PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଡିଜିଟାଲ ପେମେଣ୍ଟ କରୁଥିବା ଲୋକଙ୍କ ପାଇଁ ଖୁସି ଖବର, ଅର୍ଥମନ୍ତ୍ରୀ ସୀତାରମଣ କଲେ ଏହି ବଡ଼ ଘୋଷଣା

ନୂଆଦିଲ୍ଲୀ,୨୮।୧୨: ଡିଜିଟାଲ ପେମେଣ୍ଟ କରୁଛନ୍ତି କି? ତେବେ ଆପଣଙ୍କ ପାଇଁ ଖୁସି ଖବର। କାରଣ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ବଜେଟ୍ (ବଜେଟ୍ ୨୦୨୦) ଆଗତ କରିବାର ଠିକ୍ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୀତାରମଣ କହିଛନ୍ତି,ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍(ଏମଡିଆର) ଫି’ ଖର୍ଚ୍ଚ ସରକାର ଉଠାଇବେ। ଏହି ସମୟରେ ସେ କହିଛନ୍ତି, ଜାନୁଆରୀ ପରେ ୫୦ କୋଟିରୁ ଅଧିକ ଟର୍ନଓଭର ଥିବା କମ୍ପାନୀକୁ RuPay, UPI କ୍ୟୁଆର ଜରିଆରେ (ଡିଜିଟାଲ ପେମେଣ୍ଟ)ର ସୁବିଧା ଦେବାକୁ ହେବ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏଥିପାଇଁ କମ୍ପାନୀ ଏମଡିଆର ଫି’ ଆଦାୟ କରିବ ନାହିଁ।

ଅର୍ଥମନ୍ତ୍ରୀ କହିଛନ୍ତି, ୧ ଜାନୁଆରୀ ୨୦୨୦ରୁ RuPay, UPI ମାଧ୍ୟମରେ ଲେଣଦେଣ ଉପରେ କୌଣସି ଏମଡିଆର ଶୁଳ୍କ ନିଆଯିବ ନାହିଁ। ସରକାରୀ ବ୍ୟାଙ୍କର ଶୀର୍ଷ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକରେ ସୀତାରଣମ କହିଛନ୍ତି, ନୋଟିଫାଏଡ୍ ପେମେଣ୍ଟ ଉପରେ  RuPay କାର୍ଡ ତଥା ୟୁପିଆଇ ଟ୍ରାଞ୍ଜାକସନ୍ ଉପରେ ଏମଡିଆର ଶୁଳ୍କ ସରକାର ବହନ କରିବେ।

ଉଲ୍ଲେଖନୀୟ ଯେ, ଯଦି କୌଣସି ଦୋକାନରେ କେହି ବ୍ୟକ୍ତି ନିଜର କାର୍ଡ ସ୍ବାଇପ୍ କରେ ତେବେ ଯେଉଁ ଶୁଳ୍କ ଦୋକାନୀ ନିଜର ସର୍ଭିସ ପ୍ରୋଭାଇଡରକୁ ଦେଇଥାନ୍ତି, ତାକୁ  ଏମଡିଆର ଶୁଳ୍କ କୁହାଯାଏ। ଏହି ଶୁଳ୍କ ଅନଲାଇନ୍ ଲେଣଦେଣ ଏବଂ କ୍ୟୁଆର କୋଡ୍ ଆଧାରିତ ଟ୍ରାଞ୍ଜାକସନ୍ ଉପରେ ଲାଗୁ ହୋଇଥାଏ। କ୍ୟୁଆର କୋଡ୍ ଆଧାରିତ ଅନଲାଇନ୍ ଅର୍ଥ ଦିଆନିଆ ଉପରେ ଏମଡିଆର ଶୁଳ୍କ ଦେବାକୁ ପଡିଥାଏ।