PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

୩୦ରେ ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡ: ଉତ୍ତମ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର,୨୪ା୩(ବ୍ୟୁରୋ): ମାର୍ଚ୍ଚ ୩୦ରେ ପ୍ରଦର୍ଶନୀ ପଡ଼ିଆ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି ୯ମ ରୁଚି ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡ । ଯେଉଁଥିରେ ଚଳିତ ବର୍ଷ ୨୬ଟି ଭିନ୍ନ ଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯିବ । ତେବେ ଚଳଚ୍ଚିତ୍ର ଜଗତ ପ୍ରତି ନିଜର ଉତ୍ସର୍ଗୀକୃତ ସେବା ପାଇଁ ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଜୀବନ ବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ସ୍ୱରୂପ ତାଙ୍କୁ ୨୫ ହଜାର ଟଙ୍କା ଅର୍ଥରାଶି ସହ ‘ଓଫା’ ଟ୍ରଫି ଓ ଉତ୍ତରୀୟ ପ୍ରଦାନ କରାଯିବ ବୋଲି ଓଫାର ଅଧ୍ୟକ୍ଷ ତଥା ଏହାର ପ୍ରତିଷ୍ଠାତା ଉଲ୍ଲାସ ଚନ୍ଦ୍ର ବେହୁରା ସୂଚନା ଦେଇଛନ୍ତି । ଏନେଇ ରବିବାର ହ୍ୱାଇଟ କାନ୍‌ଭାସ୍‌ ଆନୁକୁଲ୍ୟରେ ସ୍ଥାନୀୟ ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏ ବାବଦରେ ଅଧିକ ସୂଚନା ଦେଇ ‘ଓଫା’ର ସଭାପତି ବାପୁ ଲେଙ୍କା କହିଛନ୍ତି ଚଳିତ ବର୍ଷ ଓଫାର ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡର କମେଡିକିଙ୍ଗ ଜନି ଲିଭର ଓ ମିସ୍‌ ଏସିଆ ବିଜୟିନୀ ନିବେଦିତା ବିଶ୍ୱାଳ ।

ଏହି ଅବସରରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ନୃତ୍ୟାନୁଷ୍ଠାନ ଫେଟ୍‌ ଫାଇଟର୍ସ, ସିଜ୍‌ଲର୍ସ ଓ ଓଲିଉଡର ଅନେକ ପ୍ରତିଷ୍ଠିତ ଯୁବ ଅଭିନେତା ଓ ଅଭିନେତ୍ରୀମାନେ ଯୋଗଦେବେ । ଏଥିରେ ଦର୍ଶକଙ୍କ ପାଇଁ ନିଶୁଳ୍କ ପାସ୍‌ର ବ୍ୟବସ୍ଥା କରାଯାଇଛି । ଏହାଛଡା ଇ-ନ୍ୟୁଜ୍‌, ବ୍ରାଣ୍ଡ ଫ୍ୟାକ୍ଟ୍ରି ଓ ପ୍ରଦର୍ଶନୀ ପଡିଆରେ ମଧ୍ୟ ପାସ୍‌ ଉପଲବ୍ଧ ହେବ । ‘ଓଫା’ର ଆବାହକ ଡ ମନୋଜ କୁମାର ଦାଶ କହିଥିଲେ ୨୦୧୦ରେ ଓଡ଼ିଆ ଚଳଚ୍ଚିତ୍ର ଯେତେବେଳେ ୭୫ ବର୍ଷରେ ପଦାର୍ପଣ କରିଥିଲା ସେତେବେଳେ ପ୍ରଥମଥର ପାଇଁ ଓଲିଉଡର କଳାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି ଏକ ପୁରସ୍କାର ପ୍ରଦାନ ଉତ୍ସବର ଆୟୋଜନ
କରାଯାଇଥିଲା । ପ୍ରଥମ ବର୍ଷ ୩୦ ଜଣ ସାଧକଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରତି ବର୍ଷ ୨୬ଟି ଭିନ୍ନ ଭିନ୍ନ ବିଭାଗରେ ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ସିନେମା ହଲ୍‌ର ମାଲିକମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଚ୍ଛଦପଟ୍ଟରେ ରହୁଥିବା ଡବିଂ ଆର୍ଟିଷ୍ଟ, ସ୍ପଟ୍‌ବୟ, ମେକ୍‌ଅପ୍‌ ମ୍ୟାନ ଆଦି କଳାକାରଙ୍କୁ ପୁରସ୍କୃତ କରାଯାଇଥାଏ ।

ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଜଣେ ମହିଳା କମେଡିଆନ୍‌ଙ୍କୁ ପୁରସ୍କୃତ କରାଯିବ ବୋଲି ‘ଓଫା’ର ନିର୍ଦ୍ଦେଶକ ଅମୃତ ରଞ୍ଜନ ଦାଶ ପ୍ରକାଶ କରିଛନ୍ତି । କେବଳ ଯେ ପୁରସ୍କାର, ନାଚ, ଗୀତକୁ ଓଫା ପ୍ରଧାନ୍ୟ ଦେଇଛି ତା ନୁହେଁ ବରଂ ବିଭିନ୍ନ ସମୟରେ ସାମାଜିକ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେଇଛି । ପ୍ରତିବର୍ଷ କର୍କଟ ପୀଡିତ ଶିଶୁମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପରିବେଷଣ କରି ଆସୁଛି ‘ଓଫା’ ବୋଲି ନିର୍ଦ୍ଦେଶକ ଜ୍ଞାନରଞ୍ଜନ ରାୟ ପ୍ରକାଶ କରିଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ରୁଚି’ର ପରିଚାଳନା ନିର୍ଦ୍ଦେଶକ ଡ ଶରତ କୁମାର ସାହୁ, ‘ଓଫା’ର ଉପଦେଷ୍ଟା ବିଭୂତି ନାୟକ, ମାନସ ରଞ୍ଜନ କର, ଶୁଭେନ୍ଦୁ ଦାସ, ଅଜୟ କୁମାର ସ୍ୱାଇଁଙ୍କ ସମେତ ‘ଓଫା’ର ସଦସ୍ୟମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର