କର୍ଣ୍ଣାଟକରେ ଅଘଟଣ: ନିଆଁ ଲାଗି ଲେପ୍ଟେନାଣ୍ଟ କମାଣ୍ଡର ସହିଦ୍

ବେଙ୍ଗାଲୁର ୨୬।୪: ଆଜି କର୍ଣ୍ଣାଟକର ତରଓ୍ଵାର ଉପକୂଳରେ ଭାରତୀୟ ନୌସେନାର ଯୁଦ୍ଧ ପୋତ  ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ଏକ ଅଘଟଣ ଘଟିଛି। ଏହି ଦୁର୍ଘଟଣାରେ ଭାରତୀୟ ନୌସେନାର ଲେପ୍ଟେନାଣ୍ଟ୍‌ କମାଣ୍ଡର୍‌ ଡି ଏସ୍‌ ଚୌହ୍ଵାନ ସହିଦ ହୋଇଥିବା ସୂଚନା ମିଳିଛି।

ମିଳିଥିବା ରିପୋର୍ଟ ଅନୁସାରେ, ବିମାନବାହୀ ଯୁଦ୍ଧ ପୋତ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ଉପରେ ଏକ ଲଢୁଆ ବିମାନ ଅବତରଣ କରିବା କାଳରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଫଳରେ ଅବତରଣ କରିଥିବା ବିମାନ ଓ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ନିଆଁ ଲାଗି ଯାଇଥିଲା। ଏହି ନିଆଁକୁ ଲିଭାଇବାକୁ ଗଲାବେଳେ ଳେଫ୍ଟେନାଣ୍ଟ୍‌ କମାଣ୍ଡର୍‌ ଗୁରୁତର ଭାବରେ ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ତରଓ୍ଵାରର ନୌସେନା ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସିତ ହେଉଥିବା କାଳରେ ସେ ସହିଦ ହୋଇ ଯାଇଥିଲେ।

ଏହି ଦୁର୍ଘଟଣା ସଂପର୍କରେ ତଦନ୍ତ କରିବା ପାଇଁ ଭାରତୀୟ ନୌସେନା ପକ୍ଷରୁ ଏକ ଉଚ୍ଚ ସ୍ତରୀୟ କମିଠି ଗଠିତ ହୋଇଛି ।

   ସମ୍ବନ୍ଧିତ ଖବର


ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ରାଗ- ଆମଦୀନୀ ହେଉଥିବା ମଦ ଉପରେ ବସାଇଲା ଦୁଇ ଶହ ପ୍ରତିଶତ ଟ୍ୟାକ୍ସ

ନିଖୋଜ ନେଭି କମାଣ୍ଡରଙ୍କର ଚିଠି ଭାଇରାଲ : କାହିଁକି ସେ ଲେଖିଲେ – ମୁଁ ବୋମା ପକାଇବାକୁ ଚାହୁଁଛି