ତେଲେଙ୍ଗାନା ଏକ୍ସପ୍ରେସରେ ଅଗ୍ନିକାଣ୍ଡ,ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର

ନୂଆଦିଲ୍ଲୀ,୨୯।୮: ତେଲେଙ୍ଗାନାରୁ ଦିଲ୍ଲୀ ଅଭିମୁଖେ ଯାତ୍ର କରୁଥିବା ତେଲେଙ୍ଗାନା ଏକ୍ସପ୍ରେସରେ ଆଜି ଅଗ୍ନିକାଣ୍ଡ ଘଟିଛି। ଟ୍ରେନର ୯ମ କୋଚରେ ଥିବା ଚକରେ ପ୍ରଥମେ ନିଆଁ ଲାଗିବା ପରେ ଧୂଆଁ ଦେଖିବାକୁ ମିଳିଥିଲା। ଏହାଦେଖି ରେଳ ବିଭାଗ ଟ୍ରେନକୁ ତୁରନ୍ତ ରୋକି ଦେଇଥିଲା। ଅଗ୍ନିକାଣ୍ଡ ସୂଚନା ପାଇବା​‌ ପରେ ଏଥିରେ ଥିବା ଯାତ୍ରୀମାନେ ଆତଙ୍କିତ ହୋଇପଡିଥିଲେ। ତୁରନ୍ତ ଯାତ୍ରୀମାନଙ୍କୁ ବଗିରୁ ଖାଲି କରାଯାଇଥିଲା। ତେବେ ଏଥିରେ କେହି ମୃତାହତ ହୋଇଥିବା ସମ୍ପର୍କରେ ସୂଚନା ମିଳିନାହିଁ।

ଉଲ୍ଲେଖନୀୟ ଯେ,ଫରିଦାବାର ବଲ୍ଲଭଗଡ଼ସ୍ଥିତ ପ୍ୟାଲା ଷ୍ଟେଶନ ନିକଟରେ ଗୁରୁବାର ସକାଳ ୭ଟା ୪୦ରେ ତେଲେଙ୍ଗାନା ଏକ୍ସପ୍ରେସରେ ନିଆଁ ଲାଗିଥିଲା। ନିଆଁ ଲାଗିବାର ଖବର ପାଇବାର   କିଛି ସମୟ ପରେ ଦମକଳ ବାହିନୀର  ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମିଳିଥିବା ଖବର ଅନୁସାରେ, ବ୍ରେକ୍‌ ବାଇଣ୍ଡିଂରେ ନିଆଁ ଲାଗିଯିବାରୁ ତାହା ଟ୍ରେନର ୨ଟି କୋଚ୍‌କୁ ବ୍ୟାପିଯାଇଥିଲା।    

   ସମ୍ବନ୍ଧିତ ଖବର


ଚୀନ୍‌ରେ ପ୍ରଜନନ କ୍ଷମତା ହରାଇବେ ପୁରୁଷ – ବ୍ୟାପୁଛି ଆଉ ଏକ ମାରାତ୍ମକ ରୋଗ

ଆଉ ୪ଟି ଉପଗ୍ରହ ପଠାଇବ ଭାରତ

ଭାରତର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏନଆଇସି ଏବେ ସାଇବର ଆକ୍ରମଣର ଶିକାର

୫ ରାଜ୍ୟରୁ ୬୦% ସକ୍ରିୟ ରୋଗୀ କରୋନା କାୟା

ରୁଷ ଟିକାକୁ ନେଇ ଅନିଶ୍ଚିତତା- ପ୍ରତି ୭ଜଣରୁ ଜଣଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା

ପ୍ରଶାସନର ବଡ ନିଷ୍ପତ୍ତି : ଏଣିକି ବିନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ କରିବାକୁ ପଡ଼ିବ କରୋନା ପରୀକ୍ଷା