ଆଜି ‘ଏଫ୍‌ଏସ୍‌ଡିସି’ ବୈଠକରେ ଅର୍ଥନୀତିର ସ୍ଥିତି ପରଖିବେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ ୭/୧୧: ଆଜି ଆର୍ଥିକ ସ୍ଥିରତା ଓ ବିକାଶ ପରିଷଦ (ଏଫ୍‌ଏସ୍‌ଡିସି) ବୈଠକ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ କ୍ଷେତ୍ରର ନିୟାମକ ମୁଖ୍ୟମାନେ ଯୋଗଦେବେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବୈଠକରେ ଯୋଗଦେଇ ଘରୋଇ ଅର୍ଥନୀତିର ସ୍ଥିତି ସମୀକ୍ଷା କରିବେ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏଥିରେ ଯୋଗଦେବେ ।

ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା ପାଇଁ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ବାବଦରେ ଆଲୋଚନା ହେବ । ବିଶ୍ୱ ଅର୍ଥନୀତି ଓ ଘରୋଇ ଅର୍ଥ ବ୍ୟବସ୍ଥା ବାବଦରେ ବ୍ୟାପକ ଭାବେ ଆଲୋଚନା କରାଯିବ । ବ୍ୟାଙ୍କିଙ୍ଗ୍‌ ଓ ଏନ୍‌ବିଏଫ୍‌ସି (ଅଣବ୍ୟାଙ୍କ ଆର୍ଥିକ କମ୍ପାନି) ଭଳି ଆର୍ଥିକ କ୍ଷେତ୍ର ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ମଧ୍ୟ ବିଚାରବିମର୍ଶ କରାଯିବ ।
ଆର୍‌ବିଆଇ ଗଭର୍ଣ୍ଣରଙ୍କ ବ୍ୟତୀତ ସେବି ଅଧ୍ୟକ୍ଷ ଅଜୟ ତ୍ୟାଗୀ, ଆଇଆରଡିଏଆଇ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ଖୁଣ୍ଟିଆ, ଭାରତୀୟ ଇନ୍‌ସଲ୍‌ଭେନ୍ସି ଓ ବ୍ୟାଙ୍କ୍‌ରପ୍‌ସି ବୋର୍ଡ (ଆଇବିବିଆଇ) ଅଧ୍ୟକ୍ଷ ଏମ୍‌ ଏସ୍‌ ସାହୁ ଏବଂ ପିଏଫ୍‌ଆର୍‌ଡିଏ ଅଧ୍ୟକ୍ଷ ରବି ମିତ୍ତଲ ପ୍ରମୁଖ ବୈଠକରେ ଯୋଗଦେବେ । ସମସ୍ତ ନିୟାମକର ଶୀର୍ଷ କମିଟି ଏଫ୍‌ଏସ୍‌ଡିସି ହୋଇଥିବା ବେଳେ ଏହାର ମୁଖ୍ୟ ନିଜେ କେନ୍ଦ୍ର ଅର୍ଥମନ୍ତ୍ରୀ ରହିଛନ୍ତି।

   ସମ୍ବନ୍ଧିତ ଖବର


Google Pay ବ୍ୟବହାରକାରୀଙ୍କୁ ଝଟକା, ନୂଆବର୍ଷରୁ ଲାଗିବ ଚାର୍ଜ

୩ ଦିନରେ ୨୦୦୦ ଟଙ୍କା ଶସ୍ତା ହେଲା ସୁନା, ଆଗକୁ ଆହୁରି ଖସିବ

ଆଳୁ ଅସମ୍ଭାଳ: କେଜି ୫୨ ଛୁଇଁଲା, ପଶ୍ଚିମବଙ୍ଗରେ ବି ଅଣାୟତ୍ତ

ଆଗକୁ ଚିନ୍ତା ବଢ଼ାଇବ ଏନ୍‌ପିଏ

୬ ଦିନରେ ୫୩% ଖସିଲା ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସେୟାର

ସମ୍ପତ୍ତି ଯୋଡିବାରେ ମୁକେଶ ଅମ୍ବାନିଙ୍କୁ ପଛରେ ପକାଇଲେ ଆଦାନି