PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମସଜିଦ୍‌ ବିବାଦ। ୩୦ରେ ଦୁଇ ପକ୍ଷଙ୍କୁ ମିଳିପାରେ ସର୍ଭେ ଭିଡିଓ। ଜ୍ଞାନବ୍ୟାପୀ ସର୍ଭେ ଭିଡିଓକୁ ନେଇ ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ। ଆସନ୍ତା ୩୦ରୋ ଦୁଇ ପକ୍ଷଙ୍କୁ ମିଳିପାରେ ଭିଡିଓ।
  • ||
  • କଟକ : ଅନୁଭବ ଓ ବର୍ଷାଙ୍କୁ ହାଇକୋର୍ଟଙ୍କ କଡ଼ା ତାଗିଦ୍, ସୋସିଆଲ ମିଡିଆରେ ପରସ୍ପରକୁ ଆକ୍ଷେପ ନ କରିବାକୁ ନିର୍ଦ୍ଦେଶ
  • ||
  • ସୋର: ରାସ୍ତାରେ ହଟହଟା ହେଲେ ଖଇରା ବିଦ୍ୟୁତ୍ ବିଭାଗ ଏସଡିଓ, ଅସ୍ଥାୟୀ ମିଟର ରିଡର କର୍ମଚାରୀଙ୍କ ବହିଷ୍କାର ଆଶଙ୍କାରେ ଆକ୍ରୋଶର ଶିକାର…
  • ||
  • ଭୁବନେଶ୍ବର: ଟିଚିଂ ହସ୍ପିଟାଲ ଭାବେ ଘୋଷଣା ହେଲା କ୍ୟାପିଟାଲ ହସ୍ପିଟାଲ, ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ୍, ୨୮୫ କୋଟି ଅନୁମୋଦନ…
  • ||
  • ଭୁବନେଶ୍ୱର: ପେଟ୍ରୋଲିୟମ ଡିଲର୍ସ ଆସୋସିଏସନର ପକ୍ଷରୁ ଦୁଇ ଦିନିଆ ଧର୍ମଘଟ, ସନ୍ଧ୍ୟା ୬ରୁ ସକାଳ ୬ ବନ୍ଦ ରହିବ ସମସ୍ତ ପେଟ୍ରୋଲ ଟାଙ୍କି
  • ||
  • ଭୁବନେଶ୍ଵର: ରାଜ୍ୟରେ ତଳକୁ ଖସିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୦୯ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର: ‘କୋକୋ’ ଆପ୍‌ରେ ଋଣ ଠକେଇ ମାମଲା : ଦିଲ୍ଲୀରୁ ଧରାପଡି଼ଲା ମୁଖ୍ୟ କାର୍ପଟଦାର ରାମ, ୧୦୫୮ ଭର୍ଚୁଆଲ୍‌ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍
  • ||
  • ଚିଲିକା : ଯାତ୍ରୀବାହୀ ଡଙ୍ଗାର ଭାଙ୍ଗିଲା ମେସିନ୍ ସ୍ଲାବ, ଚିଲିକା ମଝିରେ ଅଟକିଲେ ୪୦ରୁ ଅଧିକ ଯାତ୍ରୀ
  • ||
  • କଟକ: ଅନୁଭବ-ବର୍ଷା ବିବାହ ବିବାଦ: “ବର୍ଷା ନିଜେ ଚଲାଉଛନ୍ତି ଫ୍ୟାନ୍‌ କ୍ଲବ୍‌ ପେଜ୍‌’
  • ||
  • ଭୁବନେଶ୍ୱର: ଆସିବ ସ୍ୱଚ୍ଛତା, ଲୋକଙ୍କୁ ମିଳିବ ସୁବିଧା: ଆଜିଠୁ ଅନ୍‌ଲାଇନ୍‌ରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବ ବିଏମ୍‌ସି
  • ||
  • ସୁନ୍ଦରଗଡ : ଓସିଏଲ୍‌ ଆଇରନ କାରଖାନାରୁ ଲୁହା ଚୋରି କରୁଥିଲା ଚୋର, ଛାତରୁ ପଡି ଚାଲିଗଲା ଜୀବନ
  • ||
  • ଭୁବନେଶ୍ୱର: ଟ୍ରାଫିକ୍‌ ଯନ୍ତ୍ରଣାରୁ ମିିଳିବ ମୁକ୍ତି: ଜୟଦେବ ବିହାରରୁ ନନ୍ଦନକାନନ ମଧ୍ୟରେ ନିର୍ମାଣ ହେବ ସବୁଠାରୁ ଦୀର୍ଘତମ ଫ୍ଲାଏଓଭର
