PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ନାଁରେ ଏତଲା, ବନ୍ଦ ପାଳନ ବେଳେ କହିଥିଲେ- ପେଟ୍ରୋଲ ଓ ଡିଜେଲ ପାଖରେ ରଖ, ନିର୍ଦେଶ ମିଳିବା ମାତ୍ରେ…

ନବରଙ୍ଗପୁର ୨୭।୧୨: କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ନାଁରେ ହିଂସା ଉସୁକାଇବା ନେଇ ଏତଲା ଦାୟର। ନିଜ ଆଡୁ ନବରଙ୍ଗପୁର ପୋଲିସ ଏତଲା ଦାୟର କରିଛି। ପ୍ରଦୀପ ମାଝିଙ୍କ ସମେତ ୧୫ ଜଣଙ୍କ ନାଁରେ ଏତଲା ଦାୟର ହୋଇଛି।ସେ ନିଜ ଦଳର କର୍ମୀଙ୍କୁ ନିର୍ଦେଶ ଦେଇ କହିଥିଲେ, ପେଟ୍ରୋଲ-ଡିଜେଲ ପାଖରେ ରଖ, ନିର୍ଦେଶ ମିଳିବା ମାତ୍ରେ ସବୁକିଛି ଜାଳିଦେବ।’

ସୂଚନାଯୋଗ୍ୟ ଯେ, ଗତ ୧୪ ତାରିଖ ଦିନ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍ ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ବହୁଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ଗତକାଲି ନବରଙ୍ଗପୁର ଜିଲ୍ଲାରେ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା । ସଂପୃକ୍ତ ଦୋଷୀଙ୍କୁ ଶୀଘ୍ର ଗିରଫ ଦାବି ସହ ଘଟଣାରେ ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ପୂର୍ବତନ ସାଂସଦ ତଥା ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ବରେ ଜିଲ୍ଲା କଂଗ୍ରେସ ତରଫରୁ ବନ୍ଦ ପାଳନ କରାଯାଇଥିଲା ।

ବନ୍ଦ ପାଳନ ସମୟରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ଏହି ସମୟରେ କଂଗ୍ରେସ ନେତାଙ୍କ ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଯେଉଁଥିରେ ସେ ଦଳର କର୍ମୀଙ୍କୁ ନିର୍ଦେଶ ଦେଉଛନ୍ତି, ଡିଜେଲ ପେଟ୍ରୋଲ ରଖିଥାଅ ନିର୍ଦ୍ଦେଶ ଯିବା ମାତ୍ରେ ନିଆଁ ଲଗାଇଦେବ । ଯାହା ହେବ ଦେଖାଯିବ । ଫୋନ୍ ରେ ଏଭଳି କହି କର୍ମୀଙ୍କୁ ପ୍ରଦୀପ ମାଝି ଉସୁକାଉଥିବା ଅଭିଯୋଗ ହୋଇଥିଲା । ଯାହାର ଭିଡିଓ ଭାଇରାଲ୍ ହୋଇଥିଲା। ଏହି ହିଂସାକାଣ୍ଡ ପାଇଁ କଂଗ୍ରେସ ନେତା ପ୍ରଦୀପ ମାଝି ଦାୟୀ ବୋଲି ଅଭିଯୋଗ ହୋଇଥିଲା । ଏବେ ତାଙ୍କ ସହିତ ଅନ୍ୟ ୧୫ ଜଣଙ୍କ ବିରୋଧରେ ଏତାଲା ଦାୟର କରାଯାଇଛି।

ଏହି ଘଟଣା ପରେ ପ୍ରଦୀପ ମାଝିଙ୍କୁ ସମାଲୋଚନା କରିଛି ବିଜେପି । କଂଗ୍ରେସ ନେତାଙ୍କ ଆଭିମୁଖ୍ୟ କଣ ତାହା ଧରା ପଡିଯାଇଛି ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି । CAA ପାଇଁ ଦେଶରେ ଯେଉଁ ନିଆଁ ଜଳୁଛି ତା ପଛରେ କଂଗ୍ରେସ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି। କାଲି ନବରଙ୍ଗପୁର ବନ୍ଦ ବେଳେ ଡିଜେଲ୍, ପେଟ୍ରୋଲ ଧରି ରେଡି ରହିବାକୁ କହିଥିଲେ ପ୍ରଦୀପ ମାଝି। ନିର୍ଦ୍ଦେଶ ଗଲେ ଜାଳି ଦେବ ବୋଲି କର୍ମୀଙ୍କୁ ଉସକାଇଥିଲେ। ଏଥରୁ ଜଣାପଡୁଛି ସେ ହିଂସାକାଣ୍ଡ ସୃଷ୍ଟି କରିଛନ୍ତି।

ଅନ୍ୟପକ୍ଷେ କଂଗ୍ରେସ କହିଛି ପ୍ରଶାସନ ଯେଭଳି ସ୍ଥାଣୁ ପାଲଟିଛି ସେଥିପାଇଁ ସମସ୍ତଙ୍କ ମନରେ କ୍ଷୋଭ ପ୍ରକାଶ ପାଉଛି । ଜଣେ ଦୁଷ୍କର୍ମ ପୀଡିତାଙ୍କୁ ହତ୍ୟା କରିବା ଘଟଣାର ତଦନ୍ତ କରୁନାହିଁ ପୋଲିସ। ଆମକୁ ବିଜେପି ଉପଦେଶ ଦେବା ଦରକାର ନାହିଁ । ସାରା ଦେଶରେ କଣ ଚାଲିଛି ତାହା ସମସ୍ତେ ଦେଖୁଛନ୍ତି ବୋଲି କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ।