାଓ ସାମଗ୍ରୀ ଜବତ, ୬୦ଟି ଜିଲେଟିନ,୫୦ଟି ଇଲେକଟ୍ରିକ ଡିଟୋନେଟର,୫ ବଣ୍ଡେଲ ବିଦ୍ୟୁତ ତାର,୨.୫ କେଜି ଗନ ପାଉଡର ଜବତ କଲା ବିଏସଏଫ
  • ||
  • ଭୁବନେଶ୍ବର: ରାଜଧାନୀରେ ୪୦ ଡିଗ୍ରୀ ଡେଇଁଲା ପାରଦ, ମାର୍ଚ୍ଚ ୬ରେ ଅସମ୍ଭାଳ ତାତି ଆଶଙ୍କା
  • ||
  • ପୁରୀ: ଆଜି ମାଘ ପୂର୍ଣ୍ଣମୀ, ମହାପ୍ରଭୁଙ୍କ ଗଜୋଦ୍ଧାରଣ ବେଶ
  • ||
  • ଖୋର୍ଦ୍ଧା : ବେଗୁନିଆ ବ୍ଲକ ସାରୁଅ ଗାଁରେ ଗତକାଲି ବିଳମ୍ବିତ ରାତ୍ରୀରେ ଭୟାବହ ଅଗ୍ନିକାଣ୍ଡ। ୨ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ନୂଆଦିଲ୍ଲୀ : ଆଜି ଦେଶର ପ୍ରଥମ “ଭାରତ ଖେଳନା ମେଳା”ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଭୁବନେଶ୍ବର: ୧୦ ରାଜ୍ୟରୁ ଫେରୁଥିବା ଓଡିଆ ପ୍ରବାସୀଙ୍କ ଲାଗି ୭ ଦିନିଆ ଆଇସୋଲେସନ ବାଧ୍ୟତାମୂଳକ
  • ||
  • ବଢ଼ୁଛି ଗ୍ରୀଷ୍ମ ପ୍ରବାହ, ମାର୍ଚ୍ଚ ୧ରୁ ସକାଳୁଆ ସ୍କୁଲ ପାଇଁ ରାଜ୍ୟ ସରକାର ନେଲେ ନିଷ୍ପତ୍ତି
  • ||