  • ||

‘ବିଜୁବାବୁ’ର ଡିଜିଟାଲ ପୋଷ୍ଟର ରିଲିଜ୍‌

ଭୁବନେଶ୍ୱର, ୨୦ ।୨(ବ୍ୟୁରୋ): ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ବିଜୁବାବୁ’ର ଡିଜିଟାଲ ପୋଷ୍ଟର ବୁଧବାର ମୁକ୍ତିଲାଭ କରିଛି । ଚଳଚ୍ଚିତ୍ରରେ ଅଭିନେତା ଅନୁଭବ ମହାନ୍ତି ମୁଖ୍ୟ ଭୂମିକାରେ ଅଭିନୟ କରିବେ । ତାଙ୍କ ବିପକ୍ଷରେ ଅଭିନେତ୍ରୀ ସୁପ୍ରିୟା ନାୟକ ନଜରକୁ ଆସିବେ । ପଦ୍ମଶ୍ରୀ ନୀଳମାଧବ ପଣ୍ଡା, ଏଲିଆନୋରା ଇମେଜେସ୍‌, ଅକ୍ଷୟ ପରିଜା ପ୍ରଡକ୍ସନ୍‌ ଓ ପ୍ରକାଶ ଫିଲ୍ମସ୍‌ର ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମରେ ଦେବୀ ପ୍ରସାଦ ଲେଙ୍କା ଓ ଭିସାଲ ମୌର୍ଯ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମଟିର ସହ ପ୍ରଯୋଜନା ଦେଇଛନ୍ତି ମାନବ ରଥ, ବର୍ଣ୍ଣାଳୀ ରଥ ଓ ଅନୁଜ ତ୍ୟାଗୀ । ଚଳଚ୍ଚିତ୍ରରେ ୫ଟି ଗୀତ ରହିଛି । ଯାହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ । ଖଣ୍ଡଗିରି ସ୍ଥିତ ସାରସ୍ୱତ ଷ୍ଟୁଡିଓରେ ଏହାର ଲାଇଭ ସଙ୍ଗ ରେକର୍ଡିଂ କରାଯାଇଛି । ଆସନ୍ତା ଉତ୍କଳ ଦିବସ ଅବସରରେ ଏହି ଚଳଚ୍ଚିତ୍ରଟିକୁ ଓଡ଼ିଶାବାସୀଙ୍କୁ ଉପହାର ଆକାରରେ ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି ।
ଏହି ଅବସରରେ ଚଳଚ୍ଚିତ୍ରର ପ୍ରଯୋଜକ ନୀଳମାଧବ ପଣ୍ଡା କହିଛନ୍ତି ଯେ ଓଡ଼ିଶାରେ ଜନ୍ମ ନେଇ ମୁଁ ଗର୍ବିତ । ବିଜୁବାବୁ ସିନେମା ମାଧ୍ୟମରେ ଓଡ଼ିଶା ଲାଗି କିଛି କରିବାର ସୁଯୋଗ ମୋ ଲାଗି ଗୌରବର କଥା । ଆସନ୍ତା ଉତ୍କଳ ଦିବସ ଅବସରରେ ଓଡ଼ିଶାର ଜନ ସାଧାରଣଙ୍କୁ ନେଇ ଆମେ ଏହି ଚଳଚ୍ଚିତ୍ର କରୁଛୁ । ସିନେମାଟିରେ ଓଡ଼ିଶାର ଜାତୀୟ ଜୀବନ ଓ ଜାତୀୟତାବୋଧତାର ଚିତ୍ର ନିଶ୍ଚୟ ରହିବ । ଓଡ଼ିଶାର ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୀବନର ସବୁଠାରୁ ସୁନ୍ଦର ଆଦର୍ଶ ଏଥିରେ କଳାତ୍ମକ ଭାବେ ପରିଦର୍ଶିତ ହେବ । ଏହି ଅବସରରେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ କହିଛନ୍ତି ଏଥିରେ ସମୁଦାୟ ୫ଟି ଗୀତ ରହିଛି । ଯେଉଁଥିରେ ହ୍ୟୁମାନସାଗର, ଆଶୁତୋଷ, ଦିପ୍ତିରେଖାଙ୍କ ଭଳି କଣ୍ଠଶିଳ୍ପୀମାନେ କଣ୍ଠଦାନ କରିଛନ୍ତି । ଆମେ ଆଶା କରୁଛୁ ଯେ ଏଗୁଡିକ ଦର୍ଶକଙ୍କ ହୃଦୟକୁ ଛୁଇଁବ ।