ଆସନ୍ତାକାଲି ସକାଳ ସାଢେ ୧୦ଟାରେ ଆସିବ ଅଯୋଧ୍ୟା ମାମଲାର ଚୂଡାନ୍ତ ରାୟ !

ନୁଆଦିଲ୍ଲୀ ୮/୧୧: କାଲି ଅଯୋଧ୍ୟା ମାମଲାର ରାୟ । ଆସନ୍ତାକାଲି ଆସିବ ରାମ ଜନ୍ମଭୂମି ବିବାଦର ରାୟ । ସକାଳ ସାଢେ ୧୦ଟାରେ ରାୟ ଆସିପାରେ । ଏପଟେ ରାୟ ଆସିବା ପୂର୍ବରୁ ୟୁପିରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆସନ୍ତାକାଲି ଚୂଡାନ୍ତ ରାୟ ଶୁଣାଇବେ ସୁପ୍ରିମକୋର୍ଟ ।  

ଚିଫ୍ ଜଷ୍ଚିସ୍ ରଞ୍ଜନ ଗୋଗୋଇଙ୍କ ପୀଠ ଏହି ନିଷ୍ପତ୍ତି ଶୁଣାଇବେ । ଏହା ହେଉଛି ଭାରତର ସବୁଠାରୁ ପୂରୁଣା ମାମଲା । କହିରଖୁଛୁ ଅଯୋଧ୍ୟା ଜମି ବିବାଦର ନିଷ୍ପତ୍ତି ପୂର୍ବରୁ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଶୁକ୍ରବାର ଉତ୍ତର ପ୍ରଦେଶର ମୁଖ୍ୟ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ(ଡିଜିପି)ଙ୍କ ସହିତ ଅତି ଗୋପନୀୟ ବୈଠକ କରିଛନ୍ତି । ବୈଠକରେ ମୁଖ୍ୟ ସଚିବ ରାଜେନ୍ଦ୍ର କୁମାର ତିୱାରୀ, ଡିଜିପି ଓମ ପ୍ରକାଶ ସିଂହ ଓ ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ସହିତ ଅଯୋଧ୍ୟା ମାମଲାର ଶୁଣାଣି କରୁଥିବା ପୀଠର ୫ ଜଣ ଜଷ୍ଟିସଙ୍କ ମଧ୍ୟରୁ ଅନ୍ୟ ୨ ଜଣ ଜଷ୍ଟିସ୍ ଏସ.ଏ ବୋବଡେ ଓ ଜଷ୍ଟିସ୍ ଅଶୋକ ଭୂଷଣ ମଧ୍ୟ ଉପସ୍ଥିତ ଥିଲେ ।

ଆସନ୍ତାକାଲି ସମ୍ଭାବ୍ୟ ଦଙ୍ଗାକୁ ନଜରରେ ରଖି ଅଯୋଧ୍ୟାରେ ୧୪୪ ଧାରା ଜାରି କରାଯାଇଛି । ୟୁପିରେ ସମସ୍ତ ସ୍କୁଲ୍ କଲେଜ ଆଦିକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ସମସ୍ତଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଅପିଲ୍ କରାଯାଉଛି । କହିରଖୁଛୁ ଅଯୋଧ୍ୟା ମାମଲାରେ ନିଷ୍ପତ୍ତି ଆସିବା ପୂର୍ବରୁ ଲଗାତର ଏକତା ଓ ଭାଇଚାରାକୁ କାଏମ କରିବାର ଚେଷ୍ଟା ଉପରେ ଜୋର ଦିଆଯାଉଛି ।

   ସମ୍ବନ୍ଧିତ ଖବର


ପଛକୁ ହଟିଲା ଚୀନ୍‌ ସେନା … ଭାରତର ବିଚକ୍ଷଣ ରଣନୀତିରେ ଡ଼ରିଗଲା

ଡାର୍କ ନେଟ୍‌ରେ ଏକ ଲକ୍ଷରୁ ଅଧିକ ଭାରତୀୟଙ୍କୁ ପରିଚୟ ଓ ତଥ୍ୟ ଲିକ୍‌

ଏତେ ଶସ୍ତା ହେଲା ସୁନା ! ବିବାହ ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର

ଏସେନ୍ସିଆଲ କମୋଡିଟି ଆକ୍ଟରେ ବଡ ପରିବର୍ତ୍ତନ, ମିଳିବ ଏହି ଫାଇଦା

କରୋନାରେ ସେକ୍ସକୁ ନେଇ ନୂଆ ନିୟମ ! ନିଜ ଘରେ ବାହାର ବ୍ୟକ୍ତିଙ୍କ ସହ ରଖିପାରିବନି ଶାରୀରିକ ସଂପର୍କ

କରୋନାକୁ ହରାଇଲା ଅଢ଼େଇ ମାସର ଶିଶୁ !