ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ବିରୋଧରେ ଏଫ୍‌ଆଇଆର୍‌

ଗ୍ରେଟର ନୋଏଡ଼ା  – ଉତ୍ତର ପ୍ରଦେଶ ପୁଲିସ୍‌ ଗୁରୁବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ବିରୋଧରେ ଗ୍ରେଟର ନୋଏଡ଼ା ପୁଲିସ୍‌ ଷ୍ଟେସନରେ ମାମଲା ରୁଜୁ କରିଛି। ତାଙ୍କ ସହ ଅନ୍ୟ ୨୦୩ ଜଣଙ୍କ ବିରୋଧରେ ମଧ୍ୟ ଆଇପିସି ଧାରା ୧୮୮, ୨୬୯ ଓ ୨୬୦ରେ ମାମଲା ରୁଜୁ ହୋଇଛି ।

ସୂଚନା ଯେ, ସେମାନେ ସମସ୍ତେ  ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ  ହାଥରସ୍‌ ଯାଉଥିବା ବେଳେ ନିଷେଧାଦେଶକୁ ଉଲଙ୍ଘନ କରିଥିଲେ । ଏହି ଏଫ୍‌ଆଇଆର୍‌ରେ ୧୫୩ଜଣ ଅଭିଯୁକ୍ତଙ୍କ ନାଁ ରହିଥିବା ବେଳେ , ୫୦ ଜଣ ଅଜଣା ବ୍ୟକ୍ତି ଅଟନ୍ତି ।

ପୁଲିସ୍‌ର ଏକ ବୟାନ ଆଧାରରେ କୁହାଯାଇଛି କି ,  ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ସହ ପାଖାପାଖି ୨୦୦ରୁ ଅଧିକ  କଂଗ୍ରେସ କର୍ମୀ ଦିଲ୍ଲୀରୁ ହାଥରସ୍‌ ଅଭିମୁଖେ ଯାଉଥିଲେ । ତାଙ୍କୁ ବାରମ୍ୱାର ଯାତ୍ରା ବନ୍ଦ କରିବାକୁ କୁହାଯାଇଥିବା , କିନ୍ତୁ ସେମାନେ ମାନିନଥିଲେ । ସେମାନେ ନିଷେଧାଦେଶ ଅର୍ଡର , ଏପିଡେମିକ୍ ଆକ୍ଟ ଓ ସଂକ୍ରାମକ ରୋଗ କାରଣରୁ ସାଧାରଣ ଲୋକଙ୍କ ଜୀବନ ଅସୁବିଧାରେ ପଡ଼ିବାକୁ ଉଲଙ୍ଘନ କରିଥିଲେ ।

ଏହାସହ ମଧ୍ୟ ପଢ଼ନ୍ତୁ ପୋଲିସ ଧକ୍କା ଦେଇ ତଳେ ପକାଇବା ପରେ ଲାଠିରେ ମାଡ ମାରିଥିଲା: ରାହୁଲ

ହାଥରସ୍ ମାମଲା: ପୋଷ୍ଟମର୍ଟମ ରିପୋର୍ଟରେ ପୀଡିତାଙ୍କ ମୃତ୍ୟୁକୁ ନେଇ ଆଶ୍ଚର୍ଯ୍ୟକର ଖୁଲାସା, ବାରମ୍ବାର ଗଳା ଚାପିଥିବାରୁ ଭାଙ୍ଗିଯାଇଥିଲା ସର୍ଭାଇକଲ୍ ସ୍ପାଇନ୍

   ସମ୍ବନ୍ଧିତ ଖବର


କରୋନା ଦ୍ୱାରା ବେଶୀ ବିପଦ ନୁହେଁ ଟିବି ! ଟ୍ୟୁବରକୁଲୋସିସ୍ ୱାର୍ଡରେ କୋଭିଡର ବହୁତ କମ୍ ରୋଗୀ

ଆସାମର ଡାକ୍ତରଙ୍କ ପିପିଇ କିଟ୍‌ ପିନ୍ଧି ନୃତ୍ୟ – ସୋସିଆଲ ମିଡ଼ିଆରେ ମିଳିଲା ଖୁବ୍‌ ପ୍ରଶଂସା

ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ରୁଟି ଅମ୍ମାଙ୍କ ଭିଡିଓ ଭାଇରାଲ: ୨୦ ଟଙ୍କାରେ ଲୋକଙ୍କୁ ଖୁଆନ୍ତି, ସରୁନି ଦୁଃଖ…