PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ନୂଆବର୍ଷ ଉପହାର: ଆଗାମୀ ୫ ବର୍ଷରେ ନିବେଶ ହେବ ୫ ଲକ୍ଷ କୋଟି

ନୁଆଦିଲ୍ଲୀ ୩୧/୧୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତବର୍ଷର ଶେଷ ପ୍ରେସ୍ କନଫରେନ୍ସରେ ୧୦୨ ଲକ୍ଷ କୋଟି ଟଙ୍କାର ନ୍ୟାସନଲ୍ ଇନଫ୍ରାଷ୍ଟକ୍ଚର ପ୍ରୋଜେକ୍ଟ୍ସ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ୫  ବର୍ଷରେ ୫ ଲକ୍ଷ କୋଟି ନିବେଶ କରିବା ପାଇଁ ଲକ୍ଷ୍ଯ ରଖିଛନ୍ତି । ଏଥିରେ ୨୦୨୫ ପର୍ଯ୍ୟନ୍ତ ଭାରତର ୫ ଟ୍ରିଲିୟନ୍ ଡଲାର ଅର୍ଥବ୍ୟବସ୍ଥା ବଢାଇବାରେ ସହଯୋଗ ମିଳିବ ।

ଅର୍ଥମନ୍ତ୍ରୀ କହିଛନ୍ତି କି ଫଳାଫଳରେ ପହଞ୍ଚିବା ପୂର୍ବରୁ ପ୍ରାୟ ୭୦ ଷ୍ଟକହୋଲ୍ଡ୍ସଙ୍କ ସହିତ ଚର୍ଚ୍ଚା କରାଯାଇଛି ଏବଂ ଏହି ପ୍ରୋଜେକ୍ଟ୍ସକୁ ଫାଇନାଲ୍ କରାଯାଇଛି । ଗତ ୪ ମାସରେ ୭୦ ବୈଠକ ହୋଇଛି ଯେଉଁଥିରେ ୧୦୫ ଲକ୍ଷ କୋଟି ଟଙ୍କାର ଇନଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟ୍ସ ଉପରେ ଚର୍ଚ୍ଚା ହୋଇଛି ।

୬ ବର୍ଷରେ ୫୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି
ନିର୍ମଳା ସୀତାରମଣ କହିଛନ୍ତି କି ଗତ ୬ ବର୍ଷରେ ଇନଫ୍ରାଷ୍ଟ୍ରକ୍ଚରରେ ୫୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଯାହା ଜିଡିପିର ୫-୬ ପ୍ରତିଶତ । ଏଥିରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଯୋଗଦାନ ରହିଛି ।

ଅର୍ଥମନ୍ତ୍ରୀଙ୍କ ଅନୁସାରେ ଏନଆଇପି ଅନୁସାରେ ପ୍ରାୟ ୨୫ ଲକ୍ଷ କୋଟି ଟଙ୍କା ଶକ୍ତି ପ୍ରୋଜେକ୍ଟରେ, ୨୦ ଲକ୍ଷକୋଟି ରାସ୍ତା ଓ ପ୍ରାୟ ୧୪ ଲକ୍ଷ କୋଟି ଟଙ୍କା ରେଲୱେ ପ୍ରୋଜେକ୍ଟ ପାଇଁ ନିର୍ଦ୍ଧାରିତ କରାଯାଇଛି । ଏଥିରେ ପ୍ରାଇଭେଟ୍ ସେକ୍ଟରର ନିବେଶ ୨୨-୨୫ ପ୍ରତିଶତ ହେବ । ବାକି ନିବେଶ ଏନଆଇପି ଇନଭେଷ୍ଟମେଣ୍ଟ, କେନ୍ଦ୍ର ଓ ରାଜ୍ୟ ସରକାର କରିବେ । ଅର୍ଥମନ୍ତ୍ରୀ କହିଛନ୍ତି କି ଶକ୍ତି, ରେଲୱେ, ମୋବିଲିଟି, ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଖର୍ଚ୍ଚ ହେବ ।

୨୦୨୦ ରେ ମଧ୍ୟରେ ସରକାର ଗ୍ଲୋବାଲ୍ ଇନଭେଷ୍ଟମେଣ୍ଟ ମିଟ୍‌ର ଆୟୋଜନ କରିବେ । ଏହା ଫଳରେ ବ୍ୟବସାୟୀଙ୍କୁ ବୈଶିକ ସ୍ତରରେ ବ୍ୟବସାୟ କରିବା ପାଇଁ ପରାମର୍ଶ ମିଳିବ ।

କେଉଁ ପ୍ରୋଜେକ୍ଟରେ କେତେ ଖର୍ଚ୍ଚ ହେବ
ସୀତାରମଣ କହିଛନ୍ତି କି ୨.୫ ଲକ୍ଷ କୋଟି ପୋର୍ଟ ଓ ଏୟାରପୋର୍ଟ ପ୍ରୋଜେକ୍ଟ୍ସରେ, ୩.୨ ଲକ୍ଷ କୋଟି ଆଇଣ୍ଡେଟିଫିକେସନ୍ ଡିଜିଟାଲ୍ ଇନଫ୍ରା ପ୍ରୋଜେକ୍ଟ୍ସରେ, ୧୬ ଲକ୍ଷ କୋଟି ଟଙ୍କା ସିଞ୍ଚନ, ଗ୍ରାମୀଣ, ଚାଷ ଓ ଖାଦ୍ୟ ଉତ୍ପାଦନ ପ୍ରୋସେସିଂ ପ୍ରଡକ୍ଟସ ଉପରେ ୧୬ ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ ।

ସମ୍ବନ୍ଧିତ ଖବର