PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

କେନ୍ଦୁପତ୍ର ଫଡିରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ପାଟଣାଗଡ – ପାଟଣାଗଡ ବ୍ଲକ ଅନ୍ତର୍ଗତ ଖୁରୀପାଣି ଗ୍ରାମ ରେ ଥିବା କେନ୍ଦୁ ପତ୍ର ଫଡିରେ ରବିବାରରେ କେହି ଜଣେ ଦୁର୍ବୃତ୍ତ ନିଆଁ ଲଗେଇ ଦେଇଥିବା ନେଇ ଲାରମ୍ଭା ଥାନାରେ ଅଭିଯୋଗ ହୋଇଛି ।ସୂଚନା ଅନୁଯାୟୀ ରବିବାର ଦ୍ବିପହର ସମୟରେ ଫଡି ର କର୍ମଚାରୀ ଖାଇବାକୁ ଯାଇଥିବା ସମୟରେ ହାଠତ୍‌ ନିଆଁ ହୁ ହୁ ହୋଇ ଜଳି ଉଠିଥିଲା ।

ଫଡି ରେ କେହି ନଥିବା ବେଳେ ନିଆଁ ଲାଗିଥିବା ନେଇ ସୂଚନା ମିଳିଥିଲା । ଫଡିର କର୍ମଚରୀମାନେ ଫରେଷ୍ଟର ଏବଂ ପାଟଣାଗଡ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ହେଲେ ଅଗ୍ନିଶମ ପହଂଚି ନିଆଁ ଲିଭାଇବା ବେଳକୁ ପତ୍ର ଫଡି ସମ୍ପୂର୍ଣ ଭାବେ ପୋଡି ଯାଇଥିଲା । ଫଡି ରେ ଏକ ଲକ୍ଷ ବୟନାବେ ହଜାର ତିରିଶଟି କେରି ପୋଡି ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ଏହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ହେବ । ଏନେଇ ଲାରମ୍ଭା ଥାନାରେ ଫରେଷ୍ଟର ପ୍ରଦୀପ ଭୋଇ ଏକ ଲିଖିତ ଅଭିଯୋଗ କରିଛନ୍ତି ।