ଏଫଡି ଠାରୁ ଅଧିକ ରିଟର୍ଣ୍ଣ ମିଳିଥାଏ ଏଠାରେ, ଜାଣନ୍ତୁ କେଉଁଠି କରିବେ ଇନଭେଷ୍ଟମେଣ୍ଟ

ନୂଆଦିଲ୍ଲୀ,୧୬।୪: ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋଇ ସାରିଛି। ଏବେ ଯଦି ଆପଣ ଏହି ବର୍ଷ ନିଜ ପାଇଁ କିଛି ସେଭିଂ ଯୋଜନା କରୁଛନ୍ତି ତେବେ ଫିକ୍ସ ଡିପୋଜିଟ୍ ମ୍ୟାଚୋରିଟି ପ୍ଲାନ(ଏଫ୍ଏମପି)କୁ ସାମିଲ କରିପାରନ୍ତି। ଏଥିବେ ପୁଞ୍ଜିଲଗାଣ କରିବା ଦ୍ବାରା ଅଧିକ ସୁଦ୍ଧ ସହିତ ଟ୍ୟାକ୍ସ ଛାଡର ମଧ୍ୟ ଲାଭ ପାଇପାରିବେ। ଏଫଏମପି ମ୍ୟୁଚୁଆଲ ଫଣ୍ଡର ଏକ ଯୋଜନା ରହିଛି, ଯାହାକି ଡେଟ୍ ଫଣ୍ଡ(ନିଶ୍ଚିତ ରିଟର୍ଣ୍ଣ ଥିବା ମାଧ୍ୟମ) ଅନୁଯାୟୀ ଆସିଥାଏ। ଏହାର ଅଧିକାଂଶ ଅଂଶ ମ୍ୟୁଚୁଆଲ ଫଣ୍ଡ କମ୍ପାନୀ ବଣ୍ଡ ଓ ଡେଟ୍ ଇନଷ୍ଟ୍ରୁମେଣ୍ଟରେ ନିବେଶ କରିଥାଏ। ଏହାକୁ ଅନ୍ୟ ସ୍କିମ୍ ତୁଳନାରେ ଅଧିକ ସୁରକ୍ଷିତ ବୋଲି ମନେକରାଯାଇଥାଏ। ଏଥିରେ ନିବେଶ କରିବାର ସମୟ ୧ରୁ ୫ ବର୍ଷ ପର୍ଯ୍ୟନ୍ତ ରହିଥାଏ।
ଟ୍ୟାକ୍ସର ଅଧିକ ସଞ୍ଚୟ: ଏଫଏମପି ଦ୍ବାରା ଟ୍ୟାକ୍ସର ଅଧିକ ସଞ୍ଚୟ ହୋଇଥାଏ। ଏଫଏମପିରେ ଇଣ୍ଡେକ୍ସେସନ୍ ବେନିଫିଟ୍ ରହିଛି। ଅର୍ଥାତ ଦେବାପରେ ଏଫଏମପି ଜରିଆରେ ଅଧିକ ରିଟର୍ଣ ମିଳିପାରିବ।ଏଫଏମପିରୁ ମିଳୁଥିବା ଲାଭ/ ରିଟର୍ଣକୁ କ୍ୟାପିଟାଲ ଗେନ୍ କୁହାଯାଏ। ଏଫଡିରେ ସୁଦ୍ଧ ଆୟକୁ ନିବେଶକଙ୍କ ଆୟରେ ଯୋଡି ଦିଆଯାଇଥାଏ ଓ ନିର୍ଦ୍ଧାରିତ ଟ୍ୟାକ୍ସ ଆଧାରରେ ଟ୍ୟାକ୍ସ ଲାଗିଥାଏ।
