ଖେଳନା ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କ ଲୁଟ୍ ମାମଲା: ଦମ୍ପତିଙ୍କ ସମେତ ୪ ଗିରଫ

ଟାଙ୍ଗୀ ୧୭/୨: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ କୟଥପଲ୍ଲାଠାରେ ଥିବା ଫାଲକନ୍‌ ଫିଡ୍‌ସ ନିକଟରୁ ବିଭିନ୍ନ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍‌ ଘଟଣାରେ ଟାଙ୍ଗୀ ଥାନା ପୁଲିସ୍‌ ୪ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କୁଞ୍ଜୁରୀ ପଞ୍ଚାୟତର ନରମାନବୀ ଗ୍ରାମର ନିରୁପମା ରାଉତ ଓ ତାଙ୍କ ସ୍ୱାମୀ ଟୁଲୁ ଓରଫ ନଳିନୀକାନ୍ତ ରାଉତ, ଜଟଣୀ ଅଞ୍ଚଳର ଗୁଡ଼ୁ ଓରଫ ଆଦିତ୍ୟ ମଲ୍ଲିକ, ଗଞ୍ଜାମ ଜିଲ୍ଲା ହିଞ୍ଜିଳିର ପ୍ରଦୀପ କୁମାର ସାହୁ (ଯାହା ଠାରୁ ପୁଲିସ୍‌ ୨୫ ହଜାର ଟଙ୍କା ରିକଭର୍‌ କରିଛି)ଙ୍କୁ ଗିରଫ କରିଥିବା ବେଳେ ପୁରୀ ନିମାପଡ଼ା ଅଞ୍ଚଳର ଟୁଲୁ ମଲ୍ଲିକ ବର୍ତ୍ତମାନ ଫେରାର ଅଛନ୍ତି । ଗିରଫ ଅଭିଯୁକ୍ତଙ୍କଠାରୁ ନଗଦ ୪୨ହଜାର ୫୦୦ ଟଙ୍କା, ଏକ ନକଲି ବନ୍ଧୁକ ଓ ଏକ ବାଇକ୍‌ ଜବତ କରାଯାଇଥିବା ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଟାଙ୍ଗୀ ଥାନାଧିକାରୀ ଶରତ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି ।

ଥାନାଧିକାରୀଙ୍କ ସୂଚନା ଅନୁସାରେ, ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ କୟଥପଲ୍ଲାଠାରେ ଥିବା ଫାଲକନ୍‌ ଫିଡ୍‌ସ ନିକଟରୁ ବିଭିନ୍ନ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍‌ ହୋଇଥିଲା । ୨୦୧୯ ସେପ୍ଟେମ୍ବର ୨୩ରେ ବିଏଫ୍‌ଆଇଏଲ୍‌ (ଭାରତ ଫାଇନାନ୍‌ସିଆଲ ଏନ୍‌କ୍ଲୋଜନ ଲିମିଟେଡ଼୍‌)ର ତପନ ନାୟକ ନାମକ ଜଣେ କର୍ମଚାରୀ ତାଙ୍କ କଲେକ୍ସନ ଟଙ୍କା ନେଇ ଆସୁଥିବା ବେଳେ ରାଧାମୋହନପୁରଠାରେ ୨ଜଣ ଡକାୟତ ବାଇକ୍‌ରେ ଆସି ତାଙ୍କ ଠାରୁ ୯୪ ହଜାର ୧୪୪ ଟଙ୍କା, ଏହାର ଦୁଇମାସ ପରେ ଅର୍ଥାତ୍‌ ନଭେମ୍ବର ୧୦ରେ ପିପୁଲ୍‌ ଫୋରମ୍‌ ଫାଇନାନ୍ସ ନାମକ କର୍ମଚାରୀଙ୍କଠାରୁ ୬୮ହଜାର ୩୦୦ ଟଙ୍କା ଏବଂ ଚଳିତ ମାସ ୩ ତାରିଖରେ ଟାଙ୍ଗୀଠାରେ ଥିବା ଆଇଆଇଏଫ୍‌ଏଲ୍‌ କର୍ମଚାରୀଙ୍କଠାରୁ ଏକଲକ୍ଷ ତିରିଶ ହଜାର ଟଙ୍କା ସେହି ୨ଜଣ ବାଇକ୍‌ ଆରୋହୀ ବ୍ୟକ୍ତି ସମାନ ଢଙ୍ଗରେ କୟଥପଲ୍ଲା ଫାଲକନ୍‌ ଫିଡ଼୍‌ସ୍‌ଠାରୁ ଚୋରି କରି ନେଇଥିଲେ । ଟାଙ୍ଗୀଠାରେ ଥିବା ଆଇଆଇଏଫ୍‌ଏଲ୍‌ ଗୋଲ୍‌ଡ଼ ଲୋନ୍‌ ସଂସ୍ଥାରୁ ନିରୁପମା ଓ ତାଙ୍କ ସ୍ୱାମୀ ନଳିନୀକାନ୍ତ ଗତ ୩ତାରିଖରେ ଏକ ଲକ୍ଷ ୩୦ ହଜାର ଟଙ୍କା ନକଲି ବନ୍ଧୁକ ଦେଖାଇ ଲୁଟ୍‌ କରିଥିବା ପୁଲିସକୁ ସୁରାଗ ମିଳିଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦମ୍ପତି ସହ ଅନ୍ୟମାନଙ୍କ ନାମରେ ଟାଙ୍ଗୀ ଥାନାରେ ମୋକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଅପମିଶ୍ରିତ ନକଲି ଘିଅ କାରଖାନା ଉପରେ ପୁଲିସର ଚଢ଼ାଉ, ମାଲିକ ଛୁ

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଧର୍ମ ପରିବର୍ତ୍ତନ କରିବାକୁ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ନିର୍ଯାତନା – ଥାନାରେ ଏତଲା ଦେଲେ ମହିଳା

ଆଜି ବଡ଼ଓଷା: ଧବଳେଶ୍ୱର ପୀଠରେ ଲାଗି ହେବ ଧଳା ଗଜ ମଣ୍ଡା, ଅଟକାଳି ଭୋଗ

ନିର୍ଦ୍ଦୟ ପ୍ରେମିକ ! ପ୍ରେମିକାକୁ ଗର୍ଭବତୀ କରିବା ପରେ ମଧ୍ୟ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର କରୁଥିଲା ଯୌନଶୋଷଣ …

ସମ୍ପତ୍ତି ପାଇଁ ପୁଅ ସାଜିଲା ରାକ୍ଷାସ, ସ୍ତ୍ରୀ ସହ ମିଶି ବାପାକୁ ଗଛରେ ବାନ୍ଧିବା ପରେ ଗଳାକାଟି ହତ୍ୟା କଲା