ଘରୋଇ କମ୍ପାନିକୁ ବଡ଼ ଆଶ୍ବସ୍ତି: କମିଲା କର୍ପୋରେଟ୍ ଟ୍ୟାକ୍ସ

ଗୋଆ ୨୦।୯: ଘରୋଇ କମ୍ପାନିଗୁଡ଼ିକୁ ସରକାରଙ୍କ ବଡ଼ ଆଶ୍ବସ୍ତି। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୈତିକ ଅଭିବୃଦ୍ଧି କରିବା ପାଇଁ ଆଜି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଗୋଆରେ ଜିଏସଟି କାଉନସିଲ ବୈଠକ ପୂର୍ବରୁ ଅର୍ଥ ମନ୍ତ୍ରୀ ପ୍ରେସ୍ କନଫରେନ୍ସ କରି ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଘରୋଇ କମ୍ପାନୀ ଏବଂ ନୂତନ ମ୍ୟାନୁଫାକ୍ଚରିଙ୍ଗ କମ୍ପାନୀଙ୍କ ପାଇଁ ଅଧ୍ୟାଦେଶ ଜରିଆରେ କର୍ପୋରେଟ୍ ଟ୍ୟାକ୍ସ କମାଇ ଦିଆଯିବ। ଅର୍ଥାତ୍ କର୍ପୋରେଟ୍ ଟ୍ୟାକ୍ସ ୩୦%ରୁ ୨୨% କୁ ହ୍ରାସ କରାଯାଇଛି। ନିବେଶ ବଢ଼ାଇବା ଲାଗି ଇନକମ୍ ଟାକ୍ସ ନିୟମରେ ସଂଶାେଧନ ହୋଇଛି। ରିହାତି ଦେଉନଥିବା କୈାଣସି ଘରୋଇ କମ୍ପାନିକୁ ୨୨% ଇନକମ୍ ଟାକ୍ସ। ମୋଟ ଟାକ୍ସ ୩୪.୯୪% ରୁ ୨୫.୧୭% କୁ ହ୍ରାସ। ନୂଆ ଉତ୍ପାଦକ କମ୍ପାନି ପାଇଁ ଇନକମ୍ ଟାକ୍ସ ୨୫%ରୁ ୧୫%କୁ ଡ୍ରାସ। ତେବେ କର୍ପୋରେଟ୍ ଟ୍ୟାକ୍ସ ହ୍ରାସ ପରେ ସେୟାର ବଜାରରେ ଜବରଦସ୍ତ ବୃଦ୍ଧି ହେବ। କମ୍ପାନୀ ଯଦି ଏବେ ଛାଡ଼ କରୁଛି ତେବେ ସେମାନେ ଟ୍ୟାକ୍ସ ହଲିଡେର ଏକ୍ସପାୟରି ପରେ କମ୍ ଟ୍ୟାକ୍ସ ଦରର ବିକଳ୍ପ ବାଛି ପାରିବ। ଅଧ୍ୟାଦେଶ ଜରିଆରେ ଏହି ପରିବର୍ତ୍ତନ ଲାଗୁ କରାଯିବ।

ସୀତାରମଣ ଆହୁରି କହିଛନ୍ତି ଯେ, ଅକ୍ଟୋବର ୧ ତାରିଖ ପରେ ହେଉଥିବା ଘରୋଇ ମ୍ୟାନୁଫ୍ୟାକ୍ଚରିଙ୍ଗ କମ୍ପାନୀଙ୍କ ପାଇଁ ଟ୍ୟାକ୍ସ ଦର ୧୫% ହେବ। ସରଚାର୍ଜ ଏବଂ ସେସ ମିଶାଇ ପ୍ରଭାବୀ ଟ୍ୟାକ୍ସ ଦର ୧୭.୦୧%  ହେବ। ସେମାନଙ୍କୁ ଅନ୍ୟ କୌଣସି ଇନସେଣ୍ଟିଭ ମିଳିବ ନାହିଁ।

   ସମ୍ବନ୍ଧିତ ଖବର


ନାସା ହାତରେ ଚନ୍ଦ୍ରର ରୋମାଞ୍ଚକର ତଥ୍ୟ – ଆଜି ଏହା ଉପରୁ ଉଠିବ ରହସ୍ୟ

ମିଛ ବା ସେଲ୍ କଂମ୍ପାନୀ ଜରିଆରେ କୋଟି କୋଟି ଟଙ୍କାର ବେଆଇନ୍‌ କାରବାର, ବାହାମାସ୍ ପେପର ସ୍କାମ୍‌ରେ ଜୟ ପଣ୍ଡା ଓ ପତ୍ନୀ ଜଗୀ ମଙ୍ଗତ ପଣ୍ଡାଙ୍କ କମ୍ପାନୀର ସମ୍ପୃକ୍ତି ଅଭିଯୋଗ

ସବ୍-ଇନ୍ସପେକ୍ଟରଙ୍କ କଳାକାରନାମା: ଝିଅଙ୍କୁ ଅଶ୍ଲୀଳ କମେଣ୍ଟ ସହ କରୁଥିଲେ ଅସଦାଚରଣ, ଶେଷରେ ଗିରଫ ହେଲେ ଏପରି

ପୋଲାଣ୍ଡର ଏହି ଚୌକ୍ ଅମିତାଭ ବଚ୍ଚନଙ୍କ ପିତାଙ୍କ ନାଁରେ ନାମିତ ହେବ, ଇଷ୍ଟାଗ୍ରାମରେ ସୂଚନା ଦେଲେ ଅଭିନେତା

ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ

ମେହବୁବା ମୁଫତିଙ୍କ ମନ୍ତବ୍ୟକୁ ନେଇ ବିଜେପି କର୍ମୀଙ୍କ ହଙ୍ଗାମା, ଜମ୍ମୁରେ ପିଡିପି କାର୍ଯ୍ୟାଳୟରେ ଉଡାଇଲେ ତିରଙ୍ଗା