PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

କାଣ୍ଡଲା ବନ୍ଦରରେ କେମିକାଲ ଭର୍ତ୍ତି ଷ୍ଟୋରେଜ୍ ଟ୍ୟାଙ୍କରରେ ଅଗ୍ନିକାଣ୍ଡ,୨ମୃତ

ଗାନ୍ଧିଧାମ,୩୦।୧୨: ଗୁଜରାଟର କଚ୍ଛ ଜିଲ୍ଲାର କାଣ୍ଡଲା ବନ୍ଦରରେ ଆଜି କେମିକାଲ ଭର୍ତ୍ତି ବିଶାଳ ଷ୍ଟୋରେଜ୍ ଟ୍ୟାଙ୍କରରେ ନିଆଁ ଲାଗିଯିବା କାରଣରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ଅଧିକାରୀ କେ.ଜେ ଚାଓ୍ବଡାଙ୍କ ସୂଚନା ଅନୁସାରେ, ମଧ୍ୟାହ୍ନ ସମୟରେ ଅଚାନକ ଭାବରେ ଏହି ଷ୍ଟୋରେଜ୍ ଟ୍ୟାଙ୍କରରେ ମିଥେନାଲ ଭର୍ତ୍ତି ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା। ଏହି ସମୟରେ ୪ ଜଣ ଲୋକ କାମ କରୁଥିଲେ। ଏମାନଙ୍କ ଭିତରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି।

ମଧ୍ୟାହ୍ନ ସମୟରେ ଜାରି ଅଗ୍ନିଶମ ଅଭିଯାନ ସମୟରେ ଆଉ ଏକ ମୃତଦେହ ପଡି ରହିଥିବାର ଦେଖିବାକୁ ମିଳିଥିଲା। ଏହି ଅଗ୍ନିକାଣ୍ଡରେ କେତେ ଜଣଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ। ନିଆଁ ଲିଭାଇବା ପାଇଁ ୮ଟି ଦମକଳ ଗାଡି ମୁତୟନ କରାଯାଇଛି। ଆଖପାଖରେ ଥିବା ପାଣି ଟାଙ୍କିରୁ ମଧ୍ୟ ନିଆଁ ଲିଭାଇବାକୁ ଚେଷ୍ଟା କରାଯାଉଛି। ତେବେ ନିଆଁ କିପରି ଲାଗିଲା ତାହାର ପ୍ରକୃତ କାରଣ ଏବେ ସ୍ପଷ୍ଟ ହୋଇପାରିନାହିଁ।

ସମ୍ବନ୍ଧିତ ଖବର