PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଚନ୍ଦ୍ରର ଶେଷ କକ୍ଷରେ ଚନ୍ଦ୍ରଯାନ-୨: ଲ୍ୟାଣ୍ଡିଂ ପାଇଁ ୬ ଦିନିଆ ଅବଗଣନା ଆରମ୍ଭ

ବେଙ୍ଗାଲୁରୁ ୨/୯: ଚନ୍ଦ୍ର ଅଭିମୁଖେ ଯାତ୍ରା କରୁଥିବା ଚନ୍ଦ୍ରଯାନ-୨ ଆଜି ଚନ୍ଦ୍ରର ଶେଷ କକ୍ଷରେ ପ୍ରବେଶ କରିଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଆଜି ସନ୍ଧ୍ୟା ୬ଟା ୨୧ରେ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏଥିପାଇଁ ମାତ୍ର ୫୨ ସେକେଣ୍ଡ ସମୟ ଲାଗିଥିଲା । ମହକାଶ ଯାନର ସମସ୍ତ ପ୍ରକ୍ରିୟା ଠିକ୍‌ ଥିବା ଇସ୍ରୋ କହିଛି । ଏଥିସହିତ ଚନ୍ଦ୍ରଯାନ-୨ ଲ୍ୟାଣ୍ଡିଂ କରିବାର ୬ ଦିନିଆ କାଉଣ୍ଟ ଡାଉନ ଆରମ୍ଭ ହୋଇଛି ।

ଇସ୍ରୋ ଅଧ୍ୟକ୍ଷ କେ. ଶିବନଙ୍କ ସୂଚନା ଅନୁଯାୟୀ ଆସନ୍ତାକାଲି (ସୋମବାର) ଦିନ ୧୨ଟା ୪୫ରୁ ୧ଟା ୪୫ ମିନିଟ ମଧ୍ୟରେ ଚନ୍ଦ୍ରଯାନ-୨ର ଅର୍ବିଟର ଠାରୁ ଲ୍ୟାଣ୍ଡର ବିକ୍ରମ ପୃଥକ ହୋଇ ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ । ଲ୍ୟାଣ୍ଡର ବିକ୍ରମ ନିଜ ସହିତ ରୋଭର ପ୍ରଜ୍ଞାନକୁ ମଧ୍ୟ ନେଇଯିବ । ୩ ତାରିଖରେ ଲ୍ୟାଣ୍ଡର ବିକ୍ରମ ଠିକ୍‌ ଭାବେ କାର୍ଯ୍ୟ କରୁଛି କି ନାହିଁ ତାହା ଜାଣିବା ଲାଗି ଇସ୍ରୋ ବୈଜ୍ଞାନିକମାନେ କିଛି ପରୀକ୍ଷା କରିବେ । ଏହି ସମୟରେ ଲ୍ୟାଣ୍ଡର ବିକ୍ରମର ଇଞ୍ଜିନକୁ ୩ ସେକେଣ୍ଡ ପାଇଁ ଅନ୍‌ କରିବେ ଏବଂ ଏହାର କକ୍ଷରେ କେତେକ ପରିବର୍ତ୍ତନ କରିବେ ।

ସେପ୍ଟେମ୍ବର ୪ ତାରିଖରେ ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ରର ସବୁଠାରୁ ଅଧିକ ନିକଟତର କରାଯିବ । ଚନ୍ଦ୍ରଠାରୁ ଏହି କକ୍ଷର ଦୂରତା ସର୍ବାଧିକ ୯୭ କି.ମି. ଓ ସର୍ବନିମ୍ନ ୩୫ କି.ମି. ରହିବ । ୩ ଦିନ ଧରି ଲ୍ୟାଣ୍ଡର ବିକ୍ରମ ଏହି କକ୍ଷରେ ରହି ଚନ୍ଦ୍ରକୁ ପ୍ରଦକ୍ଷିଣ କରିବ । ଏହି ସମୟରେ ବୈଜ୍ଞାନିକମାନେ ଲ୍ୟାଣ୍ଡର ବିକ୍ରମ ଓ ତା ଭିତରେ ଥିବା ରୋଭର ପ୍ରଜ୍ଞାନର ଅବସ୍ଥା ସମ୍ପର୍କରେ ଯାଞ୍ଚ କରିବେ ।

ସେପ୍ଟେମ୍ବର ୭ ତାରିଖ ବିଳମ୍ବିତ ରାତି ୧ଟା ୫୫ ମିନିଟ୍‌ରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଲ୍ୟାଣ୍ଡିଂ କରିବ । ଲ୍ୟାଣ୍ଡରକୁ ସଫତଳା ପୂର୍ବକ ସଫ୍ଟ ଲ୍ୟାଣ୍ଡିଂ କରାଇବା ଲାଗି ଇସ୍ରୋ ବୈଜ୍ଞାନିକମାନେ ଦୃଢ଼ ଆଶାବାଦୀ ଅଛନ୍ତି । ସେହି ମୁହୂର୍ତ୍ତ ହିଁ କେବଳ ସେମାନଙ୍କ ପାଇଁ ନୁହେଁ, ଦେଶବସୀଙ୍କ ପାଇଁ ସବୁଠାରୁ ଖୁସିର ମୁହୂର୍ତ୍ତ ହେବ । ବେଙ୍ଗାଲୁରୁସ୍ଥିତ ଇସ୍ରୋର କମାଣ୍ଡ ସେଣ୍ଟରରେ ଚନ୍ଦ୍ରଯାନ-୨ର ସମସ୍ତ ଗତିବିଧି ଅନୁଧ୍ୟାନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ସ୍କୁଲର ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀଙ୍କ ସହିତ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ କାର୍ଯ୍ୟାଳୟଠାରେ ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଂର ସିଧା ପ୍ରସାରଣ ଦେଖିବେ । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୨ ଜଣ ଲେଖାଏଁ ଛାତ୍ରଛାତ୍ରୀ ଏଥିରେ ସାମିଲ ଅଛନ୍ତି ।

