ଆଲିଆ ଭଟ୍ଟ ସେୟାର କଲେ ‘ବ୍ରହ୍ମାସ୍ତ୍ର’ର ଫଟୋ, ନଜର ଆସିଲେ ରଣବୀର

https://zeenews.india.com
ନୂଆଦିଲ୍ଲୀ ୪/୩: ବଲିଉଡର ମଲ୍ଟିଷ୍ଟାରର ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ଅନେକ ସମୟ ଧରି ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ତେବେ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଏବେ ଫିଲ୍ମର ସେଟରୁ ଆଲିଆ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଦର୍ଶାଯାଇଛି ଯେ ଖୁବ୍ ଶୀଘ୍ର ରଣବୀର, ଆଲିଆ ଓ ଅମିତାଭ ବଚ୍ଚନ ଏକାଠି ନଜର ଆସିବେ ।
ଆଳିଆ ଭଟ୍ଟ ଓ ରଣବୀର କପୁରଙ୍କ ଏହି ଫିଲ୍ମ ଗତ ବର୍ଷ ରିଲିଜ ହୋଇଥାନ୍ତା । କିନ୍ତୁ ଲକଡାଉନ ଯୋଗୁଁ ଫିଲ୍ମ ପୁରା ହୋଇପାରିଲା ନାହିଁ । ଅନ୍ୟପଟେ ଏହି ପ୍ରୋଜେକ୍ଟକୁ ବହୁତ ଲୁଚାଇ ରଖାଯାଉଛି କିନ୍ତୁ ଏବେ ନିଜେ ଆଲିଆ ସେଟରୁ ରଣବୀର କପୁରଙ୍କ ସହିତ ଫଟୋ ସେୟାର କରିଛନ୍ତି । ଏଥିରେ ଫିଲ୍ମର ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ମଧ୍ୟ ନଜର ଆସୁଛନ୍ତି ।
କହିରଖୁଛୁ ପ୍ରଥମ ଥର ପାଇଁ ରଣବୀର ଓ ଆଲିଆ କୌଣସି ଫିଲ୍ମରେ ଏକାଠି ନଜର ଆସିବେ । ଉଭୟ ଏହି ଫିଲ୍ମ ସମୟରେ ହିଁ ପରସ୍ପର ନିକଟବର୍ତ୍ତୀ ହେଲେ ଏବଂ ମିଡିଆରେ ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ସାମ୍ନାକୁ ଆସିଲା ।
ଫିଲ୍ମ ବ୍ରହ୍ମାସ୍ତ୍ର କଥା କହିବା ତ ଏଥିରେ ସାଉଥ ସୁପରଷ୍ଟାର ନାଗାର୍ଜୁନ ମଧ୍ୟ ନଜର ଆସିବେ । ଫିଲ୍ମକୁ ନିର୍ମାଣ କରିବେ କରଣ ଜୋହର । ଖୁବ ଶୀଘ୍ର ଫିଲ୍ମର ରିଲିଜ ଡେଟ୍ ମଧ୍ୟ ଘୋଷଣା ହେବ । କୁହାଯାଉଛି ଏହି ଫିଲ୍ମ ବଲିଉଡର ଏପର୍ଯ୍ୟନ୍ତର ସବୁଠାରୁ ମହଙ୍ଗା ଫିଲ୍ମ ହେବ ଯାହାର ବଜେଟ୍ ପ୍ରାୟ ୫୦୦ କୋଟି ପର୍ଯ୍ୟନ୍ତ ହୋଇପାରେ । ଫିଲ୍ମରେ ଆଲିଆ, ରଣବୀରଙ୍କ ବ୍ୟତୀତ ଅମିତାଭ ବଚ୍ଚନ ମଧ୍ୟ ନଜର ଆସିବେ ।