ଏଫ୍‌ଆଇଏଚ୍‌ ମାନ୍ୟତା ଭାରତୀୟ ମହିଳା ହକି ଦଳ ନବମକୁ ଉଠିଲା

ନୂଆଦିଲ୍ଲୀ ୯/୯ : ସଦ୍ୟ ଘୋଷିତ ଏଫ୍‌ଆଇଏଚ୍‌ (ଅନ୍ତର୍ଜାତୀୟ ହକି ମହାସଙ୍ଘ) ମାନ୍ୟତାରେ ଭାରତୀୟ ମହିଳା ଦଳ ଗୋଟିଏ ସ୍ଥାନ ଉନ୍ନିତ ହୋଇ ନବମ ସ୍ଥାନ ଲାଭ କରିଛି । ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସ ଓ ୨୦୨୦ ଟୋକିଓ ଅଲିମ୍ପିକ୍ସ ହକି ଟେଷ୍ଟରେ ପ୍ରଭାବୀ ପ୍ରଦର୍ଶନ ମହିଳା ଦଳ ମାନ୍ୟତାରେ ଉନ୍ନତି ଆଣିଛି । ସେହିପରି ଭାରତୀୟ ପୁରୁଷ ଦଳ ପୂର୍ବଭଳି ପଞ୍ଚମ ସ୍ଥାନ ବଜାୟ ରଖିଛି ।

ଭାରତୀୟ ମହିଳା ହକି ଦଳ ୧,୪୪୩ପଏଣ୍ଟ ସହ ନବମ ସ୍ଥାନକୁ ଉନ୍ନିତ ହେବା ପରେ ବେଲଜିୟମ ୩ଟି ସ୍ଥାନ ତଳକୁ ଖସିଯାଇଛି । ଦଳ ୧୦୦ପଏଣ୍ଟ ହରାଇ ୧,୩୪୫ପଏଣ୍ଟ ସହ ଦ୍ୱାଦଶତମ ସ୍ଥାନରେ ରହିଛି । ନେଦରଲାଣ୍ଡ ମହିଳା ଦଳ ପୂର୍ବଭଳି (୨,୫୭୮ପଏଣ୍ଟ) ଶୀର୍ଷ ସ୍ଥାନ ବଜାୟ ରଖିଥିôବାବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ (୨,୦୨୦ପଏଣ୍ଟ) ଓ ଆର୍ଜେଣ୍ଟିନା ତୃତୀୟ (୧,୯୩୮ପଏଣ୍ଟ) ସ୍ଥାନରେ ରହିଛନ୍ତି । ଏସୀୟ ମାନ୍ୟତାରେ ଭାରତୀୟ ମହିଳା ଦଳ ଶୀର୍ଷ ସ୍ଥାନ ବଜାୟ ରଖିଛି । ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସ ଓ ଟୋକିଓ ଅଲିମ୍ପିକ୍ସ ହକି ଟେଷ୍ଟରେ ଦଳ ଜାପାନକୁ ହରାଇ ସ୍ଥାନ ବଜାୟ ରଖିଥିଲା ।

ସେହିପରି ପୁରୁଷ ମାନ୍ୟତାରେ ଭାରତ ୧,୮୨୩ପଏଣ୍ଟ ସହ ପଞ୍ଚମ ସ୍ଥାନ ବଜାୟ ରଖିଥିବାବେଳେ ଅଷ୍ଟ୍ରେଲିଆ ଶୀର୍ଷରେ (୨,୩୫୦ପଏଣ୍ଟ), ବେଲଜିୟମ ଦ୍ୱିତୀୟ (୨,୩୪୮ପଏଣ୍ଟ), ନେଦରଲାଣ୍ଡ୍‌ସ ତୃତୀୟ (୨,୧୫୫ପଏଣ୍ଟ) ଓ ଆର୍ଜେଣ୍ଟିନା ଚତୁର୍ଥ (୧,୯୮୮ପଏଣ୍ଟ) ବଜାୟ ରଖିଛି । ଭାରତୀୟ ପୁରୁଷ ଓ ମହିଳା ଦଳ ଆଗାମୀ ନଭେମ୍ବର ମାସରେ ଏଫ୍‌ଆଇଏଚ୍‌ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ପୁରୁଷ ଦଳ ଚଳିତ ମାସ ବେଲଜିୟମ ଗସ୍ତ କରିବାକୁ ଥିବାବେଳେ ମହିଳା ଦଳ ଇଂଲଣ୍ଡ ଗସ୍ତରେ ଯିବ ।

   ସମ୍ବନ୍ଧିତ ଖବର


ଆଜି ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ମଧ୍ୟରେ କଡ଼ା ଟକ୍କର

ISL‌-7 ପାଇଁ କ୍ରୀଡ଼ାସୂଚୀ ଘୋଷଣା: ଉଦ୍‌ଘାଟନୀ ମ୍ୟାଚ୍‌ରେ ହାଇଦ୍ରାବାଦକୁ ଭେଟିବ ଓଡ଼ିଶା, ଏଥର ସିଜନରେ ୧୧୫ଟି ମ୍ୟାଚ୍‌ ଖେଳାଯିବ

‘ମୋ ପରିବାର ଲୋକ ମୋତେ ଗ୍ରହଣ କରୁ ନାହାନ୍ତି’: ଦୂତି

IPL-2020: ଆଜି ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା, ପ୍ଲେ-ଅଫ୍‌ ସ୍ଥାନ ପକ୍କା କରିବାକୁ ଶକ୍ତି ଖଟାଇବ ‘କ୍ୟାପିଟାଲ୍ସ ‘

ମୁମ୍ବାଇ ଫୁଟବଲ୍‌ ଖେଳାଳିଙ୍କ ଅକାଳ ବିୟୋଗ, ମ୍ୟାଚ୍ ଖେଳୁଥିବା ବେଳେ ଟଳି ପଡଲେ

ରନ୍ ଆଉଟ୍ ହେଲେ ଇମାମ ଉଲ୍ ହକ୍, ଟ୍ୱିଟରରେ ହେଲେ ଟ୍ରୋଲ୍