ସୂଚନାଯୋଗ୍ୟ ଯେ ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୨’ ଗତ ଜୁଲାଇ ୨୨ ତାରିଖ ଅପରାହ୍ନ ୨ଟା ୪୩ରେ ସଫଳତାର ସହ ମହାକାଶକୁ ପ୍ରେରଣ କରାଯାଇଥିଲା । ଆନ୍ଧ୍ରପ୍ରଦେଶର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପ୍ରକ୍ଷେପଣ ଯାନ ଜିଏସ୍‌ଏଲ୍‌ଭି ମାର୍କ-୩ ଏମ୍‌୧ (ବାହୁବଳୀ) ଚନ୍ଦ୍ରୟାନ-୨କୁ ଧରି ମହାକାଶ ଯାତ୍ରା କରିଥିଲା । ପ୍ରକ୍ଷେପଣର ମାତ୍ର ୧୬ ମିନିଟ୍‌ ୩୩ ସେକେଣ୍ଡରେ ମହାକାଶଯାନକୁନିର୍ଦ୍ଦିଷ୍ଟ କକ୍ଷପଥରେ ଅବସ୍ଥାପିତ କରିଥିଲା । ପୃଥିବୀର କକ୍ଷପଥରେ ଏହା ୨୩ ଦିନ ଧରି ଘୁରିବୁଲିବା ପରେ ଅଗଷ୍ଟ ୧୪ରେ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଥିଲା । ଚନ୍ଦ୍ରରେ ଜଳ, ବିକଳ୍ପ ଶକ୍ତି, ହିଲିୟମ ଓ ମୂଲ୍ୟବାନ ଖଣିଜ ପଦାର୍ଥର ଅନୁସନ୍ଧାନ କରିବା ହେଉଛି ଚନ୍ଦ୍ରୟାନ-୨ ଅଭିଯାନର ପ୍ରମୁଖ ଲକ୍ଷ୍ୟ ।

କେବଳ ଭାରତ ନୁହେଁ, ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଓ ସମଗ୍ର ବିଶ୍ୱ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂ ଉପରେ ନଜର ରଖିଛନ୍ତି । ପ୍ରଥମ କରି ଚନ୍ଦ୍ରଯାନ-୨ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଲ୍ୟାଣ୍ଡିଂ କରୁଥିବାରୁ ତାକୁ ନେଇ ବିଶ୍ୱବ୍ୟାପୀ ଉତ୍ସୁକତା ପ୍ରକାଶ ପାଇଛି । ନାସାର ପୂର୍ବତନ ମହାକାଶଚାରୀ ଡୋନାଲ୍ଡ ଏ. ଥୋମାସ କହିଛନ୍ତି ଭାରତର ଏହି ମିଶନ ସଫଳ ହେଲେ ୫ ବର୍ଷ ଭିତରେ ଆମେରିକା ଚନ୍ଦ୍ରର ଦକ୍ଷିଣ ମେରୁକୁ ମହାକାଶଚାରୀ ପଠାଇବ । ସେ କହିଛନ୍ତି ଆମେରିକା ଚନ୍ଦ୍ରର ବିଷୁବରେଖା ଅଞ୍ଚଳରେ ଲ୍ୟାଣ୍ଡିଂ କରିଛି । କିନ୍ତୁ ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିନାହିଁ । ଚନ୍ଦ୍ରର ଦଣିକ୍ଷ ମେରୁ ଅଞ୍ଚଳ ସ୍ୱତନ୍ତ୍ର ।

ସେଠାରେ ଜଳ ବରଫ ଆକାରରେ ରହିଥିବା ସେ ବିଶ୍ୱାସ କରୁଛନ୍ତି । ଚନ୍ଦ୍ରରେ ମଣିଷ ବାସ କରିପାରିବ କି ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ସେଠାରେ ରହିବା କଷ୍ଟକର ବ୍ୟାପାର । କାରଣ ବିକୀରଣ ସମସ୍ୟା ରହିଛି । ଦିନ ତାପମାତ୍ରା ୧୦୦ ଡିଗ୍ରୀ ସେଲ୍‌ସିୟସ ହୋଇଯାଉଥିବା ବେଳେ ରାତି ତାପମାତ୍ରା ମାଇନସ ୧୦୦ ଡିଗ୍ରୀ ସେଲ୍‌ସିୟସ ହେଉଥିବା ସେ କହିଛନ୍ତି ।

ସମ୍ବନ୍ଧିତ ଖବର