ଅର୍ଥମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ୍ ଘୋଷଣା- ଏପରି ରହିଛି ରୂପରେଖ

NIRMALA SITHARAMAN

ନୂଆଦିଲ୍ଲୀ – ଅର୍ଥନୀତିକୁ ଏବେ ରିଷ୍ଟାର୍ଟ ବଟନ ମାରିଛନ୍ତି କେନ୍ଦ୍ର ସରକାର। କରୋନା ପାଇଁ ଦୋହଲି ଯାଇଥିବା ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଲାଗି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିବା ବେଳେ ଆଜି ଏହାର ରୂପରେଖ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳୀ ସୀତାରମଣ। ଛୋଟଛୋଟ ଶିଳ୍ପର ଉନ୍ନତି ଉପରେ କେନ୍ଦ୍ର ସରକାର ନଜର ରଖିଛନ୍ତି। ଏବଂ ଏଥିପାଇଁ ଆର୍ଥିକ ଟନିକ ଘୋଷଣା କରିଛନ୍ତି।

କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ବା ଏମଏସଏମଇ ହିଁ ଭାରତୀୟ ଅର୍ଥନୀତିର ଖୁଣ୍ଟ ହେବେ। ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ କେନ୍ଦ୍ର ସରକାରଙ୍କ ଫୋକସ ରହିଛି ଏମଏସଏମଇ କ୍ଷେତ୍ର ଉପରେ। ସଂକଟରେ ଫସିଥିବା MSME ପାଇଁ ୨୦ହଜାର କୋଟି ଟଙ୍କା ବନ୍ଦୋବସ୍ଥ କରାଯାଇଛି। MSMEକୁ ୩ଲକ୍ଷ କୋଟି ଟଙ୍କାର ବିନା ଗ୍ୟାରେଣ୍ଟି ଲୋନ୍ ଦିଆଯିବ। ଆସନ୍ତା ୪୫ଦିନ ଭିତରେ MSMEକୁ ସରକାରୀ ବକେୟା ଅର୍ଥ ମିଳିବ। ଏଥିସହିତ ଏମଏସଏମଇକୁ ଇମାର୍କେଟ ସହିତ ଯୋଡ଼ାଯିବ। ଏମଏସଏମଇଗୁଡ଼ିକ ଙ୍କୁ ଫାଇଦା ଦେବା ଲାଗି ୨୦୦ କୋଟି ପର୍ଯ୍ୟନ୍ତ ଗ୍ଲୋବାଲ ଟେଣ୍ଡର ହେବ ନାହିଁ।

୧୫ହଜାରରୁ କମ ଦରମା ପାଉଥିବା ବ୍ୟକ୍ତିଙ୍କୁ ସରକାରୀ ସହାୟତା ମିଳିବ। ସେମାନଙ୍କର ଦରମାର ୨୪% PF ସରକାର ଅଗଷ୍ଟମାସ ପର୍ଯ୍ୟନ୍ତ ଜମା କରିବେ। ୭୨ ଲକ୍ଷ ୨୨ ହଜାର କର୍ମଚାରୀ ଏହାଦ୍ବାରା ଉପକୃତ ହେବେ। ସେହିପରି ପିଏସୟୁ ବ୍ୟତୀତ ଅନ୍ୟ କମ୍ପାନିର କର୍ମଚାରୀଙ୍କର ୧୦ ପ୍ରତିଶତ ପିଏଫ ସରକାର ଭରଣା କରିବେ। ସେହିପରି ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଟିଡିଏସ ଏବଂ ଟିସିଏସ ଦର୍ରେ ୨୫ ପ୍ରତିଶତ ହ୍ରାସ କରାଯାଇଛି। ଏହାଦ୍ବାରା ୫୦ ହଜାର କୋଟି ଟଙ୍କାର ଫାଇଦା ମିଳିବ।

ସେହିପରି ଗୃହ ନିର୍ମାଣ କ୍ଷେତ୍ରରେ ସରକାର ୩୦ ହଜାର କୋଟି ଟଙ୍କା ବିନିଯୋଗ କରିବେ। ନିର୍ମାଣ କ୍ଷେତ୍ର ପାଇଁ ୬ ମାସ ପର୍ଯ୍ୟନ୍ତ ରିହାତି ମିଳିବ। ସେହିପରି ଭିତ୍ତିଭୂମି ବିକାଶରେ କାର୍ଯ୍ୟକରୁଥିବା କମ୍ପାନିଗୁଡ଼ିକୁ ମଧ୍ୟ ୬ ମାସ ପର୍ଯ୍ୟନ୍ତ ରିହାତି ପାଇବେ।ସେହିପରି ରେରା ଅଧିନର ବିଲ୍ଡରମାନେ ଗୃହ ନିର୍ମାଣ ଶେଷ କରିବାରେ ୬ ମାସ ଅଧିକ ଅବଧି ପାଇବେ।

ବିଜୁଳି ବିତରଣ କମ୍ପାନିଗୁଡ଼ିକ ୯୦ ହଜାର କୋଟି ଟଙ୍କାର ଆର୍ଥ କ ସହାୟତା ଯୋଗାଇବେ ସରକାର। NBFC ପାଇଁ ୩୦ହଜାର କୋଟିର ସ୍ପେସାଲ ଲିକ୍ବିଡିଟି ସ୍କିମ୍ ରଖାଯାଇଛି।

   ସମ୍ବନ୍ଧିତ ଖବର


ରାଷ୍ଟ୍ରୀୟ ଏକତା ଦିବସ: ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରେଡରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି

ଲଦାଖ୍‌ରେ ଯବାନଙ୍କୁ ସାଲ୍ୟୁଟ୍‌ କରିଥିବା ଶିଶୁକୁ ୨.୫ଲକ୍ଷ ଦେଲା ବିଜେପି ସାଂସଦ

ରାଜ୍ୟକୁ ଧୀରେ ଧୀରେ ଛୁଉଁଛି ଶୀତ, ୫ରୁ ଥଣ୍ଡା ଆହୁରି ବଢ଼ିବ

ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