କମ୍ ଟ୍ୟାକ୍ସ: ଏଫଏମପି ବିକିବା-କିଣିବା ଉପରେ ଏକ୍ସପେନ୍ସ ରେସିଓ ଖୁବ୍ କମ୍ ଦେବାକୁ ପଡିଥାଏ। ତେଣୁ ଏଥିରେ ନିବେଶ କରିବାର ଟ୍ୟାକ୍ସ କମ୍ ଆସିଥାଏ ଓ ଲାଭ ଅଧିକ ମିଳିଥାଏ। ଏଫଡି କିମ୍ବା ଲିକ୍ବିଡ ଓ ଅଲ୍ଟା ସର୍ଟ-ଟର୍ମ ଡେଟ ଫଣ୍ଡ ମୁକାବିଲାରେ ଏଫଏମପିରେ ଟ୍ୟାକ୍ସ ପରେ ଭଲ ରିଟର୍ଣ ମିଳିତାଏ। କାରଣ ହେଉଛି ଯେ ଏହା ଇଣ୍ଡେକ୍ସନ ବେନିଫିଟକୁ ଦର୍ଶାଇ ଥାଏ। ଏଫଏମପି ସାର୍ଟିଫିକେଟ୍ ଅଫ୍ ଡିପୋଜିଟ୍, କମର୍ସିଆଲ ପେପର, ମନି ମାର୍କେଟ ଇନଷ୍ଟ୍ରୁମେଣ୍ଟ ଓ ନନ୍-କନଭରଟିବଲ ଡିବେନଞ୍ଚରରେ ନିବେଶ କରିଥାଏ। ଏଫଏମପିରେ ଅଧିକ ବିପଦ ରହିଥାଏ, କାରଣ ଏଥିରେ ମ୍ୟୁଚୁଆଲ ଫଣ୍ଡ ଯେଉଁ କମ୍ପାନୀର ସିକ୍ୟୁରିଟିରେ ଟଙ୍କା ଲଗାଇଥାଏ, ଯଦି ସେଥିରେ ଠିକ୍ ସମୟରେ ଟଙ୍କା ଫେରାନଯାଏ ତେବେ ମ୍ୟୁଚୁଆଲ ଫଣ୍ଡ ପାଇଁ ନିଜର ନିବେଶକଙ୍କ ଟଙ୍କା ଫେରାଇବାରେ ଅସୁବିଧା ହୋଇଥାଏ।
ପୁଞ୍ଜି ସୁରକ୍ଷିତ: ମ୍ୟଚୁଆଲ ଫଣ୍ଡର ଏହି ଯୋଜନା(ଏଫଏମପି) ଡେଟ୍ ଇନଷ୍ଟ୍ରୁମେଣ୍ଟରେ ନିବେଶ କରିଥାଏ। ତେଣୁ ଏଥିରେ ଇକ୍ବିଟି ଫଣ୍ଡ ତୁଳନାରେ ପୁଞ୍ଜିର କ୍ଷତି ହେବାର ବିପଦ କମ୍ ରହିଥାଏ।
ଏହା ମଧ୍ୟ ଜାଣିନିଅନ୍ତୁ
-ଏଫଏମପି କ୍ଳୋଜ ଇଣ୍ଡେଡ ଫଣ୍ଡ ଅଟେ। ଯେତେବେଳ କୌଣସି ମ୍ୟଚୁଆଲ ଫଣ୍ଡ କମ୍ପାନୀ ଯୋଜନା ନେଇ ଆସିଥାଏ ସେତେବେଳେ ଏଥିରେ ନିବେଶ କରାଯାଇଥାଏ।
-ଏଫଏମପିରେ ନିବେଶ ବଜାର ସମ୍ପର୍କିତ ରହିଥାଏ, ତେଣୁ ଏଥିରେ ହେଉଥିବା ରିଟର୍ନର ସଠିକ୍ ଅନୁମାନ ଲଗାଇବା କଷ୍ଟକର ହୋଇଥାଏ।
-ଏଥିରେ ବେଳେବେଳେ ଟଙ୍କା ବାହାର କରିବାକୁ ଅନୁମତି ମିଳିନଥାଏ। ଯଦି କୌଣସି ନିବେଶକ ଏଭଳି କରନ୍ତି ତେବେ ୧ରୁ ୩ ପ୍ରତିଶତ ପର୍ଯ୍ୟନ୍ତ ବାହାର କରିବାର ଚାର୍ଜ ଦେବାକୁ ପଡିପାରେ।