କରଞ୍ଜିଆ : ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଯୁବକଙ୍କୁ କାବୁ କଲା ବନ ବିଭାଗ, ଚାଲିଛି ପଚରାଉଚରା

କରଞ୍ଜିଆ ୮।୩ : ନିଆଁ ଲଗାଉଥିବା ସମୟରେ ଜଣେ ଯୁବକକୁ ଧରିଲା ବନ ବିଭାଗ। ଦୁଧିଆଣି ରେଞ୍ଜ ବାଦାମପାହାଡ଼ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ନିଆଁ ଲଗାଉଥିବା ବେଳେ ଧରିଛି ବନ ବିଭାଗ । ନିଆଁ ଲଗାଉଥିବା ଯୁବକ ଜଣକ ହେଉଛି ଯଶୀପୁର ଥାନା ଆମ୍ବତଳିଆ ଗାଁର ପ୍ରଧାନ ହେମ୍ବ୍ରମ୍ ବୋଲି ଜଣା ପଡିଛି । ଯୁବକ ଜଣକୁ ନିଜ ହେପାଜାତକୁ ଆଣି ବନବିଭାଗ ଅଧିକ ପଚରାଉଚରା ଜାରି ରଖିଛି ।