ଫ୍ରାନ୍ସର ୮୦୦ ବର୍ଷ ପୁରୁଣା ଚର୍ଚ୍ଚ ‘ନୋଟ୍ରେ-ଡାମ କ୍ୟାଥେଡ୍ରାଲ’ରେ ଭୟଙ୍କର ଅଗ୍ନିକାଣ୍ଡ

ପ୍ୟାରିସ,୧୬।୪: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଥିବା ୮୦୦ ବର୍ଷ ପୁରୁଣା ପ୍ରସିଦ୍ଧ ଚର୍ଚ୍ଚ ନୋଟ୍ରେ-ଡାମ କ୍ୟାଥେଡ୍ରାଲରେ ଗତ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ପରେ ପ୍ରସିଦ୍ଧ କ୍ୟାଥଲିକ ଚର୍ଚ୍ଚର ଛାତ ନିଆଁରେ ପୋଡି ଯାଇ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି।  ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ । ମାତ୍ର ଚର୍ଚ୍ଚର ମରାମତି କାମ ଚାଲିଥିବା ବେଳେ କୌଣସି କାରଣରୁ ନିଆଁ ଲାଗିଥାଏ ପାରେ ବୋଲି ଅନୁମାନ କରାଯାଉଛି । ପ୍ୟାରିସର ଏହି ଚର୍ଚ୍ଚ ୮୫୦ ବର୍ଷର ପୁରୁଣା । ଦେଶ ବିଦେଶରୁ ଏଠାକୁ ବହୁ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି । ଅଗ୍ନିକାଣ୍ଡ ସଂପର୍କରେ ସୂଚନା ମିଳିବା ପରେ ଦମକଳ ବାହିନୀ ଘଟଣାସ୍ଥଳକୁ ପହଁଞ୍ଚି ଏହାକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲା। ଏହି ଚର୍ଚ୍ଚ କେବଳ ଫ୍ରାନ୍ସ ନୁହେଁ ସାରା ବିଶ୍ବର ଅନ୍ୟତମ ପ୍ରସିଦ୍ଧ ସ୍ଥଳ।

source: https://tribune.com.pk

ଏବେ ଏହି ଚର୍ଚ୍ଚକୁ ପୂର୍ବଭଳି ତିଆରି କରିବାକୁ ଚେଷ୍ଟା କରାଯିବ ବୋଲି କୁହାଯାଉଚି। ଏହା ମଧ୍ୟରେ ଚର୍ଚ୍ଚକୁ ପୁନଃନିର୍ମାଣ କରିବା ପାଇଁ ଫ୍ରାନ୍ସର ଫ୍ରେଙ୍କୋଇସ୍-ହେନେରି ପିନଲ୍ଟ ୧୦ କୋଟି ୟୁରୋ ଦେବାର ପ୍ରତିଶୃତି ଦେଇଛନ୍ତି। ୧୨ଶହ ଶତାବ୍ଦୀରେ ନିର୍ମିତ ଏହି କ୍ୟାଥେଡ୍ରଲକୁ ଦେଖିବାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି। ଏହା ୟୁରୋପୀୟ ସଂସ୍କୃତିର ପ୍ରତୀକ ବୋଲି କୁହାଯାଏ। ତେବେ ଏହାର କାନ୍ଥରେ ଫାଟ ସୃଷ୍ଟି ହୋଉଥିବାରୁ ଏହାର ନିର୍ମାଣ କାର୍ଯ୍ୟ ଏବେ ଚାଲିଥିଲା। ଫ୍ରାନ୍ସର ଆଇଫିଲ୍ ଟାଓ୍ବାରକୁ ଟକ୍କର ଦେଉଥିବା ଏହି ଚର୍ଚ୍ଚ ଦ୍ବିତୀୟ ବିଶ୍ବଯୁଦ୍ଧର ମୁକସାକ୍ଷୀ ବୋଲି କୁହାଯାଏ। ଫ୍ରାନ୍ସ କ୍ରାନ୍ତି ବେଳେ ଏହି ଚର୍ଚ୍ଚର ଖୁବ୍ କ୍ଷୟକ୍ଷତି ହୋଇଥିଲା। ୫୨ ହଜାର ବର୍ଗ ଫୁଟରେ ତିଆରି ହୋଇଥିବା ଏହି ଚର୍ଚ୍ଚର ଟାଓ୍ବାର ୨୦୦ ଫୁଟ୍ ଉଚ୍ଚତା ବିଶିଷ୍ଟ ହୋଇଥିବା ବେଳେ ଏହା ୪୦୦ ଫୁଟରୁ ଅଧିକ ଲମ୍ବା। ଫ୍ରାନ୍ସ କ୍ରାନ୍ତି ସମୟରେ ଏହି ଚର୍ଚ୍ଚରେ ଲୁଟପାଟ୍ ହୋଇଥିଲା।  

   ସମ୍ବନ୍ଧିତ ଖବର


ଯୁବ ୟୁଟ୍ୟୁବର ଧକ୍କା କରିଦେଲେ ପିତାଙ୍କର ୨୫କୋଟିର କାର୍ – ଆଘାତ ପାଇ ଏମିତି ବାର୍ତ୍ତା ଦେଲେ

ମାର୍ଶଲ ଆର୍ଟ ବୟଙ୍କ କମାଲ୍: ୧ ମିନିଟ୍‌ରେ ମୁଣ୍ଡରେ ଖୋଲିଲେ ୬୮ଟି ବୋତଲର ଠିପି, କଲେ ୱାର୍ଲଡ ରେକର୍ଡ

ସ୍ଥଳ ସେନାର ବ୍ରହ୍ମୋସ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ

‘ଆରେ ତୁମେ କ’ଣ କରୁଛ..ପୁରା କେଶ କାଟିଦେବ କି..ଆରେ ୟାର…’ ଇଣ୍ଟରନେଟ୍‌ରେ ଧମାଲ କରୁଛି ଏହି କୁନିର ଝିଅର ହେୟାର କଟିଂ ଭିଡ଼ିଓ

କୁକୁରର ହେବ ଡିଏନ୍‌ଏ ଟେଷ୍ଟ: ଶାଦାବ୍‌ଙ୍କ ‘କୋକୋ’ ନା କାର୍ତ୍ତିକଙ୍କ ‘ଟାଇଗର’…

ଆଶ୍ଚର୍ଯ୍ୟ ଲାଗିଲେ ବି ସତ: ଅନ୍ତିମ ସଂସ୍କାରର ସପ୍ତାହେ ପରେ ଘରକୁ ଫେରିଲେ ‘ଶିବ’