ଶିଶୁମନ୍ଦିର କାର୍ଯ୍ୟାଳୟରେ ନିଆଁ ଲଗାଇଲେ ଦୁର୍ବୃତ୍ତ, ପୁଲିସ୍‌ର ଅନୁସନ୍ଧାନ

ବନ୍ତଳା,୩୦/୯: ଗତରାତିରେ ଅନୁଗୁଳ ବ୍ଲକ୍‌ ତଥା ବନ୍ତଳା ଥାନା ପୋକତୁଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କାର୍ଯ୍ୟାଳୟରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି । ବିଦ୍ୟାଳୟର ସିସିଟିଭି ଭାଙ୍ଗି ଦିଆଯାଇଥିବା ବେଳେ ଆସବାବପତ୍ର, ଟିଭି, ଆଜବେଷ୍ଟସ, କଂପ୍ୟୁଟର୍‌ ଆଦି ଭଙ୍ଗାରୁଜା କରିବା ସହ ଅଫିସ ଘରେ ନିଆଁ ଲଗାଇ ଦେଇଛନ୍ତି । ଫଳରେ କାଗଜପତ୍ର ପୋଡି ଯାଇଛି । ଆଜି ସକାଳେ ଖବର ପାଇ ଅନୁଗୁଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲା । ଅଭିଯୋଗ ହେବା ପରେ ବନ୍ତଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲା ।


ସୂଚନାଯୋଗ୍ୟ,ସରକାରୀ ଜମି ଉପରେ ଏହି ଘରୋଇ ଶିକ୍ଷାନୁଷ୍ଠାନ ଗଢ଼ି ଉଠିଥିବାରୁ ଏହାକୁ କେନ୍ଦ୍ର କରି ବିବାଦ ଲାଗି ରହିଛି । ସରକାରୀ ଜାଗାରୁ ସ୍କୁଲ ଉଚ୍ଛେଦ କରିବାକୁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ଓ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି । ତେବେ ସ୍କୁଲ କର୍ତ୍ତୃପକ୍ଷ ଓ ଗ୍ରାମବାସୀଙ୍କ ମଧ୍ୟରେ ଆପୋଷ ଆଲୋଚନା ହୋଇ ୬ ମାସ ମଧ୍ୟରେ ସ୍କୁଲ ସ୍ଥାନାନ୍ତର ପାଇଁ ସହମତି ପ୍ରକାଶ ପାଇଥିଲା । ଏ ନେଇ ଚୁକ୍ତି ସାକ୍ଷରିତ ହୋଇଥିଲା । ତେବେ କରୋନା ଯାଗୁଁ ନୂତନ ଜାଗା ନିର୍ଦ୍ଧାରଣ କରି ସ୍ଥାନାନ୍ତର କରିବା ସମ୍ଭବ ହୋଇପାରିନଥିବା ବିଦ୍ୟାମନ୍ଦିରର ପରିଚାଳକ ତପନ କୁମାର ଦେହୁରୀ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ କେଉଁ ପରିସ୍ଥିତିରେ ଏବଂ କିଏ ବିଦ୍ୟାଳୟ ଅଫିସ୍‌ରେ ଏଭଳି କାଣ୍ଡ ଘଟାଇଲା ପୁଲିସ ଅନୁସନ୍ଧାନ ଚଳାଇଛି ।

   ସମ୍ବନ୍ଧିତ ଖବର


ନୂଆଖାଇ ଭେଟଘାଟ ବେଳେ ହତ୍ୟାକାଣ୍ଡ: ଯୁବକଙ୍କୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ, ୨ଗିରଫ

ସବ୍-ଇନ୍ସପେକ୍ଟରଙ୍କ କଳାକାରନାମା: ଝିଅଙ୍କୁ ଅଶ୍ଲୀଳ କମେଣ୍ଟ ସହ କରୁଥିଲେ ଅସଦାଚରଣ, ଶେଷରେ ଗିରଫ ହେଲେ ଏପରି

ମହିଳାଙ୍କୁ ଦେଖି ପ୍ୟାଣ୍ଟ ଖୋଲି – ଖରାପ କାମ କରିଥିବା ପୁଲିସ ଅଧିକାରୀ ଦିଲ୍ଲୀରୁ ଗିରଫ

ବ୍ଲାକରୋଜ ଜାହାଜରେ ପିଟିହୋଇ ବୁଡିଗଲା ମାଛଧରା ଟ୍ରଲର: ୫ ଜଣ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ

‘ଦାଦାବଟିକୁ ନା’ ଅଭିଯାନ: ଦାଦାବଟି ମାଗି ବନ୍ଧା ହେଲେ ୬ ସାମ୍ବାଦିକ, ୩୧ ହଜାର ଟଙ୍କା ଜବତ

ସ୍ଵାଭିମାନ ଅଞ୍ଚଳରେ କମ୍ବିଂ ଅପରେଶନ ବେଳେ ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଉଦ୍ଧାର