କଳିଙ୍ଗରେ ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସ

ଭୁବନେଶ୍ୱର, ୨୧ ।୧ (ବ୍ୟୁରୋ): ହକି ବିଶ୍ୱକପ୍‌ର ସଫଳ ଆୟୋଜନ ପରେ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି । ଆସନ୍ତା ଜୁନ ୬ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସ ଖେଳାଯିବ । ମୋଟ୍‌ ୮ଟି ଦଳ ଏଥିରେ ଅଂଶ ଗ୍ରହଣ କରିବେ । ଏ ବିଷୟ ଯଦିଓ ପୂର୍ବରୁ ଘୋଷଣା କରାଯାଇଥିଲା, ମାତ୍ର ଭାରତ ସହ କେଉଁ କେଉଁ ଦଳ ଭୁବନେଶ୍ୱର ଭେନ୍ୟୁରେ ଖେଳିବେ ତାହା ଆଜି ଏଫ୍‌ଆଇଏଚ୍‌ (ଅନ୍ତର୍ଜାତୀୟ ହକି ମହାସଂଘ) ପକ୍ଷରୁ ଘୋଷଣା କରାଯାଇଛି ।
ଏଫ୍‌ଆଇଏଚ୍‌ର ଘୋଷଣା ଅନୁସାରେ, ଭୁବନେଶ୍ୱର, ମାଲେସିଆ ଓ ଫ୍ରାନ୍ସ ଏପରି ୩ଟି ଭେନ୍ୟୁରେ ପୁରୁଷ ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସ ଖେଳାଯିବ । ଭୁବନେଶ୍ୱର ଭେନ୍ୟୁରେ ଭାରତ, ଜାପାନ, ମେକ୍ସିକୋ, ପୋଲାଣ୍ଡ, ରୁଷିଆ, ଦକ୍ଷିଣ ଆଫ୍ରିକା, ୟୁଏସ୍‌ଏ ଓ ଉଜବେକିସ୍ତାନ ରହିଛନ୍ତି । ସେହିପରି ମାଲେସିଆ ଭେନ୍ୟୁରେ ଅଷ୍ଟ୍ରିଆ, ବ୍ରାଜିଲ, କାନାଡ଼ା, ଚୀନ, ଇଟାଲୀ, ମାଲେସିଆ, ଭାନୁଆତୁ ଓ ୱେଲ୍ସ । ଫ୍ରାନ୍ସ ଭେନ୍ୟୁରେ ଚିଲି, ଇଜିପ୍ଟ, ଫ୍ରାନ୍ସ, ଆୟର୍ଲାଣ୍ଡ, କୋରିଆ, ସ୍କଟଲାଣ୍ଡ, ସିଙ୍ଗାପୁର ଓ ୟୁକ୍ରେନ ।
ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସର ଗୁରୁତ୍ୱ ହେଉଛି, ଏହି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଦଳ ୨୦୨୦ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିବେ । ଏସିଆଡ୍‌ରେ ସ୍ୱର୍ଣ୍ଣ ଜିତିବାର ସୁଯୋଗ ହରାଇବା ପରେ ଭାରତ ସିଧାସଳଖ ଅଲିମ୍ପିକ୍ସ ଯୋଗ୍ୟତା ହାସଲରୁ ବଞ୍ଚିତ ହୋଇଥିଲା । ତେଣୁ ଦଳକୁ ଏବେ ଯୋଗ୍ୟତା ପର୍ଯ୍ୟାୟ ଦେଇ ଅଲିମ୍ପିକ୍ସ ଟିକେଟ୍‌ ହାସଲ କରିବାକୁ ହେବ । ତେବେ ଭାରତ ସହଜ ଗ୍ରୁପ୍‌ରେ ସାମିଲ ହୋଇଛି । ଜାପାନ, ମେକ୍ସିକୋ, ପୋଲାଣ୍ଡ, ରୁଷିଆ, ଦକ୍ଷିଣ ଆଫ୍ରିକା, ୟୁଏସ୍‌ଏ ଓ ଉଜବେକିସ୍ତାନ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରି ଭାରତ ପାଇଁ ଅଲିମ୍ପିକ୍ସ ଟିକେଟ୍‌ ହାସଲ କରିବା ସହଜ ହେବ ।
ପୂର୍ବରୁ ବିଶ୍ୱକପ୍‌ ସଫଳତାର ସହ ଆୟୋଜନ କରି ଓଡ଼ିଶା ସରକାର ବେଶ ପ୍ରଶଂସା ସାଉଁଛନ୍ତି । ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସ ଆୟୋଜନ କରିବା ନେଇ ମଧ୍ୟ ରାଜ୍ୟ ସରକାର ପ୍ରସ୍ତୁତ ହୋଇ ରହିଛନ୍ତି । ହକି ବିଶ୍ୱକପ୍‌ ପାଇଁ କଳିଙ୍ଗ ଷ୍ଟାଡିୟମରେ ହକି ଷ୍ଟାଡିୟମର ନବକଳେବର କରାଯାଇଥିଲା । ୧୫ ହଜାର ଦର୍ଶକ ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିବାର ସୁବିଧା କରାଯାଇଛି । ହକି ବିଶ୍ୱକପ୍‌ର ଆୟୋଜନ, ଉଦ୍‌ଘାଟନୀ ଉତ୍ସବ ଏବଂ ଆତିଥେୟତାକୁ ଏଫ୍‌ଆଇଏଚ୍‌ ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଥିଲା । ଭୁବନେଶ୍ୱରରେ ଉଦ୍‌ଘାଟନୀ ଉତ୍ସବ ବିଶ୍ୱକପ୍‌ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା ।
ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସର ପୁଲ୍‌ ଓ ଭେନ୍ୟୁ ଚୂଡ଼ାନ୍ତ ହୋଇଥିଲେବି କ୍ରୀଡ଼ାସୂଚୀ ପ୍ରକାଶିତ ହୋଇ ନାହିଁ । ଖୁବ୍‌ ଶୀଘ୍ର ଏହା ଏଫ୍‌ଆଇଏଚ୍‌ ପକ୍ଷରୁ ପ୍ରକାଶ କରାଯିବ । ମହିଳା ବର୍ଗରେ ମଧ୍ୟ ଭେନ୍ୟୁ ଓ ପୁଲ୍‌ ଘୋଷଣା ହୋଇଛି । ଜାପାନ ଭେନ୍ୟୁରେ ଭାରତ ସାମିଲ ହୋଇଛି । ଏହି ପୁଲରେ ଭାରତ, ଜାପାନ, ଚିଲି, ଫିଜି, ମେକ୍ସିକୋ, ପୋଲାଣ୍ଡ, ରୁଷିଆ ଓ ଉରୁଗୁଏ ରହିଛନ୍ତି । ମହିଳା ଦଳ ପାଇଁ ମଧ୍ୟ ସହଜ ପୁଲ ରହିଛି । ଜୁନ ୧୫ରୁ ୨୩ ତାରିଖ ମଧ୍ୟରେ ଏହି ପ୍ରତିଯୋଗିତା ଖେଳାଯିବ ।
ଗତ ନଭେମ୍ବର-ଡିସେମ୍ବରରେ ହକି ବିଶ୍ୱକପ୍‌ ପାଇଁ ଭାରତକୁ ନେଇ ମୋଟ୍‌ ୧୬ଟି ଦଳ ଭୁବନେଶ୍ୱର ଆସିଥିଲେ । ତେବେ ଏଥର ଯେଉଁ ଦଳ ଗୁଡ଼ିକ ଆସିବେ ସେମାନଙ୍କ ମଧ୍ୟରେ ୬ଟି ନୂଆ ଦଳ ରହିଛନ୍ତି । ସେମାନେ ହେଉଛନ୍ତି ଜାପାନ, ମେକ୍ସିକୋ, ପୋଲାଣ୍ଡ, ରୁଷିଆ, ୟୁଏସ୍‌ଏ ଓ ଉଜବେକିସ୍ତାନ । ଦକ୍ଷିଣ ଆଫ୍ରିକା ବିଶ୍ୱକପ୍‌ରେ ସାମିଲ ଥିଲା ।

ସମ୍ବନ୍ଧିତ ଖବର