ଘର ସିଲ୍ କରିଦେଲେ ଫାଇନାନ୍ସ୍ କମ୍ପାନୀ କର୍ମଚାରୀ, ଘଣ୍ଟା ଘଣ୍ଟା ଧରି ଭିତରେ ଛଟପଟ ହେଲା ୯ ମାସର ଶିଶୁ

ଜୟପୁର, ୧୪|୦୨:  ରାଜସ୍ଥାନରୁ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଫାଇନାନ୍ସ ଜଣେ ବ୍ୟକ୍ତିଙ୍କ ଘର ସିଲ କରିଦେଇଥିଲେ। ଯେଉଁ ପରିବାରକୁ ସେମାନେ ଘରୁ ବାହାର କରିଥିଲେ ସେମାନେ ଘରେ ଏକ ୯ ମାସର ଶିଶୁ ରହିଥିବା ପାଟି କରିଥିଲେ। କିନ୍ତୁ କେହି କିଛି ଶୁଣିନଥିଲେ। ବିନା ଖାଦ୍ୟ ପାନୀୟରେ ଶିଶୁଟି ଘଂଟା ଘଂଟା ଧରି ଘର ଭିତରେ ଛଟପଟ ହେଉଥିଲା।

ଏହି ମାମଲାକୁ ପୁଷ୍କରର ବିଧାୟକ ସୁରେଶ ସିଂ ରାଓ୍ୱତ ସାମ୍ନାକୁ ଆଣିଛନ୍ତି। ସେ ରାଜସ୍ଥାନ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ଏହି ଘଟଣ ରାବଦାନ ରୂପନଗଡରେ ଘଟିଛି। ରାଓ୍ୱତଙ୍କ ସହ ଶିଶୁଟିର ମାତା ଓ ପିତା ବିଧାନସଭାରେ ପହଁଚିବା ସହ ଗଣମାଧ୍ୟମ ସହ ଆଲୋଚନା କରିଥିଲେ। କୋର୍ଟରୁ ରହିତାଦେଶ ମିଳିବା ସତ୍ତ୍ୱେ ବେଆଇନ ଭାବେ ଫାଇନାନ୍ସ କମ୍ପାନୀ ଘରକୁ ସିଲ କରିଥିବା ଶିଶୁଟିର ଦାଦା କହିଛନ୍ତି।

ବିଧାୟକ କହିଛନ୍ତି ଯେ, ଲୋନ ନ ଭରିବାରୁ ଏକ ପ୍ରାଇଭେଟ୍ ଫାଇନାନ୍ସ କମ୍ପାନୀ ଏପରି କରିଛି। ଏହି ସମୟରେ ପରିବାର ଲୋକେ ଘରେ ଶିଶୁ ରହିଥିବା କହିଥିଲେ ମଧ୍ୟ କମ୍ପାନୀର କର୍ମଚାରୀମାନେ କିଛି ଶୁଣି ନଥିଲେ। ସେଠାରେ ୨ଜଣ ପୋଲିସ କର୍ମୀ ଓ ସରକରୀ ଅଧିକାରୀ ଠିଆ ହୋଇଥିଲେ ମଧ୍ୟ ନୀରବ ରହିଥିଲେ।

   ସମ୍ବନ୍ଧିତ ଖବର


ଦ୍ୱିତୀୟ ପତ୍ନୀଙ୍କୁ ଦେଖା କରିବା ପାଇଁ ପୋଲିସକୁ ମାଗିଲେ ପରମିଟ୍: ଉତ୍ତର ମିଳିଲା- ଗୋଟିଏରେ କାମ ଚଳାଅ

ମାଗଣାରେ କରି ପାରିବେ କୋଭିଡ -୧୯ ପରୀକ୍ଷା : ସୁପ୍ରିମକୋର୍ଟ ଦେଲେ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ

ସାମ୍ଭବ୍ୟ କରୋନା ଟୀକା ‘INO-4800’ DNA vaccineର ମାନବୀୟ ପରୀକ୍ଷଣ ଆରମ୍ଭ

ରାୟ ସପକ୍ଷରେ ନଆସିବାରୁ ବିଚାରପତିଙ୍କୁ ଓକିଲଙ୍କ ଅଭିଶାପ: ‘ତୁମକୁ କରୋନା ହୋଇଯାଉ’