PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

କଙ୍ଗନା ରାନାଓ୍ବତଙ୍କ ବିରୋଧରେ ଏଫଆଇଆର ରୁଜୁ,କପି ରାଇଟ୍ ଆକ୍ଟ ଉଲଂଘନ ଅଭିଯୋଗ

https://www.satyahindi.com/

ମୁମ୍ବାଇ,୧୩।୩: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଏବେ ପୁଣି ଅଡୁଆରେ। ଶୁକ୍ରବାର ମୁମ୍ବାଇ ପୋଲିସ ତାଙ୍କ ବିରୋଧରେ ଜାଲିଆତି ମାମଲା ରୁଜୁ କରିଛି। ଜଣେ ଅଧିକାରୀଙ୍କ କହିବା ଅନୁସାରେ, କଙ୍ଗନାଙ୍କ ସହିତ କମଲ କୁମାର ଜୈନ, ରଙ୍ଗୋଲି ଚନ୍ଦେଲ ଓ ଅକ୍ଷୟ ରାନାଓ୍ବତଙ୍କ ବିରୋଧରେ ଖାର ଥାନାରେ ମାମଲା ରୁଜୁ କରାଯାଇଛି।
ପୋଲିସର ସୂଚନା ଅନୁସାରେ, ବାନ୍ଦ୍ରା ମେଟ୍ରୋପଲିଟନ୍ ମାଜିଷ୍ଟେ୍ରଟଙ୍କ ନିର୍ଦେଶରେ ଆଇପିସିର ଧାରା ୪୦୫(ଅପରାଧିକ ବିଶ୍ବାସଘାତ),୪୧୫(ଜାଲିଆତି),୧୨୦ ବି(ଅପରାଧିକ ଷଡଯନ୍ତ୍ର) ଓ କପିରାଇଟ୍ ଆକ୍ଟ ଅନୁସାରେ ଏଫଆଇଆର ରୁଜୁ କରାଯାଇଛି। ଏହି ମାମଲାରେ ଆଗକୁ ତଦନ୍ତ କରାଯାଉଛି।

ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ମୁମ୍ବାଇର ଏକ କୋର୍ଟଙ୍କ ନିର୍ଦେଶ ପରେ ଗ୍ରହଣ କରିଛି। ଏହା ପୂର୍ବରୁ କଙ୍ଗନାଙ୍କ ବିରୋଧରେ ‘ଦିଦା: ଦ ଓ୍ବାରିୟର କ୍ବିନ୍ ଅଫ୍ କଶ୍ମୀର’ର ଲେଖକ ଆଶିଷ କୌଲ କପିରାଇଟ ଆକ୍ଟ ଉଲଂଘନ କରିବାର ଅଭିଯୋଗ କରିଥିଲେ। ଏହି ବହିକୁ ହିନ୍ଦିରେ ଅନୁବାଦ କରି ‘ଦିଦା କଶ୍ମୀର କି ଯୋଦ୍ଧା ରାନୀ’ ନାମରେ ଅଣାଯାଇଥିଲା। ତାଙ୍କ ପାଖରେ କଶ୍ମୀର ରାନି ଓ ଲୋହର (ପୁଞ୍ଚ)ର ରାନି ଦିଦାର କାହାଣୀର କପିରାଇଟ୍ ରହିଛି। କଙ୍ଗନା ଧୋକାରେ ବହିକୁ ପଢି ନେଇଥିଲେ ଓ ପରେ ତାଙ୍କ ବହିର କାହାଣୀ ଉପରେ ଫିଲ୍ମ ତିଆରି କରିବାର ଘୋଷଣା କରିଥିଲେ।  କଙ୍ଗନାଙ୍କ ସହ ଏ ବିଷୟରେ କଥା ହେବାକୁ ଚେଷ୍ଟା କରିଥିଲି, କିନ୍ତୁ ସେ କଥା ହେବାକୁ ମନା କରିଦେଇଥିଲେ। ଶେଷରେ ଆଶିଷ ବାନ୍ଦ୍ରା କୋର୍ଟରେ କଙ୍ଗନାଙ୍କ ବିରୋଧରେ ଜାଲିଆତି ମାମଲା ରୁଜୁ କରିଛନ୍ତି, ଯେଉଁଥିରେ କୋର୍ଟ ଶୁକ୍ରବାର ଦିନ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବାର ନିର୍ଦେଶ ଦେଇଥିଲେ। ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ଉତ୍ତେଜନାକାରୀ ଟୁଇଟ୍ ପାଇଁ ମୁମ୍ବାଇରେ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲ।