ଭଦ୍ରକ: ନିଆଁରେ ପୋଡି ହୋଇ ୫ ଛେଳି ଜୀବନ୍ତ ଦଗ୍ଧ, ୩ ଗୋରୁ ଆହତ

ଭଦ୍ରକ ୨୩/୮: ନିଆଁରେ ପୋଡି ହୋଇ ୫ ଛେଳି ଜୀବନ୍ତ ଦଗ୍ଧ । ନିଆଁରେ ପୋଡି ହୋଇ ୫ ଛେଳି ଜୀବନ୍ତ ଦଗ୍ଧ ହେବା ସହ ତିନି ଗୋରୁ ଆହତ ହୋଇଛନ୍ତି । ଭଦ୍ରକ ଗ୍ରାମାଞ୍ଚଳ ଥାନା କାଉପୁର ବେଲଗଡିଆ ଗ୍ରାମରେ ଏଭଳି ଦୁଃଖଦ ଘଟଣା ଘଟିଛି । ସୂଚନା ଅନୁଯାୟୀ  ଉକ୍ତ ଗ୍ରାମର ଅଜୟ ସାହୁଙ୍କ ପରିବାର ଲୋକ ଘରେ ଶୋଇଥିବା ଅବସ୍ଥାରେ ତାଙ୍କ ଗୁହାଳ ଘରେ ନିଆଁ ଲାଗିଯାଇଥିଲା । ଗୁହାଳରେ ନିଆଁ ଲାଗିବା ଦେଖି ଗ୍ରାମବାସୀ  ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ନିଆଁ ଲିଭି ନ ଥିଲା ଏବଂ  ନିଆଁରେ ପୋଡି ହୋଇଯାଇଥିଲେ ଗୃହପାଳିତ ପଶୁ । ଏଥିରେ ୫ଟି ଛେଳି ଜଳି ଯାଇଥିବାବେଳେ ୩ ଟି ଗୋରୁ ଆହତ ହୋଇଛନ୍ତି । ବିଦ୍ୟୁତ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।

   ସମ୍ବନ୍ଧିତ ଖବର


ପାକିସ୍ତାନ ଜେଲରୁ କେବେ ମୁକୁଳିବେ ଆନନ୍ଦ? ଫେରିବା ବାଟକୁ ଅନାଇ ବସିଛନ୍ତି ପରିବାର ଲୋକେ,୧୯୬୫ ମସିହା ଯୁଦ୍ଧ ବେଳେ ବନ୍ଦୀ କରି ନେଇଥିଲା ପାକ୍

OSAPର ୩ ଯବାନ ପୋଡି ହୋଇ ଗୁରୁତର, ମଶା ଧୂପରୁ ନିଆଁ ଲାଗିଥିବା ସୂଚନା

ଭାରସାମ୍ୟ ହରାଇ ପୋଲ ବାଡ଼ରେ ଝୁଲିଲା ‘ସାନୁ- ମାନୁ’ ବସ୍, ୧୧ ଆହତ

ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ : ଦୀର୍ଘ ୯ବର୍ଷ ହେଲା ଅଜଣା ରୋଗରେ ପୀଡିତ ଥିଲେ, ସୁସ୍ଥ ହେବା ପରେ ବିଧାୟକଙ୍କୁ ଜଣାଇଲେ ଧନ୍ୟବାଦ

କୋର୍ସ ଫିସ୍‌ କମାଇବାକୁ ଛାତ୍ରଛାତ୍ରୀଙ୍କ ଅନୁରୋଧ, କଲେଜ ଅଧ୍ୟକ୍ଷଙ୍କୁ ଦେଲେ ଦାବିପତ୍ର

ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା