ଚୋରିରୁ ବଞ୍ଚାଇବ ଏହି ବ୍ୟାଗ୍, ଫ୍ରିଙ୍ଗରପ୍ରିଣ୍ଟ ଲକ୍ ସହିତ ଲାଇଟ୍ ଓ ମୋବାଇଲ ଚାର୍ଜର ରହିଛି, ଜାଣନ୍ତୁ ଏହାର ଦାମ୍

ନୂଆଦିଲ୍ଲୀ,୧୨।୪: ଯଦି ଆପଣ କେଉଁ ଆଡେ ଯାତ୍ରା କରୁଛନ୍ତି ତେବେ ଦାମୀ ଜିନିଷ ହରାଇବାର ଭୟ ରହିଥାଏ। ତେବେ ଏହି ଭୟକୁ ଶେଷ କରିବା ପାଇଁ ଓ ଲୋକଙ୍କୁ ଆରାମଦାୟକ ଯାତ୍ରା ଦେବା ପାଇଁ ଇଟାଲୀର ଏକ କମ୍ପାନୀ ଏକ ବ୍ୟାଗ୍ ଡିଜାଇନ୍ କରିଛି। ଏହି ବ୍ୟାଗ୍ କେବଳ ଫିଙ୍ଗରପ୍ରିଣ୍ଟରେ ଖୋଲିହେବ। ଏଥିରେ ଦାମୀ ଜିନିଷ ଯେପରିକି ଲାପଟପ୍, ସ୍ମାଟଫୋନ୍ ଏବଂ ଇଲୋଟ୍ରୋନିକ୍ସ ଗ୍ୟାଜେଟ୍ ସହିତ ଟଙ୍କା ମଧ୍ୟ ବିନା ଭୟରେ ନେଇପାରିବେ। ୩୦ଟି ଫିସର୍ଚ ଥିବା ଏହି ବ୍ୟାଗପ୍ୟାକ ସହିତ କମ୍ପାନୀ ଲାଇଫଟାଇମ୍ ଗ୍ୟାରେଣ୍ଟି ମଧ୍ୟ ଦେବ। ଏହି ବ୍ୟାଗ୍ର ମୂଲ୍ୟ ହେଉଛି ୧୧ ହଜାରରୁ ୧୭ ହଜାର ଟଙ୍କା ପର୍ଯ୍ୟନ୍ତ।
ଆଣ୍ଟି ଥେଫ୍ଟ ଫିଙ୍ଗର ପ୍ରିଣ୍ଟ ଲକ୍: ଏହି ବ୍ୟାଗର ସବୁଠାରୁ ଖାସ୍ ଫିଚର ହେଉଛି ଏହାର ଆଣ୍ଟି ଥେଫ୍ଟ ଫିଙ୍ଗରପ୍ରିଣ୍ଟ ଲକିଂ ସିଷ୍ଟମ, ଯାହାକି ପୂର୍ବରୁ କୌଣସି ବ୍ୟାଗରେ ଦେଖିବାକୁ ମିଳେନାହିଁ। ଏହା ସବୁବେଳେ ୟୁଜରଙ୍କ ଦାମୀ ଜିନିଷକୁ ସୁରକ୍ଷିତ ରହିଥିଲା। ଏଥିରେ ମଜବୁତ ଷ୍ଟେନଲେସ୍ ଷ୍ଟିଲ କେବଲ ରହିଛି, ଯାହାକି ବ୍ୟାକପ୍ୟାକରେ ଥିବା କମ୍ପାଟମେଣ୍ଟକୁ ସୁରକ୍ଷିତ ରହିଥାଏ। ଫଳରେ ଗହଳି ସ୍ଥାନରେ ଜିନିଷ ଚୋରି ହେବାର ଭୟ ନଥାଏ।
ବ୍ୟାଗ୍ ଭିତରେ ଓ ବାହାରେ ଲାଗିଛି ଲାଇଟ୍: ବ୍ୟାଗ୍ ଭିତରେ ଗୋଟିଏ ପଟେ ଲାଇଟ୍ ଲାଗିଛି। ଯାହାଫଳରେ ବ୍ୟାଗ୍ ଭିତରେ ଥିବା ଜିନିଷକୁ ବ୍ୟବହାରୀ ଭଲ ଭାବରେ ଦେଖିପାରିବେ। ଅନ୍ଧାର ସ୍ଥାନରେ ବ୍ୟାଗ୍ ଭିତର ଦେଖିବାକୁ ମୋବାଇଲ ଫୋନ୍ ଟର୍ଚ ବ୍ୟବହାର କରିବାକୁ ପଡିବନି। କେବଳ ସେତିକି ନୁହେଁ ରାତିରେ ସାଇକେଲିଂ କିମ୍ବା ପାଦରେ ଚାଲିଚାଲି ଯାଉଥିବା ବେଳେ ଯେପରି ଦୁର୍ଘଟଣା ନହୁଏ ସେଥିପାଇଁ ବ୍ୟାଗ ବାହାରେ ମଧ୍ୟ ଲାଇଟ୍ ଲାଗିଛି।
ଚାର୍ଜର ସୁବିଧା ସହ ସୁନ୍ଦର ଡିଜାଇନ୍: ଏହି ବ୍ୟାଗରେ ଚାର୍ଜର ରଖିବାର ସୁବିଧା ରହିଛି। ଯାହାଫଳରେ ସୁବିଧାରେ ମୋବାଇଲ ଚାର୍ଜ କରିହେବ। ଏହା ସୁନିଶ୍ଚିତ କରୁଛି ଯେ ଏହି ବ୍ୟାଗପ୍ୟାକ୍କୁ ନେଇ ଆପଣ ଆରାମରେ ଯେ କୌଣସି ସ୍ଥାନକୁ ଯାତ୍ରା କରିପାରିବେ। ଏହି ବ୍ୟାଗକୁ ଖୁବ୍ ସୁନ୍ଦର ଭାବରେ ଡିଜାଇନ କରାଯାଇଛି। ସାଧାରଣ ବ୍ୟାଗ୍ ଭଳି ଏହି ବ୍ୟାଗ କାନ୍ଧକୁ ଓଜନିଆ ଲାଗେ ନାହିଁ। ବ୍ୟାଗପ୍ୟାକର ସୋଲଡର ଷ୍ଟ୍ରିପକୁ ବ୍ୟବହାରକାରୀ ନିଜ ଇଛା ଅନୁସାରେ ଆଡଜେଷ୍ଟ କରିପାରିବେ। ଏହା ଓ୍ବାଟରପ୍ରୁଫ ହୋଇଥିବାରୁ ଯେ କୌଣସି ପାଗରେ ମଧ୍ୟ ବିନା ସଙ୍କୋଚରେ ନେଇ ପାରିବେ।