ହୋଟେଲରେ ଅଗ୍ନିକାଣ୍ଡ ଯୋଗୁଁ ୭ କରୋନା ରୋଗୀଙ୍କ ମୃତ୍ୟୁ, ୧୦ ଗୁରୁତର

ବିଜୟୱାଡା ୯/୮: ଆନ୍ଧ୍ରପ୍ରଦେଶର ଏକ ହୋଟେଲରେ ଅଗ୍ନିକାଣ୍ଡ ଯୋଗୁଁ ୭ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ୧୦ ଜଣ ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି । ହୋଟେଲକୁ କୋଭିଡ୍ ସେଣ୍ଟର କରାଯାଇଥିଲା । ଏଥିରେ ୩୦ କରୋନା ରୋଗୀ ଚିକିତ୍ସିତ ଥିଲେ  । ତେବେ ଅଗ୍ନିକାଣ୍ଡ ପରେ ଦମକଳ ଗାଡି ନିଆଁକୁ ଆୟତ୍ତ କରିବାରେ ଚେଷ୍ଟା ଜାରି ରଖିଛି । ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । କିଛି ରୋଗୀଙ୍କୁ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । କହିରଖୁଛୁ ୬ ଅଗଷ୍ଟରେ ଅହମଦାବାଦର ଶ୍ରେୟ ହସ୍ପିଟାଲରେ ଅଗ୍ନିକାଣ୍ଡ ଯୋଗୁଁ ୮ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିଲା ।