PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣାଗଡ: ପାଟଣାଗଡ ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ପରଲୋକ
  • ||
  • ଓଡ଼ିଶାରେ କରୋନା ସ୍ଥିତି ଅଣାୟତ୍ତ: ୨୪ଘଣ୍ଟାରେ ୩୬୬୪ଜଣ ପଜିଟିଭ ଚିହ୍ନଟ, ଆଖିବୁଜିଲେ ଆଉ ୨ ଆକ୍ରାନ୍ତ
  • ||
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

‘ଏକ ଔର ନରେନ୍’ : ମୋଦୀଙ୍କ ଜନ୍ମଦିନରେ ମୁକ୍ତିଲାଭ କରିବ ଫିଲ୍ମ, ଗଜେନ୍ଦ୍ର ଚୌହାନ ମୁଖ୍ୟ ଭୂମିକାରେ କରିବେ ଅଭିନୟ

ମୁମ୍ବାଇ ୫।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ବିବେକ ଓବରୟ ଠାରୁ ମହେଶ ଠାକୁର ପର୍ଯ୍ୟନ୍ତ ସମସ୍ତେ ପ୍ରଧାନମନ୍ତ୍ରୀ ମୋଦୀ ଭୂମିକାରେ ଅଭିନୟ କରିବାକୁ ଚେଷ୍ଟା କରିଛନ୍ତି। ବର୍ତ୍ତମାନ ମହାଭାରତ ସିରିଏଲରେ ଯୁଧିଷ୍ଠିର ଭୂମିକାରେ ଅଭିନୟ କରୁଥିବା ଗଜେନ୍ଦ୍ର ଚୌହାନ ମଧ୍ୟ ବଡ ପରଦାରେ ସମାନ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଆଉ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି ଯେଉଁଥିରେ ଗଜେନ୍ଦ୍ର ଚୌହାନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ଏହି ଚଳଚ୍ଚିତ୍ରର ନାମ ‘ଏକ ଔର ନରେନ୍’ ରଖାଯାଇଛି। ଦୁଇଜଣଙ୍କ ଜୀବନୀ ଉପରେ ଏହି ଚଳଚ୍ଚିତ୍ର ଆଧାରିତ। ପ୍ରଥମେ ନରେନ୍ଦ୍ରନାଥ ଦତ୍ତ ବା ସ୍ବାମୀ ବିବେକାନନ୍ଦ କିଭଳି ସାରା ବିଶ୍ବରେ ଭାଇଚାରାର ଏକ ପ୍ରତୀକ ଭାବେ ଉଭା ହୋଇଥିଲେ ତା’ ଉପରେ ଦେଖାଯିବ। ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇଚାରା ବାର୍ତ୍ତାକୁ ନେଇ ଏହି ଚଳଚ୍ଚିତ୍ର ନିର୍ମିତ ବୋଲି ସେ କହିଛନ୍ତି।

ନିର୍ଦ୍ଦେଶକ ମିଲ୍‌ନ ଭୌମିକ ସ୍ବୀକାର କରିଛନ୍ତି ଯେ, ବିବେକାନନ୍ଦ କେବଳ ଜୀବନସାରା ଭାଇଚାରା ବାର୍ତ୍ତା ଦେଇଥିବାବେଳେ ସେ ନରେନ୍ଦ୍ର ମୋଦୀଙ୍କୁ ଜଣେ ମହାନ ନେତା ଭାବରେ ବିବେଚନା କରିଛନ୍ତି ଯିଏ ଦେଶକୁ ନୂଆ ସୋପାନରେ ପହଞ୍ଚାଇଛନ୍ତି। ଆସନ୍ତା ସେପ୍ଟେମ୍ବର ୧୭ରେ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପାଇଁ ଧାର୍ଯ୍ୟ ହୋଇଛି। ମାତ୍ର ଉକ୍ତ ସମୟରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲୁଥିବାରୁ ତାରିଖକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଗୁଜୁରାଟ ଓ କୋଲ୍‌କାତାରେ ଏହାକୁ ସୁଟିଂ କରାଯିବ