ଘର ନିକଟରେ ଫାଇନାନ୍ସ କର୍ମଚାରୀଙ୍କୁ ଗୁଳିକରି ହତ୍ୟା, ସିସିଟିଭିରେ କଏଦ ସମସ୍ତ ଦୃଶ୍ୟ

ଭଦ୍ରକ, ୧୬|୦୨: ବାଇକରେ ଆସିଲେ , ଘର ନିକଟରୁ ମାତ୍ର ୨୦୦ ମିଟର ଦୂର ରେ ଗୁଳି ମାରି ହତ୍ୟା କଲେ । ଏହି ହତ୍ୟାକାଣ୍ଡ ଘଟିଛି ଝାଡଖଣ୍ଡ ରାଞ୍ଚିରେ। ତେବେ ମୃତକଙ୍କ ଶ୍ୱଶୁର ଘର ହେଉଛି ଭଦ୍ରକ।

ଏହି ଘଟଣାରେ ଏବେ ପର୍ଯ୍ୟନ୍ତ ୨୦ ଜଣଙ୍କୁ ଅଟକ ରଖିଛି ପୋଲିସ । ମୃତକ ହେଉଛନ୍ତି ମୁକେଶ ଜଲନ । ମୁକେଶ ଭଦ୍ରକ ଜିଲ୍ଲାରେ ବିବାହ କରିଥିଲେ । ଭଦ୍ରକ ସହରର ବନ୍ତ ଛକ ଅଞ୍ଚଳର ଜଗଦୀଶ ଗୁପ୍ତାଙ୍କ ଝିଅ ରେଖାଙ୍କୁ ବିବାହ କରିଥିଲେ । ମୁକେଶ ଝାଡ଼ଖଣ୍ଡ ରାଞ୍ଚି ଜିଲ୍ଲାର ହାରମୁ ରୋଡ ନିକଟ କିଶୋରେଗଞ୍ଜରେ ପରିବାର ସହ ରହୁଥିଲେ । ଏକ ଘରୋଇ ଗାଡି ଫାଇନାନ୍ସ ସଂସ୍ଥାରେ କାର୍ଯ୍ୟ କରୁଥିଲେ ।

ତେବେ ମୁକେଶ ଗତ ୬ ତାରିଖ ଦିନ ଅଫିସରୁ ଫେରି ବାପାଙ୍କ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ । ସେ ସମୟରେ ଦୁଇଟି ବାଇକ ରେ ୬ ଜଣ ଦୁର୍ବୁତ୍ତ ଆସି ତାଙ୍କ ଘର ନିକଟରୁ ପ୍ରାୟ ୨୦୦ ମିଟର ଦୂରରେ ତାଙ୍କୁ ଗୁଳି ମାରିଥିଲେ । ତେବେ କିଛି ଦିନ ପୂର୍ବରୁ କମ୍ପାନୀର ଋଣ ପରିଶୋଧ କରିନପାରିବାରୁ ଗାଡି ଟାଣି ନେବାକୁ ନେଇ ମୁକେଶଙ୍କ କେତେକ ଲୋକଙ୍କ ସହ ଝଗଡା ହୋଇଥିଲା । ସିସିଟିଭିରେ ଦୁଇଟି ବାଇକରେ କେତେକ ଦୁର୍ବୁତ୍ତ ଆସି ନିକଟରୁ ଗୁଳି ଚଳାଇଥିବା ଦେଖିବାକୁ ମିଳିଛି । ଏ ପର୍ଯ୍ୟନ୍ତ ରାଞ୍ଚି ପୋଲିସ ୨୦ ଜଣଙ୍କୁ ଅଟକ ରଖିଥିବା ନେଇ ରାଞ୍ଚି ଡ଼ିଏସପି ସୂଚନା ଦେଇଛି । ବେଆଇନ ଅସ୍ତ୍ର ରଖିଥିବା ଓ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଅପରାଧୀଙ୍କୁ ଅଟକ ରଖିଥିବା ସୂଚନା ଦେଇଛି ରାଞ୍ଚି ପୋଲିସ । ସିସିଟିଭିର ହାର୍ଡଡିସ୍କକୁ ଜବତ କରି ପୋଲିସ ୪ଟି ଟିମ ଗଠନ କରି ମାମଲା ର ତଦନ୍ତ କରୁଛି । ଏନେଇ ମୁକେଶଙ୍କ ପରିବାରଲୋକେ ଝା଼ଖଣ୍ଡ ରାଜ୍ୟପାଳଙ୍କୁ ଭେଟି ହତ୍ୟାକାରୀଙ୍କୁ ଧରିବା ପାଇଁ ଗୁହାରି କରିଛନ୍ତି । 

   ସମ୍ବନ୍ଧିତ ଖବର


କନଷ୍ଟେବଳଙ୍କୁ ମହଙ୍ଗା ପଡିଲା ପରକୀୟା ପ୍ରୀତି: ଅବିବାହିତ କହି ଯୁବତୀଙ୍କ ସହ ରଖିଥିଲେ ଶାରୀରିକ ସମ୍ପର୍କ, ଫେରାର କର୍ମଚାରୀକୁ ବାନ୍ଧିଲା ପୁଲିସ୍

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା କାର୍, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ହିରୋ ସୋରୁମ୍‌ ଦମ୍ପତି

ପୁଣି ଲଜ୍ଜା: ମନ୍ଦିର ପରିସରରେ ଖେଳୁଥିବା ନାବାଳିକାକୁ ପୂଜାରୀ କଲା ଦୁଷ୍କର୍ମ

ଓଡିଆ ଗୀତରେ ରାପ୍‌ ପରେ ଆଲ୍‌ବମ୍‌ ଭିଡିଓ ସୁଟିଂରେ ବ୍ୟସ୍ତ ସୁର ଭାଇନା: କୁଆଖିଆ ନଦୀ ପଠାରେ ଚାଲିଛି ମ୍ୟୁଜିକ୍‌ ଭିଡିଓ ସୁଟିଂ

କଥା ଦେଇ କଥା ରଖିଲେ ସରକାର: ସାମ୍ବାଦିକଙ୍କ ପାଇଁ ମେଗା ଯୋଜନ; ମୃତ୍ୟୁ ହେଲେ ପରିବାରକୁ ୪ ଲକ୍ଷ, ଗୃହ ଋଣ ସହ ପିଲାଙ୍କୁ ପଢ଼ା ଖର୍ଚ୍ଚ ଦେବେ

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ଦାଖଲ: ହତ୍ୟା କରାଯାଇଥିବା ପ୍ରମାଣିତ ହୋଇପାରୁନି, ମାନସିକ ଚାପରୁ ଆତ୍ମହତ୍ୟା