ପ୍ରମୁଖ ଖବର
  • ନୀଳଗିରି: ଭୋଟ ଦେବା ବେଳେ ବୁଥ୍‌ରେ ଟଳିପଡିଲେ ବୃଦ୍ଧ, ମୃତକ ଇଶ୍ୱରପୁର ଅଞ୍ଚଳରେ ସୁରେନ୍ଦ୍ର ମହାନ୍ତି
  • ||
  • ଓଡ଼ିଶା ଦେଉଛି ଭୋଟ: ସକାଳ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ମତଦାନ, ଜଗତସିଂହପୁରରେ ସର୍ବାଧିକ ମତଦାନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଆଜି ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍‌
  • ||
  • ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ, ଧୂଆଁମୟ ହୋଇଗଲା ଆକାଶ
  • ||
  • ଓଡିଶା ଦେଉଛି ଶେଷ ପର୍ଯ୍ୟାୟ ଭୋଟ: ୬ ଲୋକସଭା,୪୨ ବିଧାନସଭା ସିଟ୍‌ରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||
  • କେନ୍ଦୁଝର: ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଙ୍କ ଦେହାନ୍ତ, କାଠ କଣ୍ଢେଇ ନୃତ୍ୟ ପାଇଁ ପାଇଥିଲେ ସମ୍ମାନ
  • ||
  • ଦେଶରେ ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||

ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ନିଆଁ, ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା...

ନୂଆଦିଲ୍ଲୀ: ଦିଲ୍ଲୀର ପଣ୍ଡିତ ପନ୍ତ ମାର୍ଗରେ ଅବସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଆଜି (ଗୁରୁବାର) ହଠାତ୍ ନିଆଁ ଦେଖାଦେଇଥିଲା । ଏହି ସମୟରେ କାର୍ଯ୍ୟାଳୟ ଭିତରେ ବିଶୃଙ୍ଖଳା ଖେଳିଯାଇଥିଲା । ବିଶୃଙ୍ଖଳା ମଧ୍ୟରେ ଏହି ସୂଚନା ଅଗ୍ନିଶମ ବାହିନୀକୁ ଦିଆଯାଇଥିଲା। ଅଗ୍ନିଶମ ବାହିନୀ ଗାଡି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା ଆରମ୍ଭ କରିଥିଲା । ୧୫ ମିନିଟ ମଧ୍ୟରେ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଥିଲା । ଏଥିରେ କୌଣସି ପ୍ରକାରର କ୍ଷୟକ୍ଷତିର ସୂଚନା ନାହିଁ । 

ଅନ୍ୟପକ୍ଷରେ, ଦିଲ୍ଲୀ ବିଜେପି ମିଡିଆ ସେଲ ପକ୍ଷରୁ କୁହାଯାଇଛି ଯେ, ବିଦ୍ୟୁତ ମିଟର ବାକ୍ସରେ ସର୍ଟ ସର୍କିଟ ଯୋଗୁଁ ଆଜି ଅପରାହ୍ନ ପ୍ରାୟ ୪.୧୫ ସମୟରେ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଏନଡିଏମସି ବୈଦ୍ୟୁତିକ କର୍ମଚାରୀ ଏବଂ ଅଗ୍ନିଶମ ବାହିନୀ ଦଳ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଅପରାହ୍ନ ସାଢେ ୪ଟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିଲା । କେବଳ କାର୍ଯ୍ୟାଳୟ ପରିସରରେ ବିଦ୍ୟୁତ୍ ବିଛିନ୍ନ କରାଯାଇଛି ।  ଏହାର ପୁନରୁଦ୍ଧାର ପାଇଁ କିଛି ଘଣ୍ଟା ଲାଗିପାରେ । ଏହି ଅଗ୍ନିକାଣ୍ଡରେ କୌଣସି ସମ୍ପତ୍ତିର କିମ୍ବା ଜୀବନ କ୍ଷୟକ୍ଷତି ହୋଇନାହିଁ